www.samajalive.in
Saturday, December 6, 2025
14.1 C
Bhubaneswar

ଆରଏସଏସର ବରିଷ୍ଠ ପ୍ରଚାରକ ପରମେଶ୍ଵରନଙ୍କ ଦେହାନ୍ତ

କୋଚି: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସଏସ)ର ବରିଷ୍ଠ ପ୍ରଚାରକ ପି. ପରମେଶ୍ଵରନଙ୍କ ଦେହାନ୍ତ ହୋଇଯାଇଛି। ଶନିବାର ରାତି ପ୍ରାୟ ୧୨ଟା ୧୦ରେ ୯୧ ବର୍ଷରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ସଂଘ ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପରମେଶ୍ଵରନ ଭାରତୀୟ ବିଚାର କେନ୍ଦ୍ରମ୍‌ର ପ୍ରତିଷ୍ଠାତା ନିର୍ଦେଶକ ଥିଲେ। ବାର୍ଦ୍ଧକ୍ୟଜନିତ କାରଣରୁ କେରଳର ପଲକ୍କଡ ଜିଲାର ଓଟ୍ଟାପ୍ପଲମରେ ତାଙ୍କର ଆୟୁର୍ବେଦିକ ଚିକିତ୍ସା ଚାଲିଥିଲାବେଳେ ପରଲୋକ ଘଟିଛି। ଦୀନଦୟାଲ ଉପାଧ୍ୟାୟ, ଅଟଳ ବିହାରୀ ବାଜପେୟୀ ଏବଂ ଏଲ.କେ. ଆଡୱାଣୀଙ୍କ ଭଳି ନେତାମାନଙ୍କ ସହିତ କାମ କରିଥିବା ପରମେଶ୍ଵରନଙ୍କୁ ୨୦୧୮ରେ ଦେଶର ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଥିଲା। ଏହା ସହିତ ୨୦୦୪ରେ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories