www.samajalive.in
Friday, December 12, 2025
19.1 C
Bhubaneswar

ସମାଜର ସବୁ ପ୍ରକାର ବାଧାବିଘ୍ନକୁ ଏଡାଇ ମାନବ ଜାତି ପାଇଁ ଏକ ନୂତନ ଇତିହାସ ଲେଖିଯାଇଛନ୍ତି ଡ.ଆମ୍ବେଦକର

ଲାଞ୍ଜିଗଡ: ସାରା ବିଶ୍ୱରେ ଜ୍ଞାନାଲୋକର ପ୍ରତୀକ, ମହାମାନବ ତଥା ଭାରତରତ୍ନ ଡ. ଭୀମରାଓ ଆମ୍ବେଦକରଙ୍କ ନୀତି ଓ ଆଦର୍ଶ ପରିବ୍ୟାପ୍ତ ହେବାରେ ଲାଗିଛି। ଆଜି ପାଶ୍ଚାତ୍ୟ ଦେଶଗୁଡିକରେ ବାବାସାହେବଙ୍କ ଜ୍ଞାନ ଓ ଗାରିମାର ଭରପୁର ଚର୍ଚ୍ଚା ହେଉଥିବାବେଳେ ସମାଜର ସବୁ ପ୍ରକାର ବାଧାବିଘ୍ନକୁ ଏଡାଇ ଏ ଦେଶ, ଏ ମାନବ ଜାତି ପାଇଁ ଏକ ନୂତନ ଇତିହାସ ଲେଖିଯାଇଛନ୍ତି। ତାଙ୍କର ଆଜି ୧୩୧ତମ ଜନ୍ମଜୟନ୍ତୀ କଳାହାଣ୍ଡି ଜିଲାର ଆଦିବାସୀ ଓ ଅନୁସୂଚିତ ଜାତି ବହୁଳ ଲାଞ୍ଜିଗଡ ବ୍ଲକର ପ୍ରତିଟି ପଞ୍ଚାୟତ କାର୍ଯ୍ୟାଳୟରେ ମହାପର୍ବ ଭାବେ ପାଳନ କରାଯାଉଥିବା ଏକ ଉଲ୍ଲେଖନୀୟ ବିଷୟ। ତେବେ ଜୟନ୍ତୀ ଉତ୍ସବ ପାଳନ କରିବା ସହିତ ଆମ୍ବେଦକରଙ୍କ ଚିନ୍ତାଧାରା ଦ୍ୱାରା ଆନୁପ୍ରାଣିତ ହେବା, ତାଙ୍କ ନୀତି ଓ ଆଦର୍ଶକୁ ପାଥେୟ କରିବା ଆଜି ସମୟର ଆହ୍ୱାନ ବୋଲି ଆଜି ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ଆୟୋଜିତ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଲାଞ୍ଜିଗଡ ବ୍ଲକ ପ୍ରଶାସନ, ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ, ଲାଞ୍ଜିଗଡ ବ୍ଲକ ଶାଖାର ମିଳିତ ଆନୁକୂଲ୍ୟରେ ଆଜି ଲାଞ୍ଜିଗଡ ବ୍ଲକର ସମସ୍ତ ୨୬ଗୋଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଡ. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଥିଲା । ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାଏକ, ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ କଳାହାଣ୍ଡିର ସଂପାଦକ ଶ୍ରୀବତ୍ସ ତାଣ୍ଡି, ଫେଡେରେସନର ଲାଞ୍ଜିଗଡ ବ୍ଲକ ସଭାପତି ଜଗଦୀଶ ବେନିଆଁ, ଉପସଭାପତି ହରିହର କୁମାର, ସମାଜସେବୀ ହରିଶଙ୍କର ପାତ୍ର, ସଦସ୍ୟ ସୁଶୀଲ କୁମାର ବାଗ, ଗୋପାଳଦାସ ମହାନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟର ସମାରୋହରେ ଜିଲ୍ଲା ପରିଷଦ ସଦସ୍ୟ ଅଞ୍ଜଳି ମାଝୀ, ପରିକ୍ଷିତ ନାଏକ, ସମସ୍ତ ସରପଞ୍ଚ, ସମିତି ସଦସ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମରୋଜଗାର ସେବକ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଆଶା, ଅଙ୍ଗନବାଡି କର୍ମୀ, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ପ୍ରମୁଖ ସାମିଲ ହୋଇଥିଲେ। ସେହିପରି ବ୍ଲକର ବିଭିନ୍ନ ଆମ୍ବେଦକରବାଦୀ ସଂଗଠନଗୁଡିକ ଦ୍ୱାରା ଜନ୍ମଜୟନ୍ତୀ ପାଳିତ ହୋଇଯାଇଥିବାବେଳେ ବହୁ ପରିମାଣରେ ବୁଦ୍ଧିଜୀବୀ, ସମାଜସେବୀ, ରାଜନୈତିକ ବ୍ୟକ୍ତିବିଶେଷ ମଧ୍ୟ ଏହିସବୁ ସମାରୋହରେ ପ୍ରତ୍ୟକ୍ଷ ଭାବେ ସାମିଲ ହେବା ସହିତ ଦେଶ ଜାତି ପ୍ରତି ବାବାସାହେବଙ୍କ ଅବଦାନ ସଂପର୍କରେ ଚର୍ଚ୍ଚା ଓ ଆଲୋଚନା କରିଥିଲେ ।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories