www.samajalive.in
Saturday, December 6, 2025
16.1 C
Bhubaneswar

ରୁଷ୍‌ର ୩୧ ଶତ୍ରୁ ଦେଶ 

ମସ୍କୋ : ସାମ୍ପ୍ରତିକ ଯୁଦ୍ଧରେ ୟୁକ୍ରେନ୍‌କୁ ସମର୍ଥନ କରୁଥିବା ଓ ରୁଷ୍‌ ଉପରେ କଟକଣା ଜାରି କରିଥିବା ଆମେରିକା, ବ୍ରିଟେନ୍‌, ଜାପାନ ସମେତ ୟୁରୋପୀୟ ସଂଘ ସଦସ୍ୟ ସଷ୍ଟ୍ରଙ୍କୁ ଅମିତ୍ର ବା ବୈରୀ ରାଷ୍ଟ୍ର ତାଲିକାଭୁକ୍ତ କରିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ସ୍ବାଭାବିକ ଭାବେ ୟୁକ୍ରେନ୍‌ ଏହି ତାଲିକାର ଅଗ୍ରଭାଗରେ ରହିଛି।

ସୋମବାର ରାଷ୍ଟ୍ରପତି ଏ ସଂକ୍ରାନ୍ତ ପ୍ରସ୍ତାବରେ ସ୍ବାକ୍ଷର କରିଛନ୍ତି। ତାଲିକାଭୁକ୍ତ ମୋଟ ୩୧ ରାଷ୍ଟ୍ର ମଧ୍ୟରେ ଅଛନ୍ତି କାନାଡ଼ା, ନରୱେ, ସିଙ୍ଗାପୁର, ଦକ୍ଷିଣ କୋରିଆ, ସ୍ବିଜରଲାଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ତାଇୱାନ ପ୍ରମୁଖ। ଏହାଦ୍ବାରା ଉକ୍ତ ରାଷ୍ଟ୍ରଗୁଡ଼ିକ ରୁଷିଆଠାରୁ କୌଣସି ସହାୟତା ପାଇପାରିବେ ନାହିଁ। ସେମାନଙ୍କ ସହ ଆର୍ଥିକ କାରବାର ସହ ମୁଦ୍ରା ବିନିମୟ ବନ୍ଦ ହେବ। ରୁଷିଆର ଏହି ନିଷ୍ପତ୍ତିର ଜବାବରେ ୟୁରୋପୀୟ ସଂଘ ପକ୍ଷରୁ ରୁଷିଆରୁ ଆଉ ତୈଳ ଆମଦାନୀ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଆମେରିକା ମଧ୍ୟ ଏହି ନିଷ୍ପତ୍ତି ଘୋଷଣା କରିବ ବୋଲି ସୂଚନା ମିଳିଛି।

- Advertisement -

ଏହି ପରିପ୍ରେକ୍ଷୀରେ ରୁଷିଆରେ ତୈଳ ଦର ଆକାଶ ଛୁଆଁ ହୋଇଛି। ସୋମବାର ୧୩୫ ରୁବେଲ ବୃଦ୍ଧିପାଇ ଏହା ବ୍ୟାରେଲ ପିଛା ପ୍ରାୟ ୩ହଜାର ରୁବେଲ ଛୁଇଁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories