ନାବାଳିକାକୁ ଅଶ୍ଳୀଳ ଇଙ୍ଗିତ ମାମଲାର ରାୟ ପ୍ରକାଶ

0

ବ୍ରହ୍ମପୁର : ନାବାଳିକାଙ୍କୁ ଅଶ୍ଳୀଳ ଇଙ୍ଗିତ ଓ ଟଣାଓଟରା କରିବା ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇଛି । ଅଦାଲତ  ଅଭିଯୁକ୍ତକୁ ଏକ ବର୍ଷ ଜେଲ ଦଣ୍ଡ ସହ ଏକ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରକାଶ ଥାଉ କି  ଜିଲ୍ଲାର ବଡଗଡ ଥାନା ଅନ୍ତର୍ଗତ ସିଦ୍ଧିପୁର ଗାଁରେ ଜଣେ ନାବାଳିକାଙ୍କୁ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ସେହି ଗାଁର ମିଟୁ ନାୟକ ନାମକ ଜଣେ ଯୁବକ  ଘରେ ପଶି ଦିନ ଦ୍ବୀପହରରେ ଅଶ୍ଳୀଳ ଇଙ୍ଗିତ କରିବା ସହ ଟଣାଓଟରା କରିଥିବା ଅଭିଯୋଗ ହୋଇଥିଲା। ପରେ ଉକ୍ତ ଘଟଣାରେ ବଡଗଡ ଥାନା ପୋଲିସ ମିଟୁକୁ ଗିରଫ କରିଥିଲା।  ଗତ ନଭେମ୍ବର୧୮ତାରିଖ ୨୦୧୪ ମସିହାରେ ଘଟଣା ଘଟିଥିଲା । ଦୀର୍ଘ ୪ ବର୍ଷର ବିଚାର ଓ ୭ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତି କରି ଵ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରାଜଜ ଦ୍ୱିତୀୟ ତାଙ୍କର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।

Leave A Reply