www.samajalive.in
Sunday, December 7, 2025
13.1 C
Bhubaneswar

ବିଶ୍ବକପ୍‌ରେ ଧୋନି ୫ନଂରେ ବ୍ୟାଟିଂ କରିବା ଉଚିତ୍‌ : ତେନ୍ଦୁଲକର

ନୂଆଦିଲ୍ଲୀ : ଇଂଲଣ୍ଡରେ ଖେଳାଯିବାକୁ ଥିବା କ୍ରିକେଟ୍‌ ବିଶ୍ବକପ୍‌ରେ ପୂର୍ବତନ ଅଧିନାୟକ ତଥା ୱିକେଟରକ୍ଷକ ମହେନ୍ଦ୍ର ସିଂ ଧୋନି ଭାରତ ପକ୍ଷରୁ ୫ନଂ ସ୍ଥାନରେ ବ୍ୟାଟିଂ କରିବା ଉଚିତ୍ ବୋଲି ମତ ଦେଇଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର।
ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ତେନ୍ଦୁଲକର କହିଥିଲେ ଭାରତ ପକ୍ଷରୁ ଶିଖର ଧାୱନ୍‌ ଓ ରୋହିତ ଶର୍ମା ବ୍ୟାଟିଂ ଓପନ୍‌ କରିବେ। ୩ନଂରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବେ ଅଧିନାୟକ ବିରାଟ କୋହଲି। ସେହିପରି ୪ନଂ ସ୍ଥାନରେ ଅଲରାଉଣ୍ଡର ବିଜୟ ଶଙ୍କରଙ୍କୁ ସୁଯୋଗ ମିଳିବାର ସମ୍ଭାବନା ରହିଛି। ଏହି ବ୍ୟାଟିଂକ୍ରମର ୫ନଂରେ ମହେନ୍ଦ୍ର ସିଂ ଧୋନି ବ୍ୟାଟିଂ କରିବା ଉଚିତ୍‌। ବର୍ତ୍ତମାନ ସୁଦ୍ଧା ଧୋନି ୩୪୧ଟି ଦିନିକିଆ ମ୍ୟାଚ୍‌ ଖେଳି ସାରିଛନ୍ତି। ତାଙ୍କ ନିକଟରେ ବିପୁଳ ଅଭିଜ୍ଞତା ଥିବାରୁ ବିଶ୍ବକପ୍‌ରେ ସେ ଭାରତ ତରଫରୁ ୫ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଉପଯୁକ୍ତ। ଧୋନି ୫ ନଂରେ ବ୍ୟାଟିଂ କଲେ ଦଳର ମଧ୍ୟଭାଗ ମଜଭୁତ୍‌ ରହିପାରିବ। ଏଥିସହ ଧୋନି ଇନିଂସ ଶେ​‌ଷ ବେଳକୁ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ଦଳ ପାଇଁ ବେଶ୍‌ କିଛି ରନ୍‌ ସଂଗ୍ରହ କରିପାରିବେ। ବ୍ୟାଟିଂକ୍ରମର ୬ଷ୍ଠ ସ୍ଥାନରେ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ସୁଯୋଗ ମିଳିବା ଉଚିତ୍‌ ବୋଲି ତେନ୍ଦୁଲକର ସ୍ପଷ୍ଟ କରି ଦେଇଛନ୍ତି। ୫ରୁ ୮ ନଂ ମଧ୍ୟରେ ମ୍ୟାଚ୍‌ ବିଜେତା ବ୍ୟାଟସମ୍ୟାନ୍‌ଙ୍କୁ ସାମିଲ କରାଯିବା ଆବଶ୍ୟକ ବୋଲି ତେନ୍ଦୁଲକର ସ୍ପଷ୍ଟ କରି ଦେଇଛନ୍ତି।
ଭାରତୀୟ ଦଳର ଓପନର୍‌ ଶିଖର ଧାୱନ୍‌ ଜଣେ ବାମହାତୀ ବ୍ୟାଟସମ୍ୟାନ୍‌ ହୋଇଥିବାରୁ ବିଶ୍ବକପ୍‌ ମ୍ୟାଚ୍‌ରେ ସେ ଅଧିକ ସମୟ ପିଚ୍‌ରେ ରହିବା ଉଚିତ୍‌ ବୋଲି ତେନ୍ଦୁଲକର କହିଛନ୍ତି। ବାମହାତୀ-ଡାହାଣହାତୀ ବ୍ୟାଟସମ୍ୟାନ୍ ପଡ଼ିଆରେ ରହିଲେ ବୋଲରମାନେ ବୋଲିଂ କରିବାରେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ତେନ୍ଦୁଲକର ମତ ଦେଇଛନ୍ତି। ସେହିପରି ଲେଗ୍‌ସ୍ପିନରଙ୍କ ବିରୋଧରେ ଧାୱନ୍‌ ଅଧିକ ସଫଳତା ପାଇବେ ବୋଲି ତେନ୍ଦୁଲକର ଆଶାବ୍ୟକ୍ତ କରିଛନ୍ତି। ଇଂଲଣ୍ଡରେ ଖେଳାଯିବାକୁ ଥିବା ଏହି ବିଶ୍ବକପ୍‌ର ମ୍ୟାଚ୍‌ରେ ଅଧିକ ରନ୍‌ ସ୍କୋର ହେବ ବୋଲି ତେନ୍ଦୁଲକର କହିଛନ୍ତି। ଇଂଲଣ୍ଡର ପିଚ୍‌ ବ୍ୟାଟସମ୍ୟାନ୍‌ଙ୍କୁ ସୁହାଇବାକୁ ଥିବା ବେଳେ ପ୍ରତି ଇନିଂସରେ ଦୁଇଟି ନୂଆ ବଲ୍‌ ବ୍ୟବହାର ଫଳରେ ବୋଲରଙ୍କୁ ରିଭର୍ସ ସୁଇଙ୍ଗ ମିଳିବ ନାହିଁ ବୋଲି ତେନ୍ଦୁଲକର ମତ ଦେଇଛନ୍ତି। ଯେଉଁ ଦଳର ସ୍ପିନରମାନେ ଭଲ ବୋଲିଂ ପ୍ରଦର୍ଶନ କରିବେ ସେହି ଦଳର ବିଜୟ ସମ୍ଭାବନା ବଢ଼ିଯିବ ବୋଲି ତେନ୍ଦୁଲକର କହିଛନ୍ତି। ଅନ୍ୟପକ୍ଷରେ ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଦଳ ବିଶ୍ବକପ୍‌ର ସେମିଫାଇନାଲରେ ପ୍ରବେଶ କରିବେ ବୋଲି ତେନ୍ଦୁଲକର ଆଶାବ୍ୟକ୍ତ କରିଛନ୍ତି। ଚତୁର୍ଥ ଦଳ ଭାବେ ପାକିସ୍ତାନ କିମ୍ବା ନ୍ୟୁଜିଲାଣ୍ଡ ଦଳ ସେମିଫାଇନାଲରେ ପ୍ରବେଶ କରିବାର ସମ୍ଭାବନା ଥିବା ତେନ୍ଦୁଲକର କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories