www.samajalive.in
Saturday, December 6, 2025
16.1 C
Bhubaneswar

ଓଟିଏମ୍ ହାଇସ୍କୁଲ ପୁରାତନ ଛାତ୍ରସଂସଦ ବାର୍ଷିକୋତ୍ସବ

ଚୌଦ୍ୱାର : ଚୌଦ୍ୱାର ଅଞ୍ଚଳର ସର୍ବ ପୁରାତନ ଓ.ଟି.ଏମ୍ ହାଇସ୍କୁଲ ପୁରାତନ ଛାତ୍ର ସଂସଦର ୧୯ତମ ବାର୍ଷିକୋତ୍ସବ ସଂସଦର ସଭାପତି ଡ. ଉତ୍ତମ ଚରଣ ସାହୁଙ୍କ ସଭାପତିିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ପ୍ରଥମ ପର୍ଯ୍ୟାୟ ଅଧିବେଶନକୁ ପୁରାତନ ଛାତ୍ର ପଦ୍ମଶ୍ରୀ ଡ. ଉତ୍ସବ ଚରଣ ଦାସ ଉଦଘାଟନ କରିଥିଲେ। ଅପରାହ୍ନରେ ଅଧିବେଶନରେ ଆୟକର ବିଭାଗ ପୂର୍ବାଞ୍ଚଳ ମହାନିର୍ଦ୍ଦେଶକ ବିଧୁଭୂଷଣ ମହାନ୍ତି , ମଧୁସୂଦନ ଦାସ ରିଜିଓନାଲ ଏକାଡ଼େମୀ ଅଫ୍ ଫାଇନାନସିଆଲ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ନିହାର ରଞ୍ଜନ ସ୍ୱାଇଁ , ବାଣିଜ୍ୟ ତଥା ସେବାକର ସ୍ୱତନ୍ତ୍ର ଆୟୁକ୍ତ ବୀରେନ୍ଦ୍ର ମୋହନ ବେବର୍ତ୍ତା ପଟ୍ଟନାୟକ, ଉତ୍କଳ ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗ ମୁଖ୍ୟ ଡ. ଅସୀମ ରଞ୍ଜନ ପାଢ଼ୀ, ପ୍ରଧାନଶିକ୍ଷୟିତ୍ରୀ ମମତା ସାହୁ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ବିଦ୍ୟାଳୟର ପ୍ରଗତିରେ ପୁରାତନ ଛାତ୍ର ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ କରିଥିଲେ। ସଂସଦର ସଂପାଦକ ବିଶ୍ୱକଲ୍ୟାଣ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାକ୍ତନ ଶିକ୍ଷକ ପ୍ରମୋଦ କୁମାର ନାୟକ ସଭାକାର୍ଯ୍ୟ ସଂଚାଳନ କରିଥିଲେ। ଏହି ଅବସରରେ ସଂସଦର ମୁଖପତ୍ର ‘ସମାଚାର’ ଉନ୍ମୋଚିତ ହୋଇଥିଲା। ନୃତ୍ୟଗୁରୁ ରମାକାନ୍ତ ସାହୁଙ୍କ ନିର୍ଦ୍ଦେଶନାରେ ବିଦ୍ୟାଳୟର ଛାତ୍ରୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପୁରାତନ ଛାତ୍ର ମହେନ୍ଦ୍ର କୁମାର ସାହୁ, ନାରାୟଣ ସ୍ୱାଇଁ, ସୁଧାଂଶୁ କୁମାର ଦାସ, ମୃତ୍ୟୁଞ୍ଜୟ ପଟ୍ଟନାୟକ, ଜିତେନ ରାଉତ, ଜ୍ଞାନ ରଞ୍ଜନ ବେଉରିଆ ପ୍ରମୁଖ ବିଦ୍ୟାଳୟର ଏନସିସି, ସ୍କାଉଟର ଛାତ୍ରଛାତ୍ରୀଙ୍କ ସହଯୋଗରେ ଉତ୍ସବ ପରିଚାଳନା କରିଥିଲେ। ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories