ସହିଦ ଯବାନଙ୍କ ପାଇଁ ନିରବ ପ୍ରାର୍ଥନା
ପିପିଲି : ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲାରେ ଗୁରୁବାର ଘଟିଥିବା ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ସହିଦ ହୋଇଥିବା ଦୁଇ ବୀର ଓଡିଆ ଯବାନଙ୍କ ପାଇଁ ପିପିଲି ପୁଲିସ ପକ୍ଷରୁ ଶୁକ୍ରବାର ସଂନ୍ଧ୍ୟାରେ ନିରବ ପ୍ରାର୍ଥନା କରାଯାଇଛି। ଆଇଆଇସି ଶରତ କୁମାର ସାହୁଙ୍କ ସମେତ ଥାନାର ସମସ୍ତ ପୁଲିସ ଅଫିସର, କର୍ମଚାରୀମାନେ ସଂନ୍ଧ୍ୟାରେ ଥାନା ବାରାକ୍ ମଧ୍ୟରେ ଦୁଇ ଓଡିଆ ସହିଦ ଯବାନ ପ୍ରସନ୍ନ କୁମାର ସାହୁ ଓ ମନୋଜ କୁମାର ବେହେରାଙ୍କ ପାଇଁ ଦୁଇମିନିଟ୍ ନିରବ ପ୍ରାର୍ଥନା କରିବା ସହ ସେମାନଙ୍କ ପରିବାରକୁ ସମବେଦନା ଜଣାଇଥିଲେ।