www.samajalive.in
Saturday, December 6, 2025
14.1 C
Bhubaneswar

ବଦଳିବ ନିୟମ ; ଜୁନ୍ ୧ରୁ ହୋଇପାରେ ୫ଟି ବଡ ପରିବର୍ତ୍ତନ, ପ୍ରତ୍ୟେକ ପକେଟ୍ ଉପରେ ପଡିବ ପ୍ରଭାବ..

ନୂଆଦିଲ୍ଲୀ : ମେ’ ମାସ ଶେଷ ହେବାକୁ ଯାଉଛି। ଜୁନ୍ ମାସ ଆରମ୍ଭ ହେବାକୁ ଯାଉଛି। ୩ ଦିନ ବାକି ଅଛି ଜୁନ୍ ମାସ ଆରମ୍ଭ ହେବାକୁ। ଏହାସହ ଜୁନ୍ ୧ ତାରିଖରୁ ଦେଶରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ପ୍ରଭାବ ସିଧା ସଳଖ ଜନ ସାଧାରଣଙ୍କ ପକେଟ୍ ଉପରେ ପଡିବ। ଏଥିରେ ଏଲପିଜି ସିଲିଣ୍ଡର ଦାମ୍ ଠାରୁ ଆରମ୍ଭ କରି କ୍ରେଡିଟ୍ କାର୍ଡ ନିୟମ ପର୍ଯ୍ୟନ୍ତ ସାମିଲ ରହିଛି। ଜାଣନ୍ତୁ ହେବାକୁ ଥିବା ୫ଟି ବଡ ପରିବର୍ତ୍ତନ ବିଷୟରେ..

ତୈଳ କମ୍ପାନୀ ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ଏଲପିଜି ସିଲିଣ୍ଡରର ଦାମରେ ପରିବର୍ତ୍ତନ କରି ଥାଆନ୍ତି। ୧ ଜୁନ ୨୦୨୪ ସକାଳ ୬ଟାରେ ନୂଆ ଦାମ୍ ଅର୍ଥାତ ସଂଶୋଧିତ ଦାମ୍ ଜାରି କରି ପାରନ୍ତି। ଗତ କିଛି ଦିନରେ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମରେ ଅନେକ ପରିବର୍ତ୍ତନ ହୋଇଛି। ମାତ୍ର ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ଦେଖା ଯାଇନାହିଁ। ନିର୍ବାଚନ ଶେଷ ହେବା ପୂର୍ବରୁ ଲୋକଙ୍କୁ ଚଳିତ ଥର ଘରୋଇ ସିଲିଣ୍ଡର ଦାମରେ ଆଶ୍ୱସ୍ତି ମିଳିବା ଆଶା କରାଯାଉଛି।

ଜୁନ୍ ମାସରେ ସୁନା ଭଳି ଏହି ରାଶିଙ୍କ ଭାଗ୍ୟ ଚମକାଇବେ ମା’ଲକ୍ଷ୍ମୀ: ମିଳିବ ଧନ, ଚାକିରି, ଉତ୍ତମ ସ୍ୱାସ୍ଥ୍ୟ..

- Advertisement -

ଏଲପିଜ ସିଲିଣ୍ଡରର ଦାମରେ ପରିବର୍ତ୍ତନ ସହ ତୈଳ କମ୍ପାନୀ ଗୁଡିକ ବିମାନ ଇନ୍ଧନ (ଏଟିଏଫ) ଓ ସିଏନଜି-ପିଏନଜି ଦାମରେ ମଧ୍ୟ ପରିବର୍ତ୍ତନ ଆଣନ୍ତି। ପହିଲାରୁ ଏମାନଙ୍କର ଦାମ୍ ସାମ୍ନାକୁ ଆସିବ। ଏପ୍ରିଲ ମାସରେ ଏଟିଏଫର ଦାମରେ ହ୍ରାସ ହୋଇଥିଲା।

୧ ଜୁନ୍ ୨୦୨୪ରୁ ଏସବିଆଇ କ୍ରେଡିଟ୍ କାର୍ଡର ନିୟମରେ ପରିବର୍ତ୍ତନ ଆସିବାକୁ ଯାଉଛି। ଏସବିଆଇ କାର୍ଡ ଅନୁଯାୟୀ, ଜୁନ୍ ୨୦୨୪ରୁ କିଛି କେଡ୍ରିଟ କାର୍ଡ ପାଇଁ ସରକାରଙ୍କ ସହ ସମ୍ବନ୍ଧିତ କିଛି ନିର୍ଦ୍ଧାରିତ ଟଙ୍କା ନେଣଦେଣ ଉପରେ ରିୱାର୍ଡ ପଏଣ୍ଟ ଲାଗୁ କରିବେ ନାହିଁ। ଏଥିରେ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଓରମ୍, ଏସବିଆଇ କାର୍ଡ ଇଲିଟ୍, ଏସବିଆଇ କାର୍ଡ ଇଲିଟ୍ ଆଡଭାଣ୍ଟଟେଜ, ଏସବିଆଇ କାର୍ଡ ପଲ୍ସ, ସିମ୍ପଲି କ୍ଲିକ୍ ଏସବିଆଇ କାର୍ଡ ଆଦି ସାମିଲ ରହିଛି।

ଅନ୍ୟ ଏକ ପରିବର୍ତ୍ତନ ଡ୍ରାଇଭିଂ ଲାଇସେନ୍ସ ସହ ଜଡିତ। ୧ ଜୁନ୍ ୨୦୨୪ରୁ ଡ୍ରାଇଭିଂ ଇଷ୍ଟିଚ୍ୟୁଟ୍ ରେ ମଧ୍ୟ ଡ୍ରାଇଭିଂ ପରୀକ୍ଷା କରାଯାଇପାରେ। ଏପର୍ଯ୍ୟନ୍ତ ଏହି ପରୀକ୍ଷା କେବଳ ଆରଟିଓ ଦ୍ୱାରା ଜାରି କରାଯାଇଥିବା ସରକାରୀ ସେଣ୍ଟରରେ ହେଉଥିଲା। ମାତ୍ର ଏବେ ଘରୋଇ ଇଷ୍ଟିଚ୍ୟୁଟ୍ ରେ ମଧ୍ୟ ଲାଇସେନ୍ସ ପାଇଁ ଆବେଦନ କରୁଥିବା ବ୍ୟକ୍ତି ବିଶେଷଙ୍କର ଡ୍ରାଇଭିଂ ପରୀକ୍ଷା ହେବ। ଲାଇସେନ୍ସ ଜାରି କରାଯିବ। ମାତ୍ର ଆରଟିଓ ଦ୍ୱାରା ମାନ୍ୟତା ପାଇଥିବା ଇଷ୍ଟିଚ୍ୟୁଟ୍ ରେ ହିଁ ପରୀକ୍ଷା ହେବ। ଏହାସହ ୧୮ ବର୍ଷରୁ କମ୍ ନାବାଳକ ଗାଡି ଚଲାଉଥିବା ଦେଖାଗଲେ ୨୫୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ। ୨୫ ବର୍ଷ ଲାଇସେନ୍ସ ମଧ୍ୟ ଆବେଦନ କରି ପାରିବେ ନାହିଁ।

ଆଉ ଚିନ୍ତା ନାହିଁ ; ଏହି ରାଶିଙ୍କର ୧୧ ମାସ ପର୍ଯ୍ୟନ୍ତ ଭାଗ୍ୟ ବଦଳାଇବେ କେତୁ, ମିଳିବ ଧନ, ଚମକିବ ଭାଗ୍ୟ..

ଅନ୍ୟ ଏକ ପରିବର୍ତ୍ତନ ଜୁନ୍ ୧୪ ତାରିଖରୁ ଲାଗୁ ହେବ। ୟୁଆଇଡିଏଆଇ ଆଧାର କାର୍ଡକୁ ମାଗଣାରେ ଅପଡେଟ୍ କରିବା ପାଇଁ ଡେଡ୍ ଲାଇନକୁ ବଢାଇ ୧୪ ଜୁନ୍ କରି ଦେଇଥିଲେ। ଏହାକୁ ଆଗକୁ ମଧ୍ୟ ବୃଦ୍ଧି କରାଯାଇଛି। ମାତ୍ର ଆଗକୁ ବୃଦ୍ଧି କରିବାର ସମ୍ଭାବନା କମ୍। ତେଣୁ ଏହାକୁ ମାଗଣାରେ ଅପଡେଟ୍ କରିବା ପାଇଁ କିଛି ଦିନର ସମୟ ବାକି ରହିଛି। ଏହାପରେ ଆଧାର କେନ୍ଦ୍ରକୁ ଯାଇ ଅପଡେଟ୍ କରିବା ଦ୍ୱାରା ଗୋଟିଏ ଅପଡେଟ୍ ପିଛା ୫୦ ଟଙ୍କା ଦେବାକୁ ପଡିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories