www.samajalive.in
Saturday, December 6, 2025
19.1 C
Bhubaneswar

ବେଆଇନ ବାଲି ବୋଝେଇ ହାଇଓ୍ବା ଜବତ କଲା ତୁରୁମୁଙ୍ଗା ପୁଲିସ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ବଜାରର ୪୯ ନମ୍ବର ଜାତୀୟ ରାଜପଥ ଉପରୁ ଆଜି ତୁରୁମୁଙ୍ଗା ପୁଲିସ ଏକ ବେଆଇନ ବାଲି ବୋଝେଇ ହାଇଓ୍ବା ଜବତ କରିଛି । ହାଇଓ୍ବାଟି ବୈତରଣୀ ନଦୀରୁ ବାଲି ବୋଝେଇ କରି ଯାଉଥିବା ସମୟରେ ପୁଲିସ ତୁରୁମୁଙ୍ଗା ବଜାର ନିକଟରେ ଅଟକ ରଖି କାଗଜ ପତ୍ର ଯାଞ୍ଚ କରିଥିଲା। ଚାଳକ ସଠିକ କାଗଜପତ୍ର ଦେଖାଇ ନପାରିବାରୁ ହାଇଓ୍ବାକୁ ଜବତ କରି ତୁରୁମୁଙ୍ଗା ପୁଲିସ ପକ୍ଷରୁ ରାଜସ୍ବ ବିଭାଗକୁ ହସ୍ତାନ୍ତର କରିବା ପରେ ପାଟଣା ତହସିଲର ତାପସ ରଂଜନ ଦେହୁରୀଙ୍କ ନିର୍ଦ୍ଦେଶ କ୍ରମେ ତୁରୁମୁଙ୍ଗା ରାଜସ୍ୱ ନିରୀକ୍ଷକ ନରେଶ ମହାନ୍ତ ଜବତ ହାଇଓ୍ବା ଉପରେ ୩୦ ହଜାର ଟଙ୍କା ଜୋରିମାନା ଲାଗୁ କରିଛନ୍ତି ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories