ତମାଖୁ ଦ୍ରବ୍ୟ ଦୋକାନରେ ଚଢାଉ ,୨୬୦୦ଟଙ୍କା ଜୋରିମାନା ଆଦାୟ
କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହର ସ୍କୁଲ, କଲେଜ ୧୦୦ଗଜ ପରିସୀମା ଦୂରରେ ଥିବା ୧୫ଟି ଦୋକାନରେ ସି ଓ. ଟି. ପି ଏ -୩ ଆକ୍ଟର ଉଲଂଘନ କରି ସିଗାରେଟ, ଗୁଟକା ତମାଖୁ ଦ୍ରବ୍ୟ ବିକ୍ରୟ କରୁଥିବା ଦୋକାନୀ ମାନଙ୍କ ଉପରେ ମିଳିତ ଏନଫୋର୍ସମେଣ୍ଟ ଟିମ୍ ଚଢାଉ କରି ସଚେତନ କରିବା ସହ ୨,୬୦୦ଟଙ୍କା ଜୋରିମାନା ଆଦାୟ କରିଥିଲେ । ମିଳିତ ଏନଫୋର୍ସମେଣ୍ଟ ଟିମ୍ ରେ ଡ୍ରଗ ଇନ୍ସପେକ୍ଟର ବାବୁଲାଲ ଟୁଡୁ, ଏନ ସି. ଡି ସହକାରୀ ମେନେଜର ସନ୍ତୋଷ ପଟ୍ଟନାୟକ, ଅବକାରୀ ବିଭାଗ ଏସ. ଆଇ ପ୍ରବୀଣସାହୁ, ପୁଲିସ ଏସ ଆଇ ସନ୍ତୋଷ କୁମାର ଛାତ୍ରିଆଙ୍କ ସହ ଅବକାରୀ ବିଭାଗ ପୁଲିସର ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ ।
Comments are closed.