www.samajalive.in
Saturday, December 13, 2025
27.1 C
Bhubaneswar

ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର୍ – ଅନୁଗୋଳର ଗ୍ରାହକ ଜିତିଲେ କାର୍

ଡେସ୍କ: ୪୯ ବର୍ଷରେ ପହଂଚିଥିବା ଶିଳ୍ପସଂସ୍ଥା ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର୍ ଯୋଜନାରେ ଜଣେ ଗ୍ରାହକଙ୍କୁ ମୂଲ୍ୟବାନ କାର୍ ଓ ୫ ଜଣ ଗ୍ରାହକଙ୍କୁ ଇ-ସ୍ଫୁଟର ଉପହାର ଆକାରରେ ପ୍ରଦାନ କରିଛି। ଶନିବାର ଦିନ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଆୟୋଜିତ ଉତ୍ସବରେ ରୁଚି ମସଲା ପକ୍ଷରୁ ଅନୁଗୋଳର ସାନୁ ବେହେରାଙ୍କୁ ପ୍ରଥମ ପୁରସ୍କାର ଭାବେ ମାରୁତି ସ୍ଵିପ୍ଟ କାର୍ ଏବଂ କେନ୍ଦୁଝର ବଡ଼ବିଲ୍‌ର ଇନ୍ଦୁମତୀ ସାହୁ, ବାଲେଶ୍ଵର ସୋରର ତିଳୋତ୍ତମା ନାୟକ, ମୟୂରଭଞ୍ଜ ବିଶୋଇର ବାବୁଲା ପାତ୍ର, ବ୍ରହ୍ମପୁରର ବୈଷ୍ଣବୀ ସାମନ୍ତରା ଓ ରାୟଗଡ଼ାର ବାର୍ଥଲୋମି ସେନାପତିଙ୍କୁ ଇ-ସ୍କୁଟର ପ୍ରଦାନ କରାଯାଇଛି।

ରୁଚିର ଏହି ବଡ଼ ଉପହାର ସେମାନଙ୍କୁ ସାରା ଜୀବନ ପାଇଁ କୃତଜ୍ଞ କରିବ ବୋଲି ବିଜେତାମାନେ କହିଥିଲେ। ରୁଚି ମସଲାର ୧୨ଟି ସାମଗ୍ରୀ କିଣିଥୁବା ଗ୍ରାହକମାନଙ୍କ ପାଇଁ ଏହି ଅଫର୍ ଯୋଜନା ରହିଥିଲା। ଏହା ସହିତ ଗ୍ରାହକମାନଙ୍କୁ ପ୍ରତି ମାସରେ ସ୍ଵର୍ଣ୍ଣ, ରୌପ୍ୟମୁଦ୍ରା ଓ ସ୍ମାର୍ଟୱାଚ୍ ଉପହାର ମଧ୍ୟ ପ୍ରଦାନ କରାଯାଇଥିଲା।

- Advertisement -

ଓଡ଼ିଶାର ଏକନମ୍ବର ମସଲା ବ୍ରାଣ୍ଡ ଭାବେ ଅଶେଷ ଲୋକପ୍ରିୟତା ଅର୍ଜନ କରିଥିବା ରୁଚି ଉଦ୍ୟୋଗ ୪୯ ବର୍ଷର ଯାତ୍ରା ମଧ୍ୟରେ କୋଟିକୋଟି ଗ୍ରାହକମାନଙ୍କର ବିଶ୍ଵାସନୀୟତାକୁ ପାଥେୟ କରି ସଫଳତା ପାଇଛି ବୋଲି ବିଶିଷ୍ଟ ଉଦ୍ୟୋଗୀ ତଥା ‘ରୁଚି’ର ପରିଚାଳନା ନିର୍ଦ୍ଦେଶକ ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ କହିଛନ୍ତି। ଜାତୀୟସ୍ତରରେ ନିଜର ଗୁଣବତ୍ତା ଓ ସଫଳତା ପାଇଁ ରୁଚି ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି କରିଛି ବୋଲି ମୁଖ୍ୟଅତିଥ୍ ଭାବେ ଯୋଗଦେଇ ରୁଚିର ନିର୍ଦ୍ଦେଶିକା ରଶ୍ମୀ ସାହୁ ଓ ସଲିନା ସାହୁ କହିଥିଲେ। ରୁଚିର ନିର୍ଦ୍ଦେଶକ ଡକ୍ଟର ସୌରେନ୍ଦ୍ର କୁମାର ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ରୁଚିର ମାର୍କେଟିଂ ହେଡ଼୍ ଦେବବ୍ରତ ପଟ୍ଟନାୟକ ରୁଚି ଫୁଡ୍‌ଲାଇନ୍ ପକ୍ଷରୁ ଇ-କମର୍ସ ପ୍ଲାଟଫର୍ମ ଏବଂ ମୋବାଇଲ୍ ଆପ୍ ‘ରୁଚି ଷ୍ଟୋର’ ମଧ୍ୟ ଲୋକାର୍ପିତ କରିଥିଲେ। ଏହାଦ୍ଵାରା ଗ୍ରାହକମାନେ ଦେଶର ଯେକୌଣସି ସ୍ଥାନରୁ ଅନ୍‌ଲାଇନ୍ ଜରିଆରେ ଏବଂ ମୋବାଇଲ୍ ଆପ୍ ମାଧ୍ୟମରେ ରିହାତି ମୂଲ୍ୟରେ ରୁଚିର ସମସ୍ତ ସାମଗ୍ରୀ ଘରେ ବସି ପାଇପାରିବେ। ଏହି ପ୍ଲାଟଫର୍ମ ଜରିଆରେ ୩୦୦ ଟଙ୍କାର ସାମଗ୍ରୀ ମଗାଇଲେ ଗ୍ରାହକଙ୍କୁ କୌଣସି ବିତରଣ ଦେୟ ଦେବାକୁ ପଡ଼ିବନି।

ଉତ୍ସବରେ ରୁଚିର ମୁଖ୍ୟ ମହାପ୍ରବନ୍ଧକ ମହେନ୍ଦ୍ର ଷଡ଼ଙ୍ଗୀ, ସେଲସ୍‌ ହେଡ଼୍ ଦିଲ୍ଲୀପ ସାହୁ, ମାନବସମ୍ବଳ ବିଭାଗ ସହକାରୀ ମହାପ୍ରବନ୍ଧକ ଅମ୍ବରୀଶ ପଟ୍ଟନାୟକ, ଲୋକସଂପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ, ପ୍ରଶାସନିକ ପ୍ରବନ୍ଧକ ମୃଣାଳିନୀ ରାଉତ, ରାମଚନ୍ଦ୍ର ବେହେରା, ହେରାଲଡ଼୍‌ର ମୁଖ୍ୟ ସୂର୍ଯ୍ୟ ରଥ, ରୁଚିର ଉପପ୍ରବନ୍ଧକ ନ୍ୟାୟବ୍ରତ ରାଉତ, ସାଗର ରଂଜନ ବାରିକ୍ ଓ ସୋନାଲି ସାହୁ ପ୍ରମୁଖ ଯୋଗଦେଇଥିଲେ । ଚଳଚ୍ଚିତ୍ର ଅଭିନେତ୍ରୀ ଲିପି ମହାପାତ୍ର, କଣ୍ଠଶିଳ୍ପୀ ସ୍ଵୟମ୍‌ ଓ ହାସ୍ୟ ଅଭିନେତା ପପୁ ପମ୍ ପମ୍ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories