www.samajalive.in
Friday, December 5, 2025
26.1 C
Bhubaneswar

ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ କୋରୋନା ସଂକ୍ରମିତ  ଫେରାର

ଝାରସୁଗୁଡ଼ା:  ଝାରସୁଗୁଡା ଜିଲ୍ଲା କୋରୋନା ପରିଚାଳନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ସନ୍ଧ୍ୟା ସାଢେ ସାତଟା ବେଳକୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପଛପାଖରେ ଥିବା ସ୍ୱାବ କଲେକ୍ସନ ସେଣ୍ଟରରୁ ଜଣେ କୋରୋନା ସଂକ୍ରମିତ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ତାକୁ ଠାବ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ନକେଦମ ହୋଇ ପଡିଛି ।  ପୁଲିସ ଓ ମାଜିଷ୍ଟ୍ରେଟ ଙ୍କୁ ସୂଚନା ଦେଇ ଖୋଜା ଖୋଜି ଚଳାଇଛି ।

ଆଜି ସକାଳ ୧୦ଟା ବେଳକୁ  ଜ୍ଵର କାଶ ଲକ୍ଷଣ ଥିବା କିଛି ପୁରୁଷ ଓ ମହିଳା ଙ୍କୁ ସ୍ୱାବ ପରୀକ୍ଷା ପାଇଁ ଡ଼କାଯାଇଥିଲା। ସମସ୍ତେ ନିର୍ଦ୍ଧାରିତ ସମୟରେ ପହଞ୍ଚି ଥିଲେ । କୌଣସି ଲକ୍ଷଣ ନଥିବା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା କେତେକ ଲୋକ ସ୍ୱତଃ ସ୍ୱାବ ପରୀକ୍ଷା ପାଇଁ ଆସିଥିଲେ । ନମୁନା ଯାଞ୍ଚ ପରେ ଜଣେ ମହିଳା ଓ ୪ ଜଣ ପୁରୁଷ  ମୋଟ  ୫ ଜଣ  ସଂକ୍ରମିତ ହୋଇଥିବା ଜଣାପଡି ଥିଲା । ସମସ୍ତ ୫ ଜଣଙ୍କୁ କୋଭିଡ ଡାକ୍ତରଖାନା ରେ ଭର୍ତ୍ତି ନିମନ୍ତେ ଅପେ୪ା କରିବାକୁ କୁହାଯାଇଥିଲା । ମାତ୍ର ଅପରାହ୍ନ ୫ଟା ଯାଏ ତାଙ୍କୁ  ନିଆଯାଇ ନ ଥିଲା । ସମସ୍ତେ  ସ୍ୱାବ କଲେକ୍ସନ ସେଣ୍ଟର ବାହାରେ ଭୋକ ଉପାସରେ ବସି ରହିଥିଲେ । ବାରମ୍ବାର ଅନୁରୋଧ ସତ୍ତ୍ୱେ  ସେମାନଙ୍କ କଥା କେହି ଶୁଣି ନଥିଲେ । । ଶୌଚ ପାଇଁ ମଧ୍ୟ  କୈ।ଣସି ବ୍ୟବସ୍ଥା ନ ଥିଲା ।  ସଂକ୍ରମିତ ହୋଇ ଥିବାରୁ ସେମାନେ ଖରାରୁ ରକ୍ଷା ପାଇଁ  ଡାକ୍ତରଖାନା ଭିତରକୁ ମଧ୍ୟ ଯାଇ ପାରୁ ନଥିଲେ ।  ୪ ଜଣ ପୁରୁଷ ସମେତ ଜଣେ ବୟସ୍କ ମହିଳାଙ୍କୁ  ଶୌଚ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା । କୌଣସି ଆମ୍ବୁଲାନ୍ସ  ନ ଆସିବାରୁ ଶେଷରେ ଜଣେ ସଂକ୍ରମିତ ଅପରାହ୍ନ ୫ଟା ବେଳକୁ କେଉଁଆଡେ ପଳାଇ ଯାଇଥିଲେ । ସକାଳ୧୦ଟାରୁ ଅପରାହ୍ନ ୫ଟା ଯାଏ ଦୀର୍ଘ ୭ଘଣ୍ଟା କାଳ ଅପେକ୍ଷା କରିବା ପରେ ଯୁବକ ଜଣକ ଫେରାର ହୋଇଯାଇଥିଲେ  । ସଂଧ୍ୟା ୭ଟା୩୦ ବେଳକୁ ଆମ୍ବୁଲାନ୍ସ ଆସି   ସେଠାରେ ଥିବା ଅନ୍ୟ ୪ଜଣଙ୍କୁ ଝାରସୁଗୁଡ଼ା କୋଭିଡ ଡାକ୍ତରଖାନା କୁ ନେଇଯାଇଥିଲା । ଏହି ଘଟଣାକୁ ନେଇ  ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories