www.samajalive.in
Monday, December 15, 2025
16.1 C
Bhubaneswar

ପୌର ପରିଷଦର ରୂପଯାତ୍ରା ପ୍ରସ୍ତୁତି ବୈଠକ

ଚୌଦ୍ୱାର : ପୌର ପରିଷଦ ତରଫରୁ ଚୌଦ୍ୱାର ରୂପଯାତ୍ରା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲଙ୍କ ଅଧ୍ୟକ୍ଷତାରେ ପୌର ସଭାଗୃହରେ ଅନୁଷ୍ଠିତ ବୈଠକରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଯୋଗଦେଇ ଚୌଦ୍ୱାର ଅଞ୍ଚଳର ଏହି ପ୍ରସିଦ୍ଧ ଯାତ୍ରକୁ ଜାକ ଜମକରେ ପାଳନ କରିବା ପାଇଁ ବିଭିନ୍ନ ସରକାରୀ ବିଭାଗ, ପୌର ପାଳିକା ଓ ମେଢ଼ କମିଟି ଗୁଡ଼ିକ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ  । ଆସନ୍ତା କୁମାର ପୂର୍ଣ୍ଣିମା ଦିନ ଠାରୁ ଆରମ୍ଭ ହୋଇ ଦୀର୍ଘ ୫ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରସିଦ୍ଧ ଯାତ୍ରାର ବିଭିନ୍ନ ଆୟୋଜନ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା  । ଦୀର୍ଘଦିନ ଧରି ୫୫ନଂ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲୁ ରହିଥିବାରୁ ଚୌଦ୍ୱାର ଅଞ୍ଚଳରେ ରାସ୍ତା ପରିସ୍ଥିତ ଶୋଚନୀୟ ହୋଇ ପଡ଼ିଥିବାରୁ ବିଧାୟକ ବିଶ୍ୱାଳ ଅସନ୍ତୋଷ ବ୍ୟକ୍ତ କରି ପୁଜା ପୁର୍ବରୁ ରାଜରାସ୍ତା ତଥା ସର୍ଭିସ୍‌୍‌ ରୋଡ ଗୁଡିକୁ ମରାମତି କରିବା କାର୍ଯ୍ୟ ଶିଘ୍ର ସଂପୁର୍ଣ୍ଣ କରିବା ପାଇଁ ଉପସ୍ଥିତ ଥିବା ଏନ୍‌ଏଚ୍‌ଆଇର ଅଧିକାରୀ ଓ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ ।ଏଥି ସହିତ ରୁପଯାତ୍ରା ପଡିଆ ସମେତ ପୌରପାଳିକାର ବିଭିନ୍ନ ୱାର୍ଡରେ ବିଦ୍ୟୁତ୍‌ ଆଲୋକ ବ୍ୟବସ୍ଥା ଏବଂ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିବେଦନ କରିଥିଲେ । ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ, ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା,ସମସ୍ତ କାଉନସିଲର ଓ ପୌର କର୍ମଚାରୀ, ଜନସ୍ୱାସ୍ଥ୍ୟ, ବିଦ୍ୟୁତ ଆଦି ବିଭାଗର ପ୍ରତିନିଧି ମାନେ ଏହି ବୈଠକରେ ଯୋଗଦେଇ ଯାତ୍ରାକୁ ସୁଚାରୂ ରୂପେ ପାଳନ କରିବା ଦିଗରେ ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ   ।ଯାତ୍ରା କମିଟି ସଭାପତି ସୁବୋଧ ଚନ୍ଦ୍ର ନାୟକ ଓ ସମ୍ପାଦକ ନାରାୟଣ ସ୍ୱାଇଁ ଏଥିରେ ଉପସ୍ଥିତ ଥିଲେ  ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories