www.samajalive.in
Saturday, December 6, 2025
19.1 C
Bhubaneswar

‘ନ୍ୟାୟିକ ସମାନତା ପାଇଁ ୟୁସିସି ଜରୁରୀ’

ନୂଆଦିଲ୍ଲୀ : ସମାନ ନାଗରିକ ସଂହିତା (ୟୁସିସି) ସପକ୍ଷରେ ଯୁକ୍ତି ବାଢିଛନ୍ତି କେରଳ ରାଜ୍ୟପାଳ ଆରିଫ ଅହମ୍ମଦ ଖାଁ। ଆରିଫ କହିଛନ୍ତି ଯେ ଦେଶରେ ପ୍ରଚଳିତ ବିଭିନ୍ନ ସମ୍ପ୍ରଦାୟ ଓ ଜାତି ପ୍ରଥାରେ ସମାନତା ଆଣିବା ୟୁସିସିର ଉଦ୍ଦେଶ୍ୟ ନୁହେଁ। ବରଂ ଦେଶରେ ନ୍ୟାୟିକ ସମାନତା ଆଣିବା ଲାଗି ୟୁସିସିର କାର୍ଯ୍ୟକାରୀତା ବହୁତ ଜରୁରୀ। ତେଣୁ ଧର୍ମ ନିର୍ବିଶେଷରେ ଦେଶର ପ୍ରତ୍ୟେକ ନାଗରିକଙ୍କ ଲାଗି ବିବାହ, ଛାଡପତ୍ର, ଉତ୍ତରାଧିକାରୀ ଓ ପୋଷ୍ୟ ସନ୍ତାନ ଗ୍ରହଣ ଆଦି କ୍ଷେତ୍ରରେ ୟୁସିସି ଲାଗୁ ହେବା ଦରକାର। ରାଜ୍ୟପାଳ ଆରିଫ କହିଛନ୍ତି ଯେ ମୁସଲିମ୍ ପର୍ସନାଲ ଲ’ ଯଦି ଇସଲାମ ଧର୍ମର ଅବିଚ୍ଛେଦ୍ୟ ଅଂଶ ତେବେ ଏପରି ଆଇନ କାର୍ଯ୍ୟକାରୀ ହେଉ ନଥିବା ଦେଶରେ କାହିଁକି ମୁସଲମାନମାନେ ରହୁଛନ୍ତି । ଆମେରିକା ଓ ୟୁରୋପୀୟ ରାଷ୍ଟ୍ରରେ ମୁସଲିମ୍ ପର୍ସନାଲ ଲ’ କାର୍ଯ୍ୟକାରୀ ହେଉ ନଥିବାବେଳେ ଏଠାରେ ବାସ କରିବାକୁ ସମସ୍ତେ କାହିଁକି ବ୍ୟାକୁଳ ହେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଆମେରିକା, ୟୁରୋପ ଏପରିକି ପାକିସ୍ତାନରେ ମୁସଲମାନମାନେ ବିନା ପର୍ସନାଲ ଲ’ରେ ବାସ କରିପାରୁଛନ୍ତି। ମାତ୍ର ଭାରତରେ ପର୍ସନାଲ ଲ’ ବିନା ମୁସଲମାନମାନେ କାହିଁକି ବାସ କରିପାରିବେ ନାହିଁ। ୟୁସିସି କାର୍ଯ୍ୟକାରୀ ଦ୍ବାରା ମୁସଲମାନମାନେ ‘ନିକାହ’ ମାଧ୍ୟମରେ ବିବାହ କରାଇପାରିବେ ନାହିଁ ବୋଲି ଯେଉଁ ପ୍ରଚାର କରାଯାଉଛି ତାହା ମିଥ୍ୟା। ୟୁସିସି କାର୍ଯ୍ୟକାରୀ ସତ୍ତ୍ବେ ସମସ୍ତ ସମ୍ପ୍ରଦାୟ ନିଜ ନିଜର ପ୍ରଥା ଓ ପରମ୍ପରାକୁ କାର୍ଯ୍ୟକାରୀ କରିପାରିବ। ମାତ୍ର ଆଇନଗତ କ୍ଷେତ୍ରରେ ସମସ୍ତଙ୍କ ପାଇଁ ସମାନ ଆଇନ କାର୍ଯ୍ୟକାରୀ ହେବ। ଆରିଫ ଆହୁରି କହିଛନ୍ତି ଯେ ମୋଗଲ ସମ୍ରାଟମାନେ ଦେଶକୁ
ଦୀର୍ଘବର୍ଷ ଶାସନ କରିବା ସତ୍ତ୍ବେ ମୁସଲମାନ ଆଇନ କାର୍ଯ୍ୟକାରୀ କରି ନଥିଲେ। ଇଂରେଜ ସରକାର ଏପରି ଆଇନ କାର୍ଯ୍ୟକାରୀ କରିଛନ୍ତି। ସେମାନେ ଭାରତକୁ ଏକ ଦେଶ ବୋଲି ବିବେଚନା କରୁ ନଥିଲେ। ଭାରତକୁ ଇଂରେଜମାନେ ବିଭିନ୍ନ ସମ୍ପ୍ରଦାୟର ସାମୂହିକ ବାସସ୍ଥାନ ବିବେଚନା କରୁଥିଲେ। ଆରିଫଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି କେରଳର ସାଂସଦ ଇଟି ମହମ୍ମଦ ବାସିର। ବାସିର କହିଛନ୍ତି ଯେ ୟୁସିସି କୌଣସି ପ୍ରକାରେ ମୁସଲମାନ ସମ୍ପ୍ରଦାୟକୁ ପ୍ରଭାବିତ କରିବ ନାହିଁ। ୟୁସିସି ଦ୍ବାରା ମୁସଲମାନ ସମ୍ପ୍ରଦାୟ ପ୍ରଭାବିତ ହେବା କଥା ଯେଉଁମାନେ କହୁଛନ୍ତି ସେମାନଙ୍କର ଅନ୍ୟ ସ୍ବାର୍ଥ ରହିଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories