www.samajalive.in
Saturday, December 6, 2025
17.1 C
Bhubaneswar

ଅଗଷ୍ଟ ୧୨ରେ ଋଷ ପଞ୍ଜିକରଣ କରିବ କରୋନା ଟିକା, ଅକ୍ଟୋବରରୁ ଆରମ୍ଭ ହେବ ଟୀକାକରଣ

ମସ୍କୋ : ଦୁନିଆର ପ୍ରତ୍ୟେକ ବ୍ୟକ୍ତି ଅପେକ୍ଷା କରିଥିବା କରୋନା ଟିକା ବିଷୟରେ ଋଷ ଏକ ବଡ ଘୋଷଣା କରିଛି। ଋଷର ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାଶକୋ କହିଛନ୍ତି ଯେ ପରୀକ୍ଷଣରେ ଏହି ଟିକା ସଫଳ ହୋଇଛି ଏବଂ ଅକ୍ଟୋବରରୁ ଦେଶରେ ଟୀକାକରଣ ଆରମ୍ଭ ହେବ। ତେବେ ୠଷର ଡେପୁଟି ସ୍ୱାସ୍ଥ୍ୟମନ୍ତ୍ରୀ ଓଲେଗ ଗ୍ରିଡନେଭ କହିଛନ୍ତି ଯେ ଋଷ ଅଗଷ୍ଟ ୧୨ରେ ବିଶ୍ୱର ପ୍ରଥମ କରୋନା ଟିକା ପଞ୍ଜିକରଣ କରିବ।

ଏହି ଟିକା ଗମାଲାୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏବଂ ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। ଗ୍ରୀଡନେଭ କହିଛନ୍ତି ଯେ, ଗମାଲାୟା କେନ୍ଦ୍ରରେ ବିକଶିତ ଟିକା ଅଗଷ୍ଟ ୧୨ରେ ପଞ୍ଜୀକୃତ ହେବ। ବର୍ତ୍ତମାନ, ତୃତୀୟ ତଥା ଅନ୍ତିମ ପର୍ୟ୍ୟାୟ ପରୀକ୍ଷା ଚାଲିଛି। ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମକୁ ବୁଝିବାକୁ ହେବ ଯେ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ହେବା ଉଚିତ୍। ମେଡିକାଲ କର୍ମଚାରୀ ଏବଂ ବରିଷ୍ଠ ନାଗରିକମାନଙ୍କୁ ପ୍ରଥମେ ଟୀକାକରଣ କରାଯିବ।

- Advertisement -

ଏହି ଟିକା ପାଇଁ ଜୁନ୍ ୧୮ରୁ ପରୀକ୍ଷା ଆରମ୍ଭ ହୋଇଥିଲା ଯେଉଁଥିରେ ୩୮ ଜଣଙ୍କୁ ଟିକା ଦିଆଯାଇଥିଲା। ସମସ୍ତ ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବିକଶିତ ହେଲା । ପ୍ରଥମ ଗ୍ରୁପ୍ ୧୫ ଜୁଲାଇରେ ଏବଂ ଦ୍ୱିତୀୟ ଗ୍ରୁପ୍ ୨୦ ଜୁଲାଇରେ ଡିସଚାର୍ଜ ହୋଇଥିଲେ। ଋଷ ଦାବି କରିଛି ଯେ କୋଭିଡ-୧୯ ଟିକାକୁ ଅନୁମୋଦନ କରିବାରେ ଏହା ପ୍ରଥମ ଦେଶ ହେବାକୁ ଯାଉଛି ଯେଉଁଠାରେ ଅକ୍ଟୋବର ପ୍ରାରମ୍ଭରେ ସାମୁହିକ ଟୀକାକରଣ କରାଯିବ ଯାହା ଏପର୍ୟ୍ୟନ୍ତ କ୍ଲିନିକାଲ ପରୀକ୍ଷା ଶେଷ କରି ନାହିଁ। ତେବେ ସାରା ବିଶ୍ୱରେ ବୈଜ୍ଞାନିକମାନେ ଚିନ୍ତିତ ଅଛନ୍ତି ଯେ ପ୍ରଥମ ହେବା ଦୌଡରେ ଆସିବାକୁ ଥିବାରୁ ଏହା ବିପରୀତ ପ୍ରମାଣିତ ହେବ ନାହିଁ ତ?

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories