www.samajalive.in
Friday, December 5, 2025
20.1 C
Bhubaneswar

ବେତନ ନିର୍ଦ୍ଧାରଣ ରାଜିନାମାକୁ ବିରୋଧ, ଏଓବିଇଏଫ ପକ୍ଷରୁ ପ୍ରତିବାଦ ସଭା

ଭୁବନେଶ୍ୱର: ଜୁଲାଇରେ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ପକ୍ଷରୁ ସମ୍ପାଦିତ ବେତନ ନିର୍ଦ୍ଧାରଣ ରାଜିନାମାକୁ ଅଲ ଓଡିଶା ବ୍ୟାଙ୍କ ଏମ୍ପ୍ଲଇଜ ଫେଡରେସନ (ଏଓବିଇଏଫ) ବିରୋଧ କରିଛି । ଜୁଲାଇରେ ଆଇବିଏ ଏବଂ ୟୁଏଫବିୟୁ ମଧ୍ୟରେ ବ୍ୟାଙ୍କ କର୍ମଚାରୀଙ୍କ ୧୧ତମ ମଜୁରି ନିର୍ଦ୍ଧାରଣ ରାଜିନାମା ସ୍ଵାକ୍ଷର କରାଯାଇଥିଲା । ଦଶମ ରାଜିନାମା ସମୟରେ କର୍ମଚାରୀମାନେ ବେତନରେ ୨୫% ବୃଦ୍ଧି ଦାବି କରିଥିବାବେଳେ ଆଇବିଏ ୧୫% ମଞ୍ଜୁରି ଦେଇଥିଲା । ୧୧ତମ ରାଜିନାମାବେଳେ କର୍ମଚାରୀମାନେ ବେତନରେ ୩୫% ବୃଦ୍ଧି ଦାବି କରିଥିବାବେଳେ ଆଇବିଏ ସେହି ୧୫% ବୃଦ୍ଧି ମଞ୍ଜୁରି ଦେଇଛି । ତେଣୁ ଏହାକୁ ବିରୋଧ କରି ଏଓବିଇଏଫର ସର୍ବଭାରତୀୟ ସଂଗଠନ ବେଫି ରାଜିନାମା ସମୟରେ ବୈଠକରୁ ଉଠିଯାଇଥିଲା । ଏହି ଅନୁକ୍ରମରେ ଆଇବିଏର ଏତାଦୃଶ୍ୟ ଆଚରଣକୁ ବିରୋଧ କରି ଏଓବିଇଏଫ ପକ୍ଷରୁ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନଠାରେ ଶୁକ୍ରବାର ସନ୍ଧ୍ୟାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହାଛଡା ଆଇବିଏ ସ୍ପେସିଆଲ ପେ ମରଜ଼ର, ୫ ଦିନିଆ କାର୍ୟ୍ୟ ଦିବସ, ନୂତନ ପେନସନ ଯୋଜନାକୁ ବାତିଲ କରି ପୁରୁଣା ପେନସନ ଯୋଜନା ଲାଗୁ କରିବା ଭଳି କର୍ମଚାରୀଙ୍କ ପକ୍ଷରୁ ରଖାଯାଇଥିବା ସବୁ ଦାବିକୁ ପ୍ରତ୍ୟାଖ୍ୟାନ କରିଛି । ପ୍ରତିବାଦ ସଭାରେ ଏଓବିଇଏଫର ସଭାପତି ସୁଶୀଲ ଗିରି, ସାଧାରଣ ସମ୍ପାଦକ ପ୍ରକାଶ ରାୟ, ଉପସାଧାରଣ ସମ୍ପାଦକ ଅଜୟ ମହାନ୍ତି ଏବଂ ପ୍ରଭାସ ଷଣ୍ଢ ପ୍ରମୁଖ ପ୍ଲାକାର୍ଡ, ବ୍ୟାନର ଓ ପୋଷ୍ଟର ସହ ଉପସ୍ଥିତ ରହି ମ୍ୟାନେଜମେଣ୍ଟ ବିରୋଧୀ ସ୍ଲୋଗାନମାନ ଦେଇଥିଲେ

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories