www.samajalive.in
Sunday, December 14, 2025
18.1 C
Bhubaneswar

ବିକ୍ରମ କୋଠାରିଙ୍କୁ ନିୟମିତ ଜାମିନ ଅଗ୍ରାହ୍ୟ

ଲକ୍ଷ୍ନୌ : ରୋଟୋମାକ୍‌ ଗ୍ଲୋବାଲ୍‌ର ପ୍ରମୋଟର ତଥା ନିର୍ଦେଶକ ବିକ୍ରମ କୋଠାରିଙ୍କୁ ନିୟମିତ ଜାମିନ୍‌ ଦେବାକୁ ସିବିଆଇ କୋର୍ଟ ଅଗ୍ରାହ୍ୟ କରିଛନ୍ତି। ଶ୍ରୀ କୋଠାରି ୩,୬୯୫ କୋଟି ଟଙ୍କାର ଋଣ ଠକେଇ ମାମଲା ସହ ସମ୍ପୃକ୍ତ। ଚଳିତମାସ ୭ରେ କୋର୍ଟ କୋଠାରିଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ଫେବୃଆରୀ ୨୩ରେ ସିବିିଆଇ ତାଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ଜେଲରେ। ସିବିଆଇ ଏବେ କୋଠାରିଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଲକ୍ଷ୍ନୌକୁ ପଚାରଉଚରା ନିମନ୍ତେ ଆଣିଛି। ବ୍ୟାଙ୍କ ଅଫ୍‌ ଇଣ୍ଡିଆର ନେତୃତ୍ୱରେ ବ୍ୟାଙ୍କମାନଙ୍କୁ ନେଇ ଗଠିତ କନ୍‌ର୍ସୋଟିୟମ୍‌ ରୋଟୋମାକ୍‌ ଗ୍ଲୋବାଲ ପ୍ରାଇଭେଟ୍‌ ଲିମିଟେଡ୍‌କୁ ୨୦୦୮ବର୍ତ୍ତମାନ ଯାଏ ୨୯୧୯ କୋଟି ଟଙ୍କାର ଋଣ ପ୍ରଦାନ କରିଥିଲା। ସିବିିଆଇ ପକ୍ଷରୁ ଦାଏ କରାଯାଇଥିବା ଏଫ୍‌ଆଇଆର୍‌ ଅନୁଯାୟୀ, ଏକ ଷଡଯନ୍ତ୍ର ରଚାଇ କମ୍ପାନୀର ନିର୍ଦେଶକ ପାଣ୍ଠି ସ୍ତାନାନ୍ତରଣ କରିଥିଲେ।
ବି

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories