www.samajalive.in
Saturday, December 6, 2025
26.1 C
Bhubaneswar

ଷ୍ଟେସନ କ୍ରିକେଟ କ୍ଲବ ପକ୍ଷରୁ ମାଗଣା ଚାରା ବଣ୍ଟନ

ବାଙ୍ଗିରିପୋଷି :ଜଙ୍ଗଲ ଦ୍ରୁତ ଗତିରେ ଅବକ୍ଷୟ ଯୋଗୁଁ ବିଶ୍ୱତାପମାନ ବଢିବାରେ ଲାଗଛି। ତେଣୁ ଏଭଳି ସମସ୍ୟାକୁ ରୋକିବା ପାଇଁ କେବଳ ଅଧିକ ବୃକ୍ଷରୋପଣ ଦ୍ୱାରା ହିଁ ସମ୍ଭପରେ ହୋଇ ପାରିବ। ତେଣୁ ବାଙ୍ଗିରିପୋଷିର ଏକ ଅଗ୍ରଣୀ କ୍ରିକେଟ ଅନୁଷ୍ଠାନ ଷ୍ଟେସନ କ୍ରିକେଟ କ୍ଲବର ଯୁବକ ମାନେ ନର୍ସରୀରୁ ଏକ ଟ୍ରାକ୍ଟର ସାହାଯ୍ୟରେ ଏକ ହଜାର ଚାରା ଆଣି ବାଙ୍ଗିରିପୋଷି ହାଇସ୍କୁଲ ସମ୍ମୁଖରେ ରଖି ବଜାରରେ ଆସୁଥିବା ସାଧାରଣ ଜନତାଙ୍କୁ ବିନା ମୂଲ୍ୟରେ ଚାରା ବଣ୍ଟନ କରାଯାଇଥିଲା। ଏଥିରେ ପଣସ, ଅଁଳା , ଜାମୁ, ଅଶୋକ, ଶାଗୁଆନ ଇତ୍ୟାଦି ଚାରା ରହିଥିଲା।
କିପରି ଚାରା ଗଛର ଯତ୍ନ ନିଆଯିବ ସେ ବିଷୟରେ ମଧ୍ୟ ଅବଗତ କରାଇବା ସହ ଏ ଅଂଚଳରେ ପ୍ରତ୍ୟେକ ଘରେ ଗଛ ଲଗାଇବା ପାଇଁ ଉପସ୍ଥିତ ଥିବା ଜନସାଧାରଣଙ୍କୁ ପ୍ରୋତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା। ଏହି ଚାରା ଗଛ ବଣ୍ଟନ କାର୍ଯ୍ୟ କ୍ରମରେ ଅନୁଷ୍ଠାନର ସଦସ୍ୟ ସମ ମହାନ୍ତି, ରାଜେନ୍ଦ୍ର ନାଏକ ତତ୍ୱାବଧାନରେ ହୋଇଥିବା ବେଳେ ଲିଟୁ ଗିରି, ସୌମ୍ୟରଞ୍ଜନ ଦାସ, ସଞ୍ଜୟ, ମଣ୍ଟୁ, କାଳିଆ ଓ ସେଚ୍ଛାସେବୀ କ୍ରିଷ୍ଣା ଚନ୍ଦ୍ର ମୁଖି ସହଯୋଗ କରିଥିଲେ। ଏଭଳି ସୁଚିନ୍ତିତ ଯୁବ ପିଢିଙ୍କ କାର୍ଯ୍ୟକୁ ଏ ଅଂଚଳର ଜନସାଧାରଣ ପ୍ରଶଂସା କରିଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories