www.samajalive.in
Saturday, December 6, 2025
16.1 C
Bhubaneswar

ସବାନା ଆଜମୀ ଓ ଜାଭେଦ ଅଖତରଙ୍କ ପାକିସ୍ତାନ ଯାତ୍ରା ବାତିଲ

ମୁମ୍ବଇ : ବରିଷ୍ଠ ବଲିଉଡ ଅଭିନେତ୍ରୀ ସବାନା ଆଜମୀ ଓ ଲେଖକ, ସଙ୍ଗୀତଜ୍ଞ ଜାଭେଦ ଅଖତର ନିଜର ପାକିସ୍ତାନ ଯାତ୍ରା ରଦ୍ଧ କରିଛନ୍ତି। ଏହି ସୂଚନା ଅଭିନେତ୍ରୀ ସବାନା ଆଜମୀ ଟୁଇଟ୍‍ କରି ଜଣାଇଛନ୍ତି। ସବାନା ଲେଖିଛନ୍ତି, ଜାଭେଦ ଅଖତର ଓ ମତେ କେଫି ଆଜମୀ ଜନ୍ମସତି ସମାରୋହରେ ନିମନ୍ତ୍ରଣ କରାଯାଇଥିଲା। ମୁଁ କୃତଜ୍ଞତା ଜ୍ଞାପନ କରୁଛି ଯେ ପୁଲୱାମା ଆକ୍ରମଣ ପରେ ଏହି ଯାତ୍ରାକୁ ବାତିଲ ନେଇ ମେଜବାନ କରାଚି କଳା ପରିଷଦ ଏହାକୁ ଗ୍ରହଣ କରିଛନ୍ତି। ଏହାବ୍ୟତୀତ ସେ ଏହି ଘଟଣାକୁ ନିନ୍ଦା କରିବା ସହ ସହିଦ ପରିବାର ସହ ଛିଡା ହୋଇଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ ଗୁରୁବାର ଜାମ୍ମୁ-କାଶ୍ମୀର ସ୍ଥିତ ପୁଲୱାମାରେ ହୋଇଥିବା ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣରେ ୪୪ଜଣ ସିଆରପିଏଫ୍‍ ଯବାନ ସହିଦ ହୋଇଛନ୍ତି। ସିଆରପିଏଫ୍‍ ଯବାନଙ୍କ ଗାଡି ଯାଉଥିବା ସମୟରେ ଏକ ଆତ୍ମଘାତୀ କାର ବସ ସହ ଧକ୍କା ଦେଇଥିଲା। ଏହି ବିସ୍ପୋରଣ ଏତେ ଜୋର ଥିଲା ଯେ ନିକଟସ୍ଥ ୧୦କିଲୋମିଟର ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଣାଯାଇଥିଲା।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories