ଡେସ୍କ: କୃଷ୍ଣ ସାଗରରେ ରୁଷର ବୃହତ କ୍ଷେପଣାସ୍ତ୍ର କ୍ରୁଇଜର ଜାହାଜ ମୋସ୍କୋଭାରେ ନିଆଁ ଲାଗିଯାଇଥିବାର ସୂଚନା ମିଳିଛି। ସେଥିରେ ଥିବା ଅସ୍ତ୍ରାଗାର ମଧ୍ୟ ନଷ୍ଟ ହୋଇଯାଇଛି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ସେହି ଜାହାଜ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଜାହାଜରେ ଥିବା କର୍ମଚାରୀମାନଙ୍କୁ ନିରାପଦରେ ସ୍ଥାନାନ୍ତରିତ କରାଯାଇଛି ଏବଂ ନିଆଁ ଲାଗିବାର କାରଣ ସଂକ୍ରାନ୍ତରେ ଅନୁସନ୍ଧାନ କରାଯାଉଛି।
ଅନ୍ୟପକ୍ଷରେ ୟୁକ୍ରେନ କହିଛି ଯେ ୧୪୬ ମିଟର ଦୀର୍ଘତା ବିଶିଷ୍ଟ ସେହି ଜାହାଜକୁ ନେପ୍ଚୁନ୍ କ୍ଷେପଣାସ୍ତ୍ର ଦ୍ୱାରା ମାଡ଼ କରାଯାଇଛି। ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ଉପଦେଷ୍ଟା ଓଲେକେସି ଏରୋଷ୍ଟ୍ରୋଭିଚ୍ କହିଛନ୍ତି, ରୁଷର ଉଦ୍ଧାରକାରୀମାନେ ଜାହାଜ ନିକଟରେ ପହଞ୍ଚିବାକୁ ସକ୍ଷମ ହୋଇ ନାହାନ୍ତି ଏବଂ ଜାହାଜ ଭିତରେ ୫୧୦ ଜଣ କର୍ମଚାରୀ ରହିଛନ୍ତି।



