nua o banner

ଭାଗଚାଷୀଙ୍କୁ ମିଳିବ ଋଣ : ଯୋଗାଣ ମନ୍ତ୍ରୀ

BSKY banner  750×100
0

ଭୁବନେଶ୍ୱର  : ଚଳିତବର୍ଷ ଠାରୁ ପ୍ରଥମ ଥର ପାଇଁ ଭାଗଚାଷୀଙ୍କୁ ଋଣ ପ୍ରଦାନ କରାଯିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଏଥିସହିତ ରାଜ୍ୟର ୨୧ଲକ୍ଷ କୃଷକଙ୍କୁ ୭୨୦୦କୋଟି ଟଙ୍କାର ଖରିଫ ଋଣ ମଧ୍ୟ ଦିଆଯିବ ବୋଲି ପ୍ରାକ ଖରିଫ କର୍ମଶାଳାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଚଳିତବର୍ଷ ସ୍ୱାଭାବିକ ବର୍ଷା ପୂର୍ବାନୁମାନ କରାଯାଇଥିବାରୁ ଭଲ ଫସଲ ଉତ୍ପାଦନର ଆଶା ରହିଛି।
ଓୟୁଏଟି ପରିସରରେ ସୋମବାରଠାରୁ ଆୟୋଜିତ ଦୁଇଦିନିଆ ପ୍ରାକ୍‍-ଖରିଫ କର୍ମଶାଳାରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଥିଲେ ଯେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରହିଲେ କୃଷି ଉତ୍ପାଦନ ବୃଦ୍ଧି ସହ କୃଷକର ଆୟ ବଢ଼ିବ। ରାଜ୍ୟ ପଞ୍ଚମଥର ପାଇଁ କୃଷି କର୍ମଣ ପୁରସ୍କାର ଲାଭକରିପାରିବ ବୋଲି ସେ ଆଶାବାଦୀ।
୨୦୧୮ ଖରିଫ ଋତୁରେ ପ୍ରାୟ ୩୫୦୦ ଲକ୍ଷ ହେକ୍ଟର ଜମିରେ ମୁଖ୍ୟ ଫସଲ ଧାନ ଉତ୍ପାଦନ ପାଇଁ ସ୍ଥିରୀକୃତ ହୋଇଥିବାବେଳେ ଉତ୍ପାଦନ ୮୫୭୫ ହଜାର ଟନ୍‍ ଓ ଉତ୍ପାଦିକତା ହେକ୍ଟର ପିଛା ୨୪୫୦ କିଗ୍ରା ହେବ ବୋଲି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଡାଲିଜାତୀୟ ଫସଲ ୧ଲକ୍ଷ ୯୦ହଜାର ହେକ୍ଟର ଜମିରେ କରାଯିବା ସହିତ ଉତ୍ପାଦନ ୬୬୯ ହଜାର ଟନ୍‍ ଓ ଉତ୍ପାଦକତା ହେକ୍ଟର ପିଛା ୬୧୪କିଗ୍ରା ହେବ ବୋଲି ଲକ୍ଷ୍ୟ ରହିଛି। ଏହି ସମସ୍ତ ଚାଷକୁ ମିଶାଇ ମୋଟ ଖାଦ୍ୟଶସ୍ୟ ଉତ୍ପାଦନ ୫ଲକ୍ଷ ୧୦ହଜାର ହେକ୍ଟର ଜମିରେ କରାଯିବାକୁ ନିଷ୍ପତ୍ତି ହୋଇଛି। ମୋଟ ଉତ୍ପାଦନ ୧୦୩୭୧ ହଜାର ମେଟ୍ରିକ ଟନ୍‍ ସହିତ ହେକ୍ଟର ପିଛା ୨୦୩୦ କିଗ୍ରା ହେବ ବୋଲି ଧାର୍ଯ୍ୟ କରାଯାଇଛି। ତୈଳବୀଜ ଫସଲ ଚାଷ ୪୫୦ହଜାର ହେକ୍ଟର ଜମିରେ ଚାଷ ପାଇଁ ସ୍ଥିର ହୋଇଥିବାବେଳେ ଉତ୍ପାଦନ ୩୪୯ହଜାର ମେଟ୍ରିକ ଟନ୍‍ ଏବଂ ହେକ୍ଟର ପିଛା ୭୭୬କିଗ୍ରା ହେବ ବୋଲି ଯୋଜନା ପ୍ରସ୍ତୁତ ହୋଇଛି।
ଉଦ୍ୟାନକୃଷିରେ ୨୦୧୮-୧୯ ବର୍ଷ ପାଇଁ ୧୦୨୩୦.୪୭ଲକ୍ଷ ଟଙ୍କାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅନ୍ତର୍ଗତ ଅଣୁ ଜଳସେଚନ ଯୋଜନା ମାଧ୍ୟମରେ ମୋଟ ୨୧୩୦୪ ହେକ୍ଟର ପରିମିତ ଜମିକୁ ୫୭୯୦ ଲକ୍ଷ ଟଙ୍କା ଆର୍ଥିକ ସହାୟତାରେ ଜଳସେଚନ ବ୍ୟବସ୍ଥା ହେବ। ଚଳିତ ଖରିଫ ଋତୁରେ ୨୦ ଲକ୍ଷ ଚାଷୀ, ୨ଲକ୍ଷ ଅଣଋଣ ଚାଷୀଙ୍କୁ ବୀମାଭୁକ୍ତ କରାଯିବ। ଖରିଫ ୨୦୧୮ରେ ଧାନ, ଚିନାବାଦାମ, କପା, କମା, ହରଡ଼, ହଳଦି ଓ ଅଦା ଫସଲକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଅବସରରେ ଖରିଫ କାର୍ଯ୍ୟକ୍ରମ ୨୦୧୮ ପୁସ୍ତିକା ଉନ୍ମୋଚିତ ହୋଇଥିଲା।

Leave A Reply