ଦୁବାଇରେ ଦୁଇ ଭାରତୀୟଙ୍କୁ ୫୦୦ବର୍ଷ ଜେଲ୍

0

ଦୁବାଇରେ : କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗରେ ଦୁବାଇର ଏକ ଅଦାଲତ ଦୁଇଜଣ ଭାରତୀୟଙ୍କୁ ୫୦୦ ବର୍ଷର ଜେଲ ଦଣ୍ଡାଦେଶ ଦେଇଛନ୍ତି । ଗେ।ଆର ଏହି ଦୁଇଜଣ ଲୋକଙ୍କୁ ୨୦୦ ମିଲିୟନ ଆର୍ଥିକ ଅନିୟମିତତା ମାମଲାରେ ଏହି ଦଣ୍ଡାଦେଶ ମିଳିଛିି। ୩୭ ବର୍ଷିୟ ସିଡନୀ ଲିମୋସ ଏବଂ ତାଙ୍କର ଆକାଉଣ୍ଟ ସ୍ପେଶାଲିଷ୍ଟ ୨୫ ବର୍ଷିୟ ରିୟାନ ଡିସୁଜାଙ୍କୁ ୨୦୦ ମିଲିୟନ ଆର୍ଥିକ ଅନିୟମିତତା ମାମଲାରେ ନିବେଶକଙ୍କୁ ଧୋକା ଦେବା ମାମଲାରେ ଦୁବାଇର ଏକ ଅଦାଲତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।
ଲିିମୋସ ନିଜ କଂପାନୀ ମାଧ୍ୟମରେ ଲୋକଙ୍କୁ ପ୍ରଲୋଭିତ କରି ୨୫ ହଜାର ଡଲାର ଲେଖାଁଏ ନିବେଶ କଲେ ସେମାନଙ୍କୁ ବାର୍ଷିକ ସର୍ବନିମ୍ନ ୧୨୦ ପ୍ରତିଶତ ରିଟର୍ଣ୍ଣ ମିଳିବ ବୋଲି କହିଥିଲେ । କିନ୍ତୁ ପରେ ସେ ନିବେଶକ ମାନଙ୍କୁ ଧୋକା ଦେଇଥିଲେ।  ଲିମୋସକୁ ସର୍ବ ପ୍ରଥମେ ୨୦୧୬ରେ ଗିରଫ କରାଯାଇଥିଲା ଓ ପରେ ଜାମିନରେ ଛାଡି ଦିଆଯାଇ ଥିଲା। ହେଲେ ଗତ ଜାନୁଆରୀରେ ତାକୁ ପୁଣି ଗିରଫ କରାଯାଇଥିଲା। ସେହିପରି ରିୟାନକୁ ଗତ ବର୍ଷ ଫେବୃୟାରୀରେ ଦୁବାଇ ବିମାନ ବନ୍ଦରରୁ ଗିରଫ କରାଯାଥିଲା।
ଅନ୍ୟପକ୍ଷରେ ବେଆଇନ ଭାବେ ଅଫିସରେ ପଶି କାଗଜପତ୍ର ନେଇ ଯିବା ଅଭିଯୋଗରେ ଲିମୋସଙ୍କ ପତ୍ନୀଙ୍କ ନାମରେ ମାମଲା ଦାୟର କରାଯାଇଛି।

Leave A Reply