www.samajalive.in
Sunday, December 14, 2025
19.1 C
Bhubaneswar

୧ କୋଟି ବଜେଟ୍‍ ; ସମସ୍ତ ଟିକଟ ମୂଲ୍ୟ ୨୦ ଟଙ୍କା


ଭୁବନେଶ୍ୱର : ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍‍ଏଫ)ର ଅନ୍ୟତମ ପେସାଦାର ଫୁଟବଲ ଲିଗ୍‍ ସୁପରକପ୍‍ର ପ୍ରଥମ ସଂସ୍କରଣ ଶନିବାରଠାରୁ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ। ପ୍ରତିଯୋଗିତା ଲାଗି ରାଜ୍ୟ କ୍ରୀଡ଼ା ବିଭାଗ ଓ ଫୁଟବଲ୍‍ ଆସୋସିଏସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
କ୍ଲବ ଫୁଟବଲର ଅନ୍ୟତମ ଶ୍ରେଷ୍ଠ ପ୍ରତିଯୋଗିତା ସୁପରକପ୍‍ରେ ଆଇଲିଗ୍‍ ଚମ୍ପିଆନ ମିନର୍ଭା ପଞ୍ଜାବ, ଆଇଏସ୍‍ଏଲ ଚମ୍ପିଆନ ଚେନ୍ନଇୟିନ୍‍ ଏଫ୍‍ସି, ରନର୍ସଅପ ବେଙ୍ଗାଲୁରୁ ଏଫ୍‍ସି ସମେତ ଆଇଜଲ ଏଫ୍‍ସି, ଗୋକୁଳମ୍‍ ଏଫ୍‍ସି, ମୋହନ ବାଗାନ, ଚର୍ଚ୍ଚିଲ ବ୍ରଦର୍ସ, ଜାମସେଦପୁର ଏଫ୍‍ସି, ଏଫ୍‍ସି ଗୋଆ, ଆଟ୍‍ଟେିକୋ ଡି କଲକାତା, ଏଫ୍‍ସି ପୁଣେ ସିଟି, ଶିଲଂ ଲାଜଙ୍ଗ, ମୁମ୍ବଇ ସିଟି ଏଫ୍‍ସି, ଇଷ୍ଟବେଙ୍ଗଲ, ନେରୋକା ଏଫ୍‍ସି ଓ କେରଳ ବ୍ଲାଷ୍ଟର୍ସ ଭଳି ଦଳ ରହିଛନ୍ତି। ୩୧ରୁ ଏପ୍ରିଲ ୬ ପର୍ଯ୍ୟନ୍ତ ପ୍ରିକ୍ୱାର୍ଟରଫାଇନାଲ ମ୍ୟାଚ୍‍ ଖେଳାଯିବ। ବେଙ୍ଗାଲୁରୁ ଏଫ୍‍ସି ଓ ଆଇଜଲ ଏଫ୍‍ସି ଏଏଫ୍‍ସି କପ୍‍ ଖେଳିବାର ଥିବାରୁ କ୍ୱାର୍ଟରଫାଇନାଲ ମ୍ୟାଚ୍‍ କାର୍ଯର୍୍ୟସୂଚୀ ସ୍ଥିର ହୋଇ ପାରିନାହିଁ। ବେଙ୍ଗାଲୁରୁ ଏଫ୍‍ସି ଓ ଆଇଜଲ ଏଫ୍‍ସିର ବିଜୟ ଓ ପରାଜୟ ପରେ କ୍ୱାର୍ଟରଫାଇନାଲ କାର୍ଯ୍ୟସୂଚୀ ସ୍ଥିରହେବାକୁ ନିଷ୍ପତ୍ତି ହୋଇଛି। ୧୬ ଓ ୧୭ରେ ସେମିଫାଇନାଲ ଓ ୨୦ରେ ଫାଇନାଲ ମ୍ୟାଚ୍‍ ଖେଳାଯିବ। ସମସ୍ତ ମ୍ୟାଚ୍‍ ଫ୍ଲଡ ଲାଇଟ୍‍ରେ ଖେଳାଯିବ। କେବଳ ଏପ୍ରିଲ ୧ରେ ୨ଟି ମ୍ୟାଚ୍‍ ଖେଳାଯିବ। ପ୍ରଥମ ମ୍ୟାଚ୍‍ ଅପରାହ୍ନ ୫ଟାରୁ ଓ ୨ୟ ମ୍ୟାଚ୍‍ ରାତି ୮ଟାରୁ ଖେଳାଯିବ। ସମସ୍ତ ମ୍ୟାଚ୍‍ ରାତି ୮ଟାରୁ ଆରମ୍ଭ ହେବ ବୋଲି ଫୁଟବଲ ଆସୋସିଏସନ ଅଫ୍‍ ଓଡ଼ିଶା (ଫାଓ) ସଭାପତି ଦେବାଶିଷ ସାମନ୍ତରାୟ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପ୍ରତିଯୋଗିତା ଲାଗି ମୋଟ ୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିମଧ୍ୟରୁ ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ) ୭୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଥିବାବେଳେ ରାଜ୍ୟ ସରକାର ମଧ୍ୟ ଆର୍ଥିକ ସହାୟତା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଉଛନ୍ତି ବୋଲି ଫାଓ ସଭାପତ ଶ୍ରୀ ସାମନ୍ତରାୟ ସୂଚନା ଦେଇଛନ୍ତି। ପ୍ରତିଯୋଗିତା ଲାଗି ପୂର୍ବରୁ ଟିକଟ ମୂଲ୍ୟ ୨୦, ୩୦, ୫୦ ଓ ୧୦୦ଟଙ୍କା ରଖା ଯାଇଥିଲା। ଉକ୍ତ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇ ସମସ୍ତ ମ୍ୟାଚ୍‍ ଲାଗି ସମସ୍ତ ଟିକଟ ମୂଲ୍ୟ ୨୦ ଟଙ୍କା କରାଯାଇଛି। ଟିକଟ କଳିଙ୍ଗ ଷ୍ଟାଡ଼ିୟମ ୩ ନମ୍ବର କାଉଣ୍ଟରରେ ବିକ୍ରି ଆରମ୍ଭ ହୋଇଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ମ୍ୟାଚ୍‍ ସମୟରେ ମଧ୍ୟ ଟିକଟ ଉପଲବ୍ଧ ହେବ ବୋଲି କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଆଥ୍‍ଲେଟିକ ଆସୋସିଏସନ ସମ୍ପାଦକ ଆଶୀର୍ବାଦ ବେହେରା, କ୍ରୀଡ଼ା ଓ ଯୁବସେବା ବିଭାଗର ସ୍ୱତନ୍ତ୍ର ଅଧିକାରୀ ଚଞ୍ଚଲ ରାଣା, ଫାଓ ଯୁଗ୍ମ ସମ୍ପାଦକ ଅଭିଜିତ ପାଲ, ଉପସଭାପତି ଭକ୍ତବଲ୍ଲଭ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories