www.samajalive.in
Saturday, December 6, 2025
26.1 C
Bhubaneswar

ସ୍ବାମୀ ବିବେକାନନ୍ଦ

ଯୁବ ଶକ୍ତିର ଚିରନ୍ତନ ପ୍ରତୀକ ସ୍ବାମୀ ବିବେକାନନ୍ଦ ୧୮୬୩ ଜାନୁୟାରୀ ୧୨ରେ କଲକାତାର ସିମିଳାପଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ସନାତନ ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ। ୧୮୯୩ ମସିହାରେ ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ସେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରି ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସର ପୃଷ୍ଠାରେ ସ୍ଥାନ ପାଇଲେ। ଆଜୀବନ ବ୍ରହ୍ମଚର୍ଯ୍ୟ ପାଳନ କରିିଥିବା ସ୍ବାମୀ ବିବେକାନନ୍ଦ ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନ ଭଳି ସଙ୍ଗଠନର ସଂସ୍ଥାପନକାରୀ। ସନାତନ ଧର୍ମକୁ ବିଶ୍ବ ସ୍ତରରେ ପରିଚିତ କରାଇଥିବା ବିବେକାନନ୍ଦ ତ୍ୟାଗ, ତେଜ ଓ ନିର୍ଭୀକତାର ପ୍ରତୀକ ଥିଲେ। ଆଧ୍ୟାତ୍ମିକ ଗୁରୁ ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ ବିବେକାନନ୍ଦ ବେଦାନ୍ତ ଓ ଯୋଗ ଦର୍ଶନ ପାଇଁ ସମଗ୍ର ବିଶ୍ବରେ ଲୋକପ୍ରିୟ ହୋଇଥିଲେ। ସ୍ବାମୀ ବିବେକାନନ୍ଦଙ୍କ ଦର୍ଶନକୁ ସ୍ମରଣ କରିବା ଲାଗି ତାଙ୍କ ଜନ୍ମଦିନ ଜାନୁୟାରୀ ୧୨କୁ ଜାତୀୟ ଯୁବଦିବସ ଭାବେ ପାଳନ କରାଯାଉଛି। ମାତ୍ର ୩୯ ବର୍ଷ ବୟସରେ ୧୯୦୨ ଜୁଲାଇ ୪ତାରିଖରେ ଏହି ମହାପୁରୁଷଙ୍କ ମହାପ୍ରୟାଣ ଘଟିଥିଲା।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories