କଳିଙ୍ଗରେ ଆଜିଠାରୁ ସାଫ୍‌ ୨୦ ବର୍ଷରୁ କମ୍‌ ଫୁଟବଲ ଚମ୍ପିଆନସିପ୍‌

ଭୁବନେଶ୍ବର  : ଦକ୍ଷିଣ ଏସୀୟ ଫୁଟବଲ ଫେଡେରେସନ (ସାଫ) ୨୦ ବର୍ଷରୁ କମ୍‌ ପୁରୁଷ ଫୁଟବଲ ଚମ୍ପିଆନସିପ୍‌ର ୪ର୍ଥ ସଂସ୍କରଣ ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି । ସର୍ବଭାରତୀୟ ଫୁଟବଲ ମହାସଂଘ, ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗର ମିଳିତ ସହଯୋଗରେ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ଅୟୋଜକ ଭାରତ ସମେତ ବାଂଲାଦେଶ, ମାଳଦ୍ବୀପ, ନେପାଳ ଓ ଶ୍ରୀଲଙ୍କା ଦଳ ଅଂଶଗ୍ରହଣ କରିଛନ୍ତି। ଏଥିପାଇଁ ସମସ୍ତ ଦଳ ପ୍ରସ୍ତୁତି ଶେଷ କରିଛନ୍ତି । ରବିବାର ସମସ୍ତ ଦଳ ଜୋରଦାର ଅଭ୍ୟାସ କରିଥିଲେ। ମ୍ୟାଚ ଲିଗ୍‌ ଆଧାରରେ ଖେଳାଯିବ। ଲିଗ୍‌ ପର୍ଯ୍ୟାୟରେ ମୋଟ ୧୦ଟି ମ୍ୟାଚ ଅଗଷ୍ଟ ୨ ପର୍ଯ୍ୟନ୍ତ ଖେଳାଯିବ। ଲିଗ୍‌ ପର୍ଯ୍ୟାୟର ଶ୍ରେଷ୍ଠ ଦୁଇ ଦଳ ଫାଇନାଲକୁ ଉନ୍ନୀତ ହେବେ। ଫାଇନାଲ ଅଗଷ୍ଟ ୫ରେ ଖେଳାଯିବ।

prayash

ଆଜି ନେପାଳ-ମାଳଦ୍ବୀପ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବାବେଳେ ଦ୍ବିତୀୟ ମ୍ୟାଚରେ ବାଂଲାଦେଶ- ଶ୍ରୀଲଙ୍କାକୁ ଭେଟିବ। ୨୭ରେ ଭାରତ ପ୍ରଥମ ମ୍ୟାଚ ବାଂଲାଦେଶ ସହ ଖେଳି ଅଭିଯାନ ଆରମ୍ଭ କରିବ। ପ୍ରତିଯୋଗିତା ଲାଗି ଭାରତ ପ୍ରସ୍ତୁତ। ଟାଇଟଲକୁ ବଜାୟ ରଖିବା ଲକ୍ଷ୍ୟ ନେଇ ଆମେ ଖେଳିବୁ ବୋଲି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଏସ. ଭେଙ୍କଟେଶ କହିଛନ୍ତି । ଘରୋଇ ପଡିଆରେ ଖେଳିବାକୁ ନେଇ ଯୁବ ଖେଳାଳିମାନେ ପ୍ରସ୍ତୁତ ଅଛନ୍ତି । ନେପାଳ, ବାଂଲାଦେଶ ମଧ୍ୟ ବହୁତ ଭଲ ଦଳ। ଆମକୁ ପୂର୍ଣ୍ଣ ଦକ୍ଷତାର ସହିତ ଖେଳିବାକୁ ପଡିବ । ପ୍ରତିଯୋଗିତାରୁ ଏଏଫ୍‌ସି ଏସିଆନ ୨୦ ବର୍ଷରୁ କମ୍‌ ପ୍ରତିଯୋଗିତା ଲାଗି ଯୋଗ୍ୟତା ହାସଲ କରିବା ଆମର ଲକ୍ଷ୍ୟ ରହିଛି ବୋଲି ଭେଙ୍କଟେଶ କହିଛନ୍ତି। ସୂଚନାଯୋଗ୍ୟ, ସାଫ୍‌ ୨୦ ବର୍ଷରୁ କମ୍‌ ପୁରୁଷ ପୁଟବଲ ପ୍ରତିଯୋଗିତାରେ ନେପାଳ ୨୦୧୫ ଓ ୨୦୧୭ରେ ଦୁଇଥର ଓ ଭାରତ ୨୦୧୯ରେ ଥରେ ଚମ୍ପିଆନ ହୋଇଛି। ୨୦୧୯ରେ ଶେଷ ଥର ପାଇଁ ଖେଳାଯାଇଥିବା ପ୍ରତିଯୋଗିତାରେ ଭାରତ ୨-୧ ଗୋଲରେ ବାଂଲାଦେଶକୁ ପରାସ୍ତ କରି ଚମ୍ପିଆନ ହୋଇଥିଲା। ।

kalyan agarbati

Comments are closed.