www.samajalive.in
Monday, December 15, 2025
17.1 C
Bhubaneswar

ଭାରତ ସପକ୍ଷରେ ରୁଷ: ଜାତିସଂଘ ସୁରକ୍ଷା ପରିଷଦ ସ୍ଥାୟୀ ସଦସ୍ୟ ଲାଗି ଭାରତ ଦାବିଦାର

ମସ୍କୋ: ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ରୁଷ । ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ହେବାକୁ ହକଦାର ବୋଲି କହିଛନ୍ତି ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ । ଭାରତ-ରୁଷ-ଚୀନ ବୈଦେଶିକ ମନ୍ତ୍ରୀସ୍ତରୀୟ ଭର୍ଚୁଆଲ ବୈଠକରେ ଯୋଗ ଦେଇ ରୁଷ ବୈଦେଶିକ ମନ୍ତ୍ରୀ ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ ଜଣାଇଛନ୍ତି ।

- Advertisement -

ଅନ୍ୟପକ୍ଷରେ ରୁଷ ବୈଦେଶିକ ମନ୍ତ୍ରୀ ଭାରତ-ଚୀନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଉଦବେଗ ପ୍ରକାଶ କରି ଦୁଇ ଦେଶ ନିଜନିଜ ମଧ୍ୟରେ ଆଲୋଚନା କରି ବିବାଦ ସମାଧାନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ଯେ ଦୁଇ ଦେଶର ବାସ୍ତବିକ ନିୟନ୍ତ୍ରଣ ରେଖାରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହାର ସମାଧାନ କରିବାକୁ ଉଭୟ ସକ୍ଷମ । ଶାନ୍ତିପୂର୍ଣ୍ଣ ସମାଧାନ ନିମନ୍ତେ ଭାରତ-ଚୀନ ଲାଗି ତୃତୀୟ ପକ୍ଷର ଆବଶ୍ୟକତା ନାହିଁ ବୋଲି ରୁଷ ବୈଦେଶିକ ମନ୍ତ୍ରୀ ଲାଭରୋଭ କହିଛନ୍ତି। ନୂଆଦିଲ୍ଲୀ ଓ ବେଜିଂ ଶାନ୍ତିପୂର୍ଣ୍ଣ ସମାଧାନକୁ ନେଇ ନିଜର ପ୍ରତିବଦ୍ଧତା ଦେଖାଇଛନ୍ତି। ତାହା ହିଁ ଆଗକୁ ସମାଧାନର ବାଟ ଦେଖାଇ ପାରିବ ବୋଲି ସେ କହିଛନ୍ତି ।

ଏହି ଅବସରରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ଏସ୍. ଜୟଶଙ୍କର ଯୋଗଦେଇ ସବୁ ଦେଶ ଅନ୍ତରାଷ୍ଟ୍ରୀୟ ଆଇନର ସମ୍ମାନ କରିବା ଉପରେ ଗୁରୁତ୍ବ ଦେଇଛନ୍ତି । ଭାରତ-ଚୀନ ମଧ୍ୟରେ ସୃଷ୍ଟି ହୋଇଥିବା ସୀମା ବିବାଦ ଓ ସେନା ମୃତାହତ ପ୍ରସଙ୍ଗ ଉଲ୍ଲେଖ ନ କରି ଶ୍ରୀ ଜୟଶଙ୍କର ନିଜର ଚୀନା ପ୍ରତିପକ୍ଷଙ୍କୁ ପରସ୍ପରର ହିତ ଦୃଷ୍ଟିରୁ କାର୍ଯ୍ୟ କରିବା ଓ ଆନ୍ତର୍ଜାତିକ ଆଇନକୁ ସମ୍ମାନ ଉପରେ ଗୁରୁତ୍ବାରୋପ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories