www.samajalive.in
Monday, December 15, 2025
14.1 C
Bhubaneswar

୧୭ରେ ଖୋଲିବ ବିଜୁ ପଟ୍ଟନାୟକ ସଂଗ୍ରହାଳୟ

ଉଦ୍‌ଘାଟନ କରିବେ ରାଷ୍ଟ୍ରପତି

କଟକ : ଚଳିତମାସ ୧୭ ତାରିଖରେ କଟକ ବିଜୁ ପଟ୍ଟନାୟକ ଛକରେ ନୂତନଭାବେ ନିର୍ମାଣ କରାଯାଇଥିବା “ବିଜୁ ପଟ୍ଟନାୟକ ସଂଗ୍ରହାଳୟ’କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍‌ଘାଟନ କରିବେ। ପୂର୍ବରୁ ଏହି ଭବନରେ ବିଜୁ ବାବୁ ସପରିବାର ରହୁଥିଲେ। ତାଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆନନ୍ଦ ଭବନକୁ ବିଜୁ ପଟ୍ଟନାୟକ ସଂଗ୍ରାହଳୟ ନାମରେ ନାମିତ କରିଛନ୍ତି। ଏଠାରେ ବିଜୁ ବାବୁଙ୍କ ଜୀବନୀ ସଂକ୍ରାନ୍ତ ଫଟୋ ଓ ସେ ବ୍ୟବହାର କରୁଥିବା ଏକାଧିକ ସାମଗ୍ରୀ ରଖାଯାଇଛି।
ଏକଦା ବିଜୁ ବାବୁଙ୍କ ଏହି ଆନନ୍ଦ ଭବନ ଓଡ଼ିଶା ରାଜନୀତିର ଅନ୍ତୁଡ଼ିଶାଳ ଥିଲା। ରାଜ୍ୟର ବିଶିଷ୍ଟ ନେତାମାନେ ଏଠାକୁ ଆସି ଓଡ଼ିଶା ରାଜନୀତି ଉପରେ ବିଜୁ ବାବୁଙ୍କ ସହ ଆଳାପ-ଆଲୋଚନା କରୁଥିଲେ। ପରବର୍ତ୍ତୀ ସମୟରେ ଏହି ଭବନରୁ ଏକାଧିକ ରାଜନେତା ସେମାନଙ୍କ କ୍ୟାରିୟର ଆରମ୍ଭ କରିଥିଲେ। କଟକବାସୀ ନିଜର ପ୍ରିୟ ନେତା ବିଜୁ ବାବୁ ବ୍ୟବହାର କରୁଥିବା ସାମଗ୍ରୀ ଓ ତାଙ୍କ ପିଲାଦିନର ଫଟୋ ଦେଖିପାରିବେ। ପୂର୍ତ୍ତ ବିଭାଗ ପକ୍ଷରୁ ଏହି ସଂଗ୍ରାହଳୟ ନିର୍ମାଣ କରାଯାଇଛି। ଏହି ସଂଗ୍ରହାଳୟ ନିର୍ମାଣ ପାଇଁ ୧କୋଟି ୮ଲକ୍ଷ ଟଙ୍କା ବ୍ୟୟ କରାଯାଇଛି।

ସଂଗ୍ରହାଳୟରେ କ’ଣ ରହିଛି : ଦୁଇ ମହଲା ବିଶିଷ୍ଟ ଏହି ସଂଗ୍ରହାଳୟର ତଳ ମହଲାରେ ବିଜୁ ବାବୁଙ୍କ ପରିବାର, ପିଲାଦିନ, ଶିକ୍ଷା, ରାଜନୈତିକ କ୍ୟାରିୟର, ସ୍ୱାଧୀନତା ସଂଗ୍ରାମ ସମୟର ବିଭିନ୍ନ ତଥ୍ୟ, ଜୀବନର ଅନ୍ତିମ ପର୍ଯ୍ୟାୟର ବିଭିନ୍ନ ଫଟୋ ଓ ସେ ବ୍ୟବହାର କରିଥିବା ବନ୍ଧୁକ, କଲମ, ଖଟ, ବେଡସିଟ, ଲୁଗାପଟା, ଲୁଙ୍ଗି, ଅକ୍ସିଜେନ ସିଲିଣ୍ଡର, ଟେବୁଲ, ଚେୟାର, ବିଭିନ୍ନ ଅଙ୍ଗିଭଙ୍ଗିର ଫଟୋ ଆଦି ଏଠାରେ ରଖାଯାଇଛି। ଏହା ବ୍ୟତୀତ ଏହି ସଂଗ୍ରହାଳୟରେ ଚେୟାରେ ଗୋଡ଼ ଉପରେ ଗୋଡ଼ ପକାଇ ରାଜକୀୟଠାଣିରେ ବସିଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି। ସଂଗ୍ରହାଳୟର ଉପର ମହଲାରେ ଏକ ପାଠାଗାର ନିର୍ମାଣ କରାଯାଇଛି। ଏଥିରେ ଗୋଟିଏ ପଟେ ବିଜୁ ବାବୁଙ୍କ ଆତ୍ମଜୀବନୀ ସହ ବିଭିନ୍ନ ସମୟରେ ସେ ପଢୁଥିବା ବହି ଏବଂ ପ୍ରାୟ ତିନି ହଜାରରୁ ଊର୍ଦ୍ଧ୍ବ ବହି ରଖାଯାଇଛି। ଏହା ବ୍ୟତୀତ ଏଠାରେ ଇ-ପାଠାଗାର ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ପାଠକମାନେ କମ୍ପ୍ୟୁଟର ସାହାଯ୍ୟରେ ବହି ପଢି ପାରିବେ। କିଛିଦିନ ତଳେ ପ୍ରକାଶିତ ହୋଇଥିବା ବିଜୁ ପଟ୍ଟନାୟକଙ୍କର ଟଲ ମ୍ୟାନ ପୁସ୍ତକ ଏହି ପାଠାଗାରରେ ରଖାଯାଇଛି। ଏହି ସଂଗ୍ରହାଳୟରେ ଏକ “ୱାଟର ଫାଉଣ୍ଟେନ ନିର୍ମାଣ’ କରାଯାଇଛି। ଏହା ହେଉଛି କଟକର ପ୍ରଥମ ସଂଗ୍ରହାଳୟ ଯେଉଁଥିରେ ପାଠାଗାର ବ୍ୟବସ୍ଥା କରାଯାଇଛି। କଟକରେ ବିଜୁ ପଟ୍ଟନାୟକ ସଂଗ୍ରହାଳୟ, ନେତାଜୀ ଜନ୍ମସ୍ଥାନ ସଂଗ୍ରାହାଳୟ, ମଧୁସୂଦନ ସଂଗ୍ରହାଳୟ ଓ ନୌ ବାଣିଜ୍ୟ ପରି ମୋଟ ୪ଟି ସଂଗ୍ରହାଳୟ ନିର୍ମାଣ କରାଯାଇଛି।

- Advertisement -

ଆନନ୍ଦ ଭବନର ଗୁରୁତ୍ୱ : ବିଜୁ ପଟ୍ଟନାୟକ ଛକରେ ରହିଥିବା ଏହି ଭବନକୁ ବିଜୁ ବାବୁ ୧୯୩୧ ମସିହାରେ ନିର୍ମାଣ କରିଥିଲେ। ଏହି ଭବନ ପାର୍ଶ୍ବରେ ବିଜୁ ବାବୁଙ୍କ ସମ୍ପର୍କୀୟଙ୍କ ଘର ଅଛି। ଏବେବି ସେମାନେ ସେଠାରେ ରହି ଆସୁଛନ୍ତି।

ସରକାରଙ୍କୁ ହସ୍ତାନ୍ତର : ଏହି ଭବନକୁ ବିଜୁ ବାବୁଙ୍କ କନିଷ୍ଠ ପୁତ୍ର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଜୁନ ୨୦୧୫ରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ପରବର୍ତ୍ତୀ ସମୟରେ ଏହି ଭବନକୁ ସଂଗ୍ରହାଳୟରେ ପରିଣତ କରାଯାଇଥିଲା।

ସିବନି କଳିଙ୍ଗ ରଥ ଓ ଡାକୋଟା ବିମାନ : ଏହି ସଂଗ୍ରାହଳୟରେ ବିଜୁ ପଟ୍ଟନାୟକ ବ୍ୟବହାର କରୁଥିବା ଗାଡି “କଳିଙ୍ଗ ରଥ’ ଓ “ଡାକୋଟା ବିମାନ’ ସ୍ଥାନ ପାଇବ ବୋଲି ନିଷ୍ପତ୍ତି ନିଆଯାଇଥିଲା।

ତେବେ କଳିଙ୍ଗ ରଥ ଆସିବ ନାହିଁ ଓ ଡାକୋଟା ଆସିବାକୁ ସମୟ ଲାଗିବ ବୋଲି କଟକ ଜିଲାପାଳ ସୂଚନା ଦେଇଛନ୍ତି।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories