ଅନୁସୂଚିତ ଜନଜାତି ପ୍ରତିନିଧିଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ

ପାଟଣା : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭୁବନେଶ୍ଵର ଏବଂ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ପଞ୍ଚାୟତିରାଜ ସଂସ୍ଥାକୁ ନିର୍ବାଚିତ ହୋଇଥିବା ଅନୁସୂଚିତ ଜନଜାତି ପ୍ରତିନିଧି ମାନଙ୍କୁ ପାଟଣା ବ୍ଲକରେ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ୨୫ ଜୁଲାଇରୁ  ଅଗଷ୍ଟ ପହିଲା ଯାଏ ପର୍ଯ୍ୟାୟ କ୍ରମେ ୨୦ଟି ପଞ୍ଚାୟତର ମୋଟ ୨୦୮ ଜଣ ଅନୁସୂଚିତ ଜନଜାତିର ପଞ୍ଚାୟତିରାଜ ପ୍ରତିନିଧି ମାନଙ୍କୁ ଦକ୍ଷତା ପ୍ରଶିକ୍ଷଣ ଦିଆଯିବ। ପ୍ରଶିକ୍ଷକ ଭାବେ ଶିବନାଥ ପ୍ରଧାନ ଓ କୃଷ୍ଣଚନ୍ଦ୍ର ବାରିକ ଶିବିରାର୍ଥି ମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । କାର୍ଯକ୍ରମରେ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ବିଡିଓ ଶିବଶଙ୍କର ମୁର୍ମୁ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶୁଭେନ୍ଦୁ ବଳ ପ୍ରମୁଖଙ୍କ ଉପସ୍ଥିତିରେ ବଡପାଟଣା, ବାଉଁଶୁଳି , ବୁଢ଼ୀକାପୁଡ଼ି, ଚାକୁଣ୍ଡାପାଳ, ଚେମଣା ପଞ୍ଚାୟତରୁ ନିର୍ବାଚିତ ପଞ୍ଚାୟତିରାଜ ଜନଜାତି ପ୍ରତିନିଧିଙ୍କ ଦକ୍ଷତା ବିକାଶ ପ୍ରଶିକ୍ଷଣ ଆଜି ଉଦଯାପିତ ହୋଇଛି ।

Comments are closed.