www.samajalive.in
Monday, December 15, 2025
15.1 C
Bhubaneswar

କଂଗ୍ରେସ ମହା ଅଧିବେଶନ : ଇଭିଏମ୍‌ ହଟାଇ ବାଲଟ୍‌ ଆଣ

ବିଜେପି ଦେଶକୁ ବିଭାଜନ କରିଛି:ରାହୁଲ

ନୂଆଦିଲ୍ଲୀ  : ନିର୍ବାଚନ ବେଳେ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ୍‌ (ଇଭିଏମ୍‌) ବ୍ୟବହାର ବନ୍ଦ କରି ବାଲଟ ପେପର୍‌ ପୁନଃ ପ୍ରଚଳନ ଦାବି ଉଠାଇଥିବା ରାଜନୈତିକ ଦଳଗୁଡିକ ସହିତ ଏବେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ମଧ୍ୟ ସାମିଲ ହୋଇଛି। ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ  କଂଗ୍ରେସର  ୮୪ତମ ମହା ଅଧିବବେଶନରେ ଦଳୀୟ ନେତାମାନେ ବାଲଟ୍‌ ପେପର ପୁନଃ ପ୍ରଚଳନ ଉପରେ ଜୋର ଦେଇଥିବା ବେଳେ ଏକକାଳୀନ ନିର୍ବାଚନ ବ୍ୟବସ୍ଥା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଜନାଦେଶକୁ ପ୍ରଭାବିତ କରିବା ନିମନ୍ତେ ଇଭିଏମରେ ଜାଲିଆତି ଅଥବା ଏହାର ତ୍ରୁଟିପୂର୍ଣ୍ଣ ବ୍ୟବହାର ଆଶଙ୍କା ରହିଛି। ଏଣୁ ନିର୍ବାଚନୀ ପ୍ରକ୍ରିୟାକୁ ସ୍ୱଚ୍ଛ କରାଇବା ଲାଗି ନିର୍ବାଚନ କମିସନ ଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡିକ ପରି ପୁରୁଣା ବ୍ୟବସ୍ଥାର ପୁନଃ ପ୍ରଚଳନ କରିବା ଉଚିତ୍‌ ବୋଲି ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ଦ୍ୱାରା ଆଗତ ଦଳୀୟ ରାଜନୈତିକ ସଂକଳ୍ପନାମାରେ କୁହାଯାଇଛି। ସେହିଭଳି ଆଗାମୀ ଲୋକସଭା ନିର୍ବାଚନରେ ବିଜେପି-ଆର୍‌ଏସ୍‌ଏସ୍‌କୁ ପରାସ୍ତ କରିବା ଲାଗି ଦଳୀୟ ନେତା ଏକଜୁଟ ହେବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏଥିସହ ସମଚିନ୍ତାଧାରାସମ୍ପନ୍ନ ଦଳଗୁଡିକ ସହିତ ସହଯୋଗିତା ରକ୍ଷା ପୂର୍ବକ ଏକ ସାଧାରଣ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବାର ଚିନ୍ତାଧାରା ଦଳୀୟ ନେତାମାନେ ଆପଣାଇବାକୁ ଅଧିବେଶନରେ ସ୍ଥିର ହୋଇଛି।

ନୂଆଦିଲ୍ଲୀଠାରେ ତିନି ଦିନ ଧରି ଅନୁଷ୍ଠିତ ହେଉଥିବା କଂଗ୍ରେସର ୮୪ତମ ପୂର୍ଣ୍ଣ ଅଧିବେଶନରେ ଯୋଗ ଦେଇ ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି କହିଛନ୍ତି, ଅଭିମାନୀ ନରେନ୍ଦ୍ର ମୋଦି ୟୁପିଏ ସରକାରଙ୍କ ସମସ୍ତ ଯୋଜନାକୁ ନଷ୍ଟ କରିଦେଇଛନ୍ତି। ଏକ ଘଡିସନ୍ଧି ମୁହୂର୍ତ୍ତରେ ରାହୁଲ ଗାନ୍ଧି ଦଳର ନେତୃତ୍ୱ ନେଇଥିବାରୁ ସୋନିଆ ତାଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ୪୦ ବର୍ଷ ପୂର୍ବେ ଚିକ୍‌ମାଗଲୁରରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧିଙ୍କ ବିଜୟ ଭାରତୀୟ ରାଜନୀତିକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଇଥିଲା। ଆଗାମୀ ଦିନରେ କଂଗ୍ରେସ ପୁନଃ ସେହିଭଳି ପ୍ରଦର୍ଶନ କରିବ ବୋଲି ସୋନିଆ ଦୃଢ ଆଶାବ୍ୟକ୍ତ କରିଛନ୍ତି। ଏ ନେଇ ଦଳୀୟ ନେତାମାନଙ୍କୁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ହେବ ବୋଲି ସେ ଦର୍ଶାଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଜେପି ସରକାରକୁ କଡ଼ା ସମାଲୋଚନା କରି କହିଛନ୍ତି, ବିଜେପି ଘୃଣାର ପ୍ରସାର ପୂର୍ବକ ଧର୍ମ ଓ ଜାତି ନାମରେ ଦେଶକୁ ବିଭାଜିତ କରିଛି। ଏଭଳି ସ୍ଥିତିରେ କେବଳ କଂଗ୍ରେସ ହିଁ ଦେଶକୁ ଏକଜୁଟ କରିପାରିବ। ହାତ ଚିହ୍ନ (କଂଗ୍ରେସର ଦଳୀୟ ଚିହ୍ନ) ହିଁ ଦେଶକୁ ଏକଜୁଟ କରି ଉନ୍ନତି ପଥରେ ଆଗେଇ ନେଇପାରିବ ବୋଲି ସେ ଦର୍ଶାଇଛନ୍ତି। ବିଜେପି ଘୃଣା ଏବଂ କ୍ରୋଧକୁ ମାଧ୍ୟମ କରୁଥିବା ବେଳେ ଲୋକଙ୍କୁ ଏକତ୍ର କରି

- Advertisement -

ବା ଲାଗି କଂଗ୍ରେସ ପ୍ରେମ ଏବଂ ସ୍ନେହର ଉପଯୋଗ କରୁଛି। ଦେଶ ସମସ୍ତ ନାଗରିକଙ୍କର; କଂଗ୍ରେସ ଯେଉଁ ପଦକ୍ଷେପ ଗ୍ରହଣ କରିବ ତାହାଦ୍ୱାରା ସମସ୍ତ ଦେଶବାସୀ ଉପକୃତ ହେବେ ବୋଲି ରାହୁଲ ଦର୍ଶାଇଛନ୍ତି। ବିଜେପିର ମିଥ୍ୟା ପ୍ରହେଳିକାରେ ଦେଶବାସୀ କ୍ଲାନ୍ତ ହୋଇପଡିଥିବା ବେଳେ ଆଗକୁ ବଢିବାର ରାସ୍ତା ଖୋଜୁଛନ୍ତି। କେବଳ କଂଗ୍ରେସ ହିଁ ଦେଶକୁ ଆଗକୁ ନେଇପାରିବ ବୋଲି ସେ ଦୃଢୋକ୍ତି ବ୍ୟକ୍ତ କରିଛନ୍ତି।

୨୦୧୯ ଲୋକସଭା ନିର୍ବାଚନ ଲାଗି ଦଳକୁ ପ୍ରସ୍ତୁତ କରିବାର ମୁଖ୍ୟ ଉଦ୍ଦେଶ୍ୟ ନେଇ ଅନୁଷ୍ଠିତ ଏହି ଅଧିବେଶନରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଉପସ୍ଥିତ ଥିଲେ। କଂଗ୍ରେସ ଶାସନାଧୀନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜ୍ୟର କଂଗ୍ରେସ ଅଧ୍ୟକ୍ଷ ଏବଂ କଂଗ୍ରେସ ବିଧାୟକ ଦଳର ନେତାମାନେ ଯୋଗଦେଇଥିଲେ।

୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସର ଏହି ୮୪ତମ ମହାଅଧିବବେଶନ ଆୟୋଜନ କରାଯାଇଛି। ଯେଉଁଥିରେ ଦେଶର ସାରା ଦେଶରୁ ହଜାର ହଜାର କାର୍ଯ୍ୟକର୍ତ୍ତା ଭାଗ ନେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories