କଟକ : ବଦଳିବ ସୁଶାନ୍ତ ଧଳସାମନ୍ତଙ୍କ ଜେଲ ଠିକଣା। ଝାରପଡ଼ା ଜେଲରୁ ସୁଶାନ୍ତ ଧଳସାମନ୍ତ ଯିବେ ବଲାଙ୍ଗୀର ଜେଲ୍। ଝାରପଡାରୁ ଅନ୍ୟ ଜେଲକୁ ସ୍ଥାନାନ୍ତର ପ୍ରସଙ୍ଗରେ ଗୁରୁବାର ଜେଏମଏଫସି(ଗ୍ରାମାଞ୍ଚଳ) କୋର୍ଟ ରାୟ ପ୍ରଦାନ କରି ଏହି ନିର୍ଦେଶ ଦେଇଛନ୍ତି। ସୁଶାନ୍ତଙ୍କୁ ରାଜ୍ୟର ଅନ୍ୟ ଜେଲକୁ ସ୍ଥାନାନ୍ତର କରିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ଆବେଦନ କରାଯାଇଥିଲା। ଏହି ମାମଲାରେ ଉଭୟ ସରକାର ଓ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ତେବେ ସୁଶାନ୍ତ ଧଳସାମନ୍ତ ଝାରପଡା ଜେଲ୍ରେ ରହି ଅନେକ ଅପରାଧିକ କାର୍ଯ୍ୟ ଜାରି ରଖିଥିବା ନେଇ ପୁଲିସ ପାଖରେ ଅନେକ ତଥ୍ୟ ରହିଛି।
ଜେଲ୍ ମଧ୍ୟରୁ ନେଟୱାର୍କିଂ କରି ନାନା ଅପରାଧ ମାମଲା ଘଟାଉଥିବା ସରକାରଙ୍କ ପକ୍ଷରୁ ଯୁକ୍ତିରେ ଦର୍ଶାଯାଇଥିଲା। ତେଣୁ ଅନ୍ୟ ଜେଲ୍କୁ ସ୍ଥାନାନ୍ତର କରାଯିବା ପାଇଁ ଦୃଢଯୁକ୍ତିବଢାଯାଇଥିଲା। ତେବେ ଅଭିଯୁକ୍ତ ସୁଶାନ୍ତଙ୍କୁ ରାଜ୍ୟର ଅନ୍ୟ କୌଣସି ଜେଲ୍ ତଥା ବିଶେଷକରି ବଲାଙ୍ଗୀର ଜେଲ୍କୁ ସ୍ଥାନାନ୍ତର କରାଯିବା ପାଇଁ ପ୍ରାର୍ଥନା କରି କମିସନରେଟ ପୁଲିସ ପକ୍ଷରୁ ଆବେଦନ କରାଯାଇଥିଲା। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ବିଶ୍ୱଜିତ ବରାଳ, କବିନାରାୟଣ ଜେନା ପରିଚାଳନା କରୁଥିଲେ। ତେବେ ସୁରକ୍ଷା ଦୃଷ୍ଟିକୋଣରୁ ୨୦୧୬ ମସିହା ଫେବୃୟାରୀ ମାସରେ ଚୌଦ୍ୱାର ଜେଲରୁ ଦୁଇ ଭାଇଙ୍କୁ ଅନ୍ୟ ଜେଲ୍କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଏସଡିଜେଏମ କୋର୍ଟଙ୍କ ନିର୍ଦେଶକ୍ରମେ ସୁଶାନ୍ତକୁ ଝାରପଡ଼ା, ସାନ ଭାଇ ସୁଶୀଲକୁ ବାଲେଶ୍ୱର ଜେଲ୍ ସ୍ଥାନାନ୍ତର କରାଯାଇଥିଲା।
ବଲାଙ୍ଗିର ଜେଲ୍ରେ ରହିବେ ସୁଶାନ୍ତ ଧଳସାମନ୍ତ
Popular Categories



