BJD Bijuli 480×75 Mob

କଟକରେ ଦୁଇ ସିଏନ୍‍ଜି ଷ୍ଟେସନ୍‍

BJD Bijuli 480×75 Mob
0

କଟକ : ଜିଏଆଇଏଲ ଇଣ୍ଡିଆ ଲିମିଟେଡ୍‍ ପକ୍ଷରୁ ସହିଦ ଭବନଠାରେ ସିଏନ୍‍ଜି (କମ୍ପ୍ରେସିଂ ନ୍ୟାଚୁରାଲ ଗ୍ୟାସ) ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସମୀର ଦେ, ଜିଏଆଇଏଲ୍‍ର ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୀବ କୁମାର ପାଠକ, ରାଜ୍ୟ ପରିବହନ ବିଭାଗର ଡେପୁଟି କମିସନର ମନୋହର ଲୋଧା, ଜିଏଆଇଏଲର ଜେନେରାଲ ମ୍ୟାନେଜର (ମାର୍କେଟିଂ) ପଙ୍କଜ ଭଗତ, ଅଟୋ ମହାସଂଘର ଉପସଭାପତି ଶୈଳେନ ଧଳ ଓ ସାଧାରଣ ସମ୍ପାଦକ ଦେବେନ୍ଦ୍ର ପାଣିଗ୍ରାହୀ, ସମାଜସେବୀ ନୟନ କିଶୋର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। କଟକରେ ଦୁଇଟି ସିଏନ୍‍ଜି ଷ୍ଟେସନ୍‍ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଏପ୍ରିଲ ମାସରେ ଏହାର ଉଦ୍‍ଘାଟନ କରାଯିବାର ଯୋଜନା ରହିଥିବା ଆଲୋଚନା ହୋଇଥିଲା। ନୂଆବଜାର ଓ ମର୍କତନଗରଠାରେ ଏହି ଦୁଇଟି ଷ୍ଟେସନ୍‍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଆଇଓସିଏଲ୍‍ ଓ ଜିଏଆଇଏଲ୍‍ ସହଯୋଗରେ ଏହି କାମ ଚାଲୁ ରହିଛି। ସିଏନ୍‍ଜି ହେଉଛି ପ୍ରଧାନତମ ମିଥେନ୍‍ ଗ୍ୟାସ ଯେଉଁଥିରେ କାର୍ବନ୍‍ ଓ ଉଦ୍‍ଯାନର ଅନୁପାତ କମ୍‍ ରହିଛି। ଏହା ଏକ ସ୍ୱଚ୍ଛ ଜାଳେଣି ଭାବେ ବ୍ୟବହାର କରାଯାଏ। ସିଏନଜି ବ୍ୟବହାର କରିବା ଦ୍ୱାରା ଅଟୋ ଚାଳକମାନଙ୍କ ଆୟ ବଢ଼ିବା ସହ ବାୟୁ ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣ କମ୍‍ ହେବ ବୋଲି କର୍ମଶାଳାରେ ଅବଗତ କରାଯାଇଥିଲା। ଡିଜେଲ ଓ ପେଟ୍ରୋଲ ତୁଳନାରେ ସିଏନଜି ସୁରକ୍ଷିତ ଓ ଲାଭଜନକ ହୋଇଥିବାରୁ ଏହାକୁ ଅଧିକ ବ୍ୟବହାର କରିବାକୁ କର୍ମଶାଳାରେ ଆହ୍ୱାନ ଦିଆଯାଇଥିଲା। ଏହି ଅବସରରେ ଅଟୋରିକ୍ସା ଚାଳକମାନେ ଯୋଗଦେଇ ସିଏନଜି ଅଟୋ ବ୍ୟବହାର କରିବାର ଉପକାରିତା ସମ୍ପର୍କରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଅଟୋଚାଳକ, ବ୍ୟାଙ୍କ କର୍ମଚାରୀ, ସିଏନଜି କିଟ୍‍ ନିର୍ମାତା, ସିଏନଜି ଅଟୋ ନିର୍ମାତା, କାର ନିର୍ମାତା ଯୋଗ ଦେଇଥିଲେ। ଅଶୋକ କୁମାର ମହାପାତ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave A Reply