www.samajalive.in
Saturday, December 6, 2025
26.1 C
Bhubaneswar

ସାଫ୍‌ ଫୁଟ୍‌ବଲ : ଭାରତ-କୁଏତ୍‌ ଫାଇନାଲ ଆଜି

ବେଙ୍ଗାଲୁରୁ : ମଙ୍ଗଳବାର ଏଠାରେ ସାଫ୍‌ ଫୁଟ୍‌ବଲ ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍‌ ଘରୋଇ ଭାରତ ଓ କୁଏତ୍‌ ମଧ୍ୟରେ ଖେଳାଯିବ। ଏହା ସାଫ୍‌ ଚମ୍ପିଆନ୍‌ସିପ୍‌ର ୧୪ଶ ସଂସ୍କରଣ ହୋଇଥିବା ବେଳେ ୧୨ ଥର ଭାରତ ଫାଇନାଲ ଖେଳି ସର୍ବାଧିକ ୮ ଥର ଚମ୍ପିଆନ୍‌ ହୋଇଛି। ମୁଖ୍ୟ ପ୍ରଶିକ୍ଷକ ଇଗୋର ଷ୍ଟିମାକ୍‌ଙ୍କ ଅଧୀନରେ ଭାରତ ଚଳିତବର୍ଷ ଚମତ୍କାର ପ୍ରଦର୍ଶନ କରିଛି। ୨୦୨୩ରେ ଭାରତ ଅଦ୍ୟାବଧି ୧୦ଟି ମ୍ୟାଚ୍‌ ଖେଳି ଗୋଟିଏ ବି ପରାଜିତ ହୋଇନାହିଁ। ଏଥିରୁ ଭାରତ ୮ଟି ଜିତିଛି ଏବଂ ୨ଟି ମ୍ୟାଚ୍‌ ଡ୍ର ରହିଛି। ମଙ୍ଗଳାର କୁଏତ୍‌ ବିପକ୍ଷ ଫାଇନାଲ ଜିତି ଆଉ ଚଳିତବର୍ଷ ୨ୟ ଟ୍ରଫି ଜିତିବା ଲକ୍ଷ୍ୟରେ ଭାରତ ରହିଛି। ଗତମାସ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ରେ ଭାରତ କୌଣସି ମ୍ୟାଚ୍‌ ନ ହରାଇ ଚମ୍ପିଆନ୍ ହୋଇଥିଲା। ତେଣୁ ୩ ସପ୍ତାହ ମଧ୍ୟରେ ୨ୟ ଟାଇଟଲ ଜିତିବା ଲକ୍ଷ୍ୟରେ ସୁନୀଲ ଛେତ୍ରୀଙ୍କ ଦଳ ରହିଛି।
ପୂର୍ବରୁ ସାଫ୍‌ ଫୁଟ୍‌ବଲ ପ୍ରତିଯୋଗିତାରେ କେବଳ ଦକ୍ଷିଣ ଏସୀୟ ଦଳ ଖେଳୁଥିବା ବେଳେ ଏଥର କୁଏତ୍‌ ଓ ଲେବାନନ୍ ଭଳି ଦଳକୁ ଆମନ୍ତ୍ରଣ କରାଯାଇଛି। ଫଳରେ ଚଳିତବର୍ଷର ପ୍ରତିଯୋଗିତା ସ୍ବତନ୍ତ୍ର। ଗତ ମଙ୍ଗଳବାର ଲିଗ୍‌ ପର୍ଯ୍ୟାୟରେ ଭାରତ-କୁଏତ୍‌ ମୁକାବିଲା ହୋଇଥିଲା। ଏହି ମ୍ୟାଚ୍‌​‌େର​‌ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଉତ୍ତେଜନା ଦେଖା ଯାଇଥିଲା। ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା। ପ୍ରଥମାର୍ଦ୍ଧର ଶେଷଆଡ଼କୁ ସୁନୀଲ ଛେତ୍ରୀଙ୍କ ଗୋଲ୍‌ ବଳରେ ଭାରତ ଆଗୁଆ ରହିଥିଲା। ତେବେ ମ୍ୟାଚ୍‌ର ଅନ୍ତିମ ମିନିଟରେ ଭାରତର ଅନ୍‌ୱାର ଅଲୀଙ୍କ ଆତ୍ମଘାତୀ ଗୋଲ୍‌ ବଳରେ ମ୍ୟାଚ୍‌ ୧-୧ରେ ଶେଷ ହୋଇଥିଲା। ସେମିଫାଇନାଲରେ ଲେବାନନ୍‌ଙ୍କୁ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ହରାଇ ଭାରତ ଏବଂ ବାଂଲାଦେଶ ଦଳକୁ ୧-୦ରେ ହରାଇ କୁଏତ୍‌ ଫାଇନାଲରେ ପହଞ୍ଚିଛି। ସୁନୀଲ ଛେତ୍ରୀ ଚମତ୍କାର ଫର୍ମରେ ଅଛନ୍ତି ଏବଂ ୪ଟି ମ୍ୟାଚ୍‌ରୁ ୫ଟି ଗୋଲ୍‌ ସହ ସର୍ବାଧିକ ସ୍କୋରର୍ ଅଛନ୍ତି। ଭାରତୀୟ ଗୋଲ୍‌ରକ୍ଷକ ଗୁରପ୍ରୀତ ସାନ୍ଧୁ ଚମତ୍କାର ପ୍ରଦର୍ଶନ କରିଛନ୍ତି। କ୍ରମାଗତ ୫ଟି ମ୍ୟାଚ୍‌ରେ ଗୁରପ୍ରୀତ ଗୋଲ୍‌ ବରଣ କରିନାହାନ୍ତି। ଲିଗ୍ ପର୍ଯ୍ୟାୟରେ ଭାରତ ଓ କୁଏତ୍‌ ଗୋଟିଏ ଗ୍ରୁପ୍‌ରେ ଥିବା ବେଳେ କୁଏତ୍ ୧ନଂ ଓ ଭାରତ ୨ୟ ସ୍ଥାନରେ ରହିଥିଲା। ଭାରତ କ୍ରମାଗତ ୨ୟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳିବାକୁ ଯାଉଥିବା ବେଳେ ଭାରତୀୟ ପ୍ରଶଂସକ ଦଳଠାରୁ ବହୁତ ଆଶା ରଖିଛନ୍ତି। ଏହି ଫାଇନାଲ ଜିତି​‌େ​‌ଲ ଭାରତ ବୋଧହୁଏ ଫିଫା ମାନ୍ୟତାରେ ୧୦୦ରୁ ତଳକୁ ଖସିବାର କୃତିତ୍ବ ହାସଲ କରିପାରେ। ଭାରତୀୟ ଗୋଲ୍‌ ମେସିନ୍ ସୁନୀଲ ଛେତ୍ରୀଙ୍କୁ ରୋକିବା କୁଏତ୍‌ ରକ୍ଷାପନ୍ଥୀର ମୁଖ୍ୟ ଲକ୍ଷ୍ୟ ରହିବ। ସେମିଫାଇନାଲ ମ୍ୟାଚ୍‌ରେ ଛେତ୍ରୀ ସାମାନ୍ୟ ଅାହତ ହୋଇଥିଲେ। ସେ ଫାଇନାଲ ଖେଳିପାରିବେ ବୋଲି ଉପଅଧିନାୟକ ସନ୍ଦେଶ ଝିଙ୍ଗାନ୍ କହିଛନ୍ତି। ଭାରତର ଫିଫା ମାନ୍ୟତା ୧୦୦ ଥିବା ବେଳେ କୁଏତ୍‌ ୧୪୧ତମ ସ୍ଥାନରେ ରହିଛି। ତଥାପି ଏଯାବତ୍‌ କୁଏତ୍‌ର ପ୍ରଦର୍ଶନ ଦେଖିଲେ ଏହାକୁ ପରାସ୍ତ କରିବା ଭାରତ ଲାଗି ସହଜ ହେବନାହିଁ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories