ଆଜି ପଣସ ଦିବସ
ଦକ୍ଷିଣ ଭାରତ, ପୂର୍ବ ଭାରତରେ ପଣସରେ ପ୍ରସ୍ତୁତ ସ୍ବାଦିଷ୍ଟ ତରକାରି ଘରେଘରେ ରନ୍ଧା ହୁଏ। ଏସିଆ ଜଳବାୟୁରେ ପଣସ ଫଳ ଭଲଭାବେ ବଢ଼ୁଥିବାବେଳେ ବିଶ୍ବର ବିଭିନ୍ନ ପ୍ରାନ୍ତରେ ୩୦ରୁ ଅଧିକ ପ୍ରକାରର ପଣସ ଦେଖାଯାଇଛି। ଆମ ଦେଶରେ ତାଜା ପଣସ ମିଳେ କିନ୍ତୁ ବିଦେଶରେ ଫ୍ରୋଜେନ୍ ପଣସ ସବୁ ଷ୍ଟୋର୍ରେ ବିକ୍ରି ହୁଏ। ୨୦୧୬ରେ ପ୍ରଥମଥର ଜୁଲାଇ ୪ତାରିଖରେ ‘ବିଶ୍ବ ପଣସ ଦିବସ’ ପାଳନ କରାଯାଇଥିଲା। ବିଶେଷଜ୍ଞ ଦଳ ପରାମର୍ଶ ଦେଇଛନ୍ତି, ରୁଚିକର ତଥା ପୋଷକତତ୍ତ୍ବ ପୂର୍ଣ୍ଣ ଏହି ପଣସ ଫଳକୁ ଶାକାହାରୀ ବ୍ୟକ୍ତିମାନେ ଖାଇଲେ ସେମାନଙ୍କୁ ଯଥେଷ୍ଟ ପରିମାଣର ଶକ୍ତି ମିଳିବ। ପଣସର ଉପକାରିତା ବିଷୟରେ ବିଶ୍ବବାସୀଙ୍କୁ ଜଣାଇବା ପାଇଁ ଏହି ଦିବସ ପ୍ରତି ବର୍ଷ ଜୁଲାଇ ୪ତାରିଖରେ ପାଳନ କରାଯାଉଛି।
Comments are closed.