www.samajalive.in
Saturday, December 13, 2025
23.1 C
Bhubaneswar

ରୁଷ-ୟୁକ୍ରେନ୍‍ ଲଢ଼େଇ: ପ୍ରଥମ ଦିନରେ ୟୁକ୍ରେନର ୧୩୬ ଜଣଙ୍କ ହୋଇଛି ମୃତ୍ୟୁ, ୩୧୬ ଜଣ ଆହତ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିର୍ଦ୍ଦେଶରେ ରୁଷ ଏହାର ଦକ୍ଷିଣ ପଡୋଶୀ ୟୁକ୍ରେନ ଉପରେ ଏକ ବଡ଼ ଆକ୍ରମଣ କରିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏତେ ବଡ ଆକ୍ରମଣ ହେଉଛି ।  ଯୁଦ୍ଧର ପ୍ରଥମ ଦିନ ଗୁରୁବାର ଦିନ, ୟୁକ୍ରେନ ସୈନ୍ୟମାନେ ରୁଷର ଆକ୍ରମଣକାରୀଙ୍କ ସହ ଲଢ଼େଉ ମଧ୍ୟ କରିଛନ୍ତି । ରୁଷର ସମସ୍ତ ସେନା ଏକଜୁଟ ହୋଇ ୟୁକ୍ରେନ୍‍ ଉପରେ ଆକ୍ରମଣ କରୁଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ, ୟୁକ୍ରେନର ରାଷ୍ଟ୍ରପତି କହିଛନ୍ତି ଯୁଦ୍ଧର ପ୍ରଥମ ଦିନରେ ୧୩୭ ଜଣଙ୍କର ମୃତ୍ୟୁ ଘଟିଛି । ରାଷ୍ଟ୍ରପତି ଜେଲେନସ୍କି ଟ୍ୱିଟରରେ କହିଛନ୍ତି ଯେ ରୁଷ ଭୁଲ ବାଟରେ ଯାଉଛି । କିନ୍ତୁ ୟୁକ୍ରେନ ନିଜକୁ ରକ୍ଷା କରୁଛି । ୟୁକ୍ରେନ୍‍ ତାର ସ୍ୱାଧୀନତା ଛାଡିବ ନାହିଁ । ୧୦ ଜଣ ସାମରିକ ଅଧିକାରୀଙ୍କ ସମେତ ୧୩୭ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୧୬ ଜଣ ଆହତ ହୋଇଛନ୍ତି।
ଘଟଣାକୁ ନେଇ ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ୟୁକ୍ରେନ ଆକ୍ରମଣର ପ୍ରଥମ ଦିନରେ ସମସ୍ତ ଲକ୍ଷ୍ୟ ହାସଲ କରାଯାଇଛି। ଏଥି ସହିତ, ରୁଷ ୟୁକ୍ରେନରେ ସ୍ଥଳଭାଗରେ ଥିବା ୮୩ ଟି ସ୍ଥଳଭାଗକୁ ଟାର୍ଗେଟ କରି ଧ୍ୱଂସ କରିଦେଇଛି। ୟୁକ୍ରେନ ପୋଲିସ କହିଛି ଯୁଦ୍ଧ ଆରମ୍ଭରୁ ରୁଷ ୨୦୩ ଟି ଆକ୍ରମଣ କରିଛି ।

- Advertisement -

ଗତକାଲି ଯୁଦ୍ଧର ପ୍ରଥମ ଦିନରେ ରୁଷ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା । ୟୁକ୍ରେନ କହିଛି ରୁଷ ଏବଂ ବେଲା ରୁଷ ସହିତ ସୀମା ପାର୍ଶ୍ୱରେ ଉତ୍ତର ଏବଂ ପୂର୍ବ ଭାଗରେ ସୈନ୍ୟମାନଙ୍କର ଉପସ୍ଥିତି ରହିଛି । ସେମାନେ ଦକ୍ଷିଣ-ପଶ୍ଚିମରେ କଳା ସାଗର ଏବଂ ଦକ୍ଷିଣ-ପୂର୍ବରେ ଆଜୋଭ ସାଗରରେ ମଧ୍ୟ ରହିଛନ୍ତି ।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories