ରିଲିଜ୍‍ ହେଲା ‘ସାହୋ’ର ଆଉ ଏକ ଗୀତ

ମୁମ୍ବଇ : ବାଳୁବଳୀ ଷ୍ଟାର ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ସାହୋ’ର ମୁକ୍ତିଲାଭକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ସୋମବାର ଏହାର ଏକ ନୂଆ ଗୀତ ରିଲିଜ୍‍ ହୋଇଛି। ଗୀତଟି ହେଉଛି ‘ବେବି ଓଣ୍ଟ୍‍ ୟୁ ଟେଲ୍‍ ମି…’। ଏଥିରେ ପ୍ରଭାସ ଓ ଶ୍ରଦ୍ଧାଙ୍କ ଜବରଦସ୍ତ ଲୁକ୍‍ ଦେଖିବାକୁ ମିଳିଛି। ଗୀତରେ ଦେଖାଯାଉଥିବା ସ୍ଥାନଗୁଡ଼ିକ ମଧ୍ୟ ଖୁବ୍‍ ଆକର୍ଷଣୀୟ ହୋଇଛି। ଏହି ଗୀତକୁ ଶଙ୍କର-ଏହସାନ-ଲଏ କମ୍ପୋଜ କରିଥିବା ବେଳେ ଅଲୀସା ମେଣ୍ଡୋନ୍‍ସା, ରବି ମିଶ୍ରା ଓ ଶଙ୍କର ମହାଦେବନ ଏଥିରେ କଣ୍ଠଦାନ କରିଛନ୍ତି। ଲୋକେ ଏହି ଗୀତକୁ ଖୁବ୍‍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ଚଳଚ୍ଚିତ୍ରର ଟ୍ରେଲର ଓ କିଛି ଗୀତ ନିର୍ମାତା ରିଲିଜ୍‍ କରିଥିଲେ।
ସୂଚନାଯୋଗ୍ୟ, ‘ସାହୋ’ ଏକ ଆକ୍ସନ-ଡ୍ରାମା ଭିତ୍ତିକ ଚଳଚ୍ଚିତ୍ର। ସୁଜିତ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ପ୍ରଭାସ ଓ ଶ୍ରଦ୍ଧାଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ନୀଲ୍‍ ନିତିନ ମୁକେଶ, ଜ୍ୟାକି ଶ୍ରଫ୍‍, ମହେଶ ମାଞ୍ଜରେକର ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏହା ଚଳିତ ମାସ ୩୦ ତାରିଖରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରୁ ଅନୁପ୍ରେରିତ ହୋଇ ନିର୍ମାତା ‘ସାହୋ’ ନାମରେ ଭିଡିଓ ଗେମ୍‍ ପ୍ରସ୍ତୁତ କରିବାକୁ ନିଷ୍ପତି ନେଇଛନ୍ତି।

Comments are closed.