www.samajalive.in
Sunday, December 14, 2025
26.1 C
Bhubaneswar

ଦିନ ୩ଟା ଯାଏଁ ବିଧାନ ସଭା ଗୃହ ମୁଲତବି

ଭୁବନେଶ୍ବର: ଆଜି ଦିନ ୩ଟା ଯାଏଁ ବିଧାନ ସଭା ଗୃହ ମୁଲତବି ଘୋଷଣା ହୋଇଛି । ଲୋକାୟୁକ୍ତ ନିଯୁକ୍ତି ଦାବିରେ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗରେ ଧାରଣାରେ ବସି ପ୍ରତିବାଦ କରିଛନ୍ତି । ନରସିଂହ ମିଶ୍ରଙ୍କ ନେତୃତ୍ଵରେ କଂଗ୍ରେସ ସଭ୍ୟ ଓ କେଭି ସିଂହଦେଓଙ୍କ ନେତୃତ୍ଵରେ ବିଜେପି ବିଧାୟକ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣାରେ ବସିଛନ୍ତି । ଫଳରେ ପ୍ରଥମେ ଦିନ ୧୧ଟା ୩୦ ଯାଏଁ ବାଚସ୍ପତି ଗୃହ ମୁଲତବି ଘୋଷଣା କରିଥିଲେ ଏବଂ ପୁଣି ଗୃହରେ ହଟ୍ଟେଗୋଳ ହେବାରୁ ଦିନ ୩ଟା ଯାଏଁ ମୁଲତବି କରାଯାଇଛି ।

ଗୃହ ମୁଲତବି ପରେ କଂଗ୍ରେସ ନେତା ନରସିଂହ ପ୍ରତିକ୍ରିୟାରେ କହିଛନ୍ତି ସମ୍ବିଧାନକୁ କେହି ମାନୁ ନାହାନ୍ତି ଓ ପରମ୍ପରା ବେଖାତିର କରାଯାଉଛି । ବିରୋଧୀଙ୍କ ପ୍ରଶ୍ନର ଉତ୍ତର ମିଳୁନି । ବିଧାନ ସଭା ଗୃହରେ ବିରୋଧୀଙ୍କ ଉପସ୍ଥିତର ମୂଲ୍ୟ ରହୁନାହିଁ ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories