www.samajalive.in
Saturday, December 6, 2025
15.1 C
Bhubaneswar

ସଚିନଙ୍କ ରେକର୍ଡ ଭାଙ୍ଗିଲେ ନେପାଳର ଏହି କ୍ରିକେଟର

କାଠମାଣ୍ଡୁ: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଅନେକ ବିରଳ ରେକର୍ଡର ଅଧିକାରୀ। ସେସବୁ ରେକର୍ଡ ମଧ୍ୟରୁ ଗୋଟିଏ ରେକର୍ଡ ଭାଙ୍ଗିଛନ୍ତି ନେପାଳର ଜଣେ ୧୫ ବର୍ଷୀୟ କ୍ରିକେଟର କୁସଲ ମାଲ୍ଲା। କୁସଲ ସର୍ବକନିଷ୍ଠ କ୍ରିକେଟର୍‌ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି। ଏହି କ୍ରମରେ ସେ ଭାରତୀୟ କିମ୍ବନ୍ଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ଏବଂ ପାକିସ୍ତାନର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଶାହିଦ ଆଫ୍ରିଦିଙ୍କ ରେକର୍ଡ ଭାଙ୍ଗି ଏହି ସଫଳତା ହାସଲ କରିଛନ୍ତି। ୨୦୧୯ ଜାତିସଂଘ ତ୍ରିପାକ୍ଷିକ ସିରିଜରେ ଶନିବାର ନେପାଳ ଏବଂ ଆମେରିକା ମଧ୍ୟରେ ଅନୁଷ୍ଠିତ ଏକ ମ୍ୟାଚରେ କୁସଲ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି।

କୁସଲ ୧୫ ବର୍ଷ ୩୪୦ ଦିନରେ ଏହି ରେକର୍ଡ ହାସଲ କରିଛନ୍ତି। ସଚିନ ୩ୟ ସ୍ଥାନକୁ ଖସି ଆସିଥିବାବେଳେ ଶାହିଦ ଆଫ୍ରିଦି ୨ୟ ସ୍ଥାନରେ ରହିଛନ୍ତି। ଏହା ସହିତ କୁସଲ ନିଜ ଦେଶର କ୍ରିକେଟର ରୋହିତ ପଡେଲଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ରୋହିତ ୧୬ ବର୍ଷ ୧୪୬ ଦିନରେ ଏହି ରେକର୍ଡର ଅଧିକାରୀ ହୋଇଥିଲେ।

- Advertisement -

ନେପାଳ ଏବଂ ଆମେରିକା ମଧ୍ୟରେ ଚାଲିଥିବା ମ୍ୟାଚରେ ନେପାଳ ପ୍ରଥମେ ବ୍ୟାଟିଂ କରି ୪୯ ରନରେ ୫ ୱିକେଟ ହରାଇ ସଂଘର୍ଷ କରୁଥିବାବେଳେ କୁସଲ ଦଳକୁ ସମ୍ଭାଳିଥିଲେ। ସେ ୫୧ ବଲରୁ ୫୦ ରନ୍‌ କରିଥିବାବେଳେ ବିନୋଦ ଭଣ୍ଡାରୀଙ୍କ ସହିତ ମିଶି ୮୪ ରନ୍‌ର ଭାଗିଦାରି କରିଥିଲେ। ଫଳରେ ନେପାଳ ଆମେରିକାକୁ ୩୫ ରନରେ ପରାଜିତ କରିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories