www.samajalive.in
Sunday, December 14, 2025
19.1 C
Bhubaneswar

ଆସନ୍ତା ବର୍ଷରୁ ବିଏସ୍‍ଏନ୍‍ଏଲ୍‍ର ୪ଜି ଇଣ୍ଟରନେଟ୍‍ ସେବା

ଭୁବନେଶ୍ୱର : ରାଷ୍ଟ୍ରାୟତ୍ତ ସଂସ୍ଥା ବିଏସ୍‍ଏନ୍‍ଏଲ୍‍ ଆସନ୍ତା ବର୍ଷରୁ ରାଜ୍ୟରେ ୪ଜି ସେବା ଆରମ୍ଭ କରିବାକୁ ଯାଉଛି। ୪ଜି ସେବା ଆରମ୍ଭ ପାଇଁ ଆବଶ୍ୟକ ସ୍ପେକ୍ଟ୍ରମ୍‍ ଅଭାବ ରହିଥିଲା। ତେବେ ଏହି ସମସ୍ୟ।। ଏବେ ଦୂର ହେବାକୁ ଯାଉଛି। ସୋମବାର ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଏସ୍‍ଏନ୍‍ଏଲ୍‍, ଓଡ଼ିଶା ସର୍କଲ୍‍ ମୁଖ୍ୟ ମହାପ୍ରବନ୍ଧକ ସତ୍ୟାନନ୍ଦ ନାଏକ କହିଛନ୍ତି, ବର୍ତ୍ତମାନ ବିଏସ୍‍ଏନ୍‍ଏଲ୍‍ ଓଡ଼ିଶାରେ କେବଳ ୨ଜି ଓ ୩ଜି ସେବା ପ୍ରଦାନ କରି ଆସୁଥିବା ବେଳେ ୨୦୧୮-୧୯ ବର୍ଷରେ ୪ଜି ସେବା ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ ଆମକୁ ସ୍ପେକ୍ଟ୍ରମ୍‍ ମିଳିନଥିବାରୁ ସମସ୍ୟା ହେଉଥିଲା, ତେଣୁ ଏଥିପାଇଁ ଆମେ ସରକାରଙ୍କୁ ଅନୁରୋଧ କରିଛୁ। ଏଥିସହ ୧୫୦୦ ବେସ୍‍ ଟ୍ରାନ୍ସିଭର୍‍ ଷ୍ଟେସନ୍‍ (ବିଟିଏସ୍‍) ଯୋଗାଇବା ପାଇଁ ଅନୁରୋଧ ହୋଇଥିଲା ଏବଂ ଏହା ଖୁବ୍‍ ଶୀଘ୍ର ଆମ ପାଖରେ ପହଞ୍ଚିବ। ସେହିପରି ମିଳିଥିବା ୧୪୦୦ ବିଟିଏସ୍‍ ଏବେ ସ୍ଥାପନ କରାଯାଉଛି। ବିଏସ୍‍ଏନଏଲ୍‍ ସେବାରେ ଉନ୍ନତି ଆଣିବା ଓ ୪ଜି ସେବା ଆରମ୍ଭ ପାଇଁ ଚଳିତ ବର୍ଷ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ପ୍ରଥମେ ଆମେ ସହରାଞ୍ଚଳ ଓ ଛୋଟ ସହରଗୁଡ଼ିକରେ ୪ଜି ସେବା ଆରମ୍ଭ କରି ଗ୍ରାମାଞ୍ଚଳକୁ ସମ୍ପ୍ରସାରିତ କରିବୁ। ଦେଶର ଅନ୍ୟ କିଛି ସହରରେ ଆମର ହାଇସ୍ପିଡ୍‍ ଇଣ୍ଟରନେଟ୍‍ ସେବା ଆରମ୍ଭ ହୋଇ ସାରିଛି। ସେହିପରି ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଏସ୍‍ଏନ୍‍ଏଲ୍‍ ପକ୍ଷରୁ ୱାଇଫାଇ ସେବା ମଧ୍ୟ ଆରମ୍ଭ ହେବ। ଏଥିପାଇଁ ହଟ୍‍ସ୍ପଟ୍‍ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ନାଏକ ସୂଚନା ଦେଇଛନ୍ତି।
ଅନ୍ୟଏକ ଯୋଜନା ସମ୍ପର୍କରେ ଘୋଷଣା କରିବା ଅବସରରେ ଶ୍ରୀ ନାଏକ କହିଛନ୍ତି, ଆସନ୍ତା ଏପ୍ରିଲ୍‍ ୧ ତାରିଖରୁ ଓଡ଼ିଶାରେ ଏକ ନୂଆ କର୍ଡଲେସ୍‍ ଲ୍ୟାଣ୍ଡ ଲାଇନ୍‍ ଫୋନ୍‍ର ବିକ୍ରୟ ଆରମ୍ଭ ହେବ। ଏଥିପାଇଁ ଗ୍ରାହକଙ୍କୁ ୧ ହଜାର ଟଙ୍କା ଦାଖଲ କରିବାକୁ ହେବ; କିନ୍ତୁ ମାସକୁ ୧୦୦ ଟଙ୍କା କରି ୧୦ ମାସ ପର୍ଯ୍ୟନ୍ତ କ୍ୟାସ୍‍ବ୍ୟାକ୍‍ ଅଫର୍‍ ମଧ୍ୟ ରହିଛି। ଅର୍ଥାତ୍‍ ୧୦ ମାସରେ ଗ୍ରାହକ ନିଜର ସମସ୍ତ ଅର୍ଥ ଫେରି ପାଇବେ। ଏହି ଫୋନ୍‍ ସିମ୍‍ କାର୍ଡରେ ଜରିଆରେ ଚାଲିବ ଏବଂ ଏହାର ମାସିକ ରିଚାର୍ଜ ୯୯ ଟଙ୍କା ରହିଛି। ସେ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବିଏସ୍‍ଏନ୍‍ଏଲ୍‍ର ୫୨ ଲକ୍ଷ ଗ୍ରାହକ ଥିବା ବେଳେ ସେଥି ମଧ୍ୟରୁ ୨୫% ଗ୍ରାହକ ଆଧାର ଲିଙ୍କ୍‍ କରାଇଛନ୍ତି। ଚଳିତ ବର୍ଷ ଅନ୍ୟ ସିମ୍‍ ବ୍ୟବହାର କରୁଥିବା ୩ ଲକ୍ଷ ୧୪ ଲୋକ ବିଏସ୍‍ଏନ୍‍ଏଲ୍‍କୁ ପୋର୍ଟିବିଲିଟି କରିଛନ୍ତି। ତେବେ ପ୍ରତ୍ୟେକ ଗ୍ରାହକ ନିଜର ଆଧାର ଲିଙ୍କ୍‍ କରାଇନେବା ପାଇଁ ବିଏସ୍‍ଏନ୍‍ଏଲ୍‍ ପକ୍ଷରୁ ଅନୁରୋଧ କରାଯାଇଛି। ଆସନ୍ତା ଆର୍ଥିକ ବର୍ଷରେ ବିଏସ୍‍ଏନ୍‍ଏଲ୍‍ ପକ୍ଷରୁ ଗ୍ରାହକଙ୍କ ପାଇଁ ଅନେକ ଆକର୍ଷଣୀୟ ଅଫର୍‍ ବଜାରକୁ ଆସୁଛି ବୋଲି ସେ ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଏସ୍‍ଏନ୍‍ଏଲ୍‍ର ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories