www.samajalive.in
Sunday, December 14, 2025
19.1 C
Bhubaneswar

ଗର୍ବ, ଅହଂକାର ଯୋଗୁ ବିଜେପି ୨୪୦ରେ ଅଟକିଲା: ଆରଏସଏସ ନେତା ଇନ୍ଦ୍ରେଶ କୁମାର

ସମାଜ ଡିଜିଟାଲ ଡେସ୍କ: ଚଳିତ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ବିଜେପି) ବହୁମତ ହାସଲ କରିପାରିଲା ନାହିଁ। ଦଳ ମାତ୍ର ୨୪୦ ଆସନରେ ଅଟକିଗଲା। ଏହାର କାରଣ ଗର୍ବ ଏବଂ ଅହଂକାର ବୋଲି କହିଛନ୍ତି ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ(ଆରଏସଏସ) ନେତା ଇନ୍ଦ୍ରେଶ କୁମାର। ବିଜେପିର ଗର୍ବ ଓ ଅହଂକାର ଯୋଗୁ ଦଳକୁ ସଂଖ୍ୟା ଗରିଷ୍ଠତା ମିଳିଲା ନାହିଁ ବୋଲି ସେ କହିଛନ୍ତି। ଅନୁରୂପ ଭାବେ ସେ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟକୁ ବି ତୀବ୍ର ସମାଲୋଚନା କରିଛନ୍ତି।

ଇନ୍ଦ୍ରେଶ କୁମାର ଜୟପୁର ନିକଟ କନୋଟାରେ ଆୟୋଜିତ ରାମରଥ ଅଯୋଧ୍ୟା ଯାତ୍ରା ଦର୍ଶନ ପୂଜନ ସମାରୋହରେ ଯୋଗଦେବା ଅବସରରେ କହିଥିଲେ ଯେ, ବିଜେପି, ଯିଏକି ପ୍ରଭୁ ଶ୍ରୀରାମଙ୍କୁ ଭକ୍ତି କରୁଥିଲା, ଧୀରେ ଧୀରେ ଗର୍ବରେ ବୁଡ଼ି ରହିଲା। ସେଥିପାଇଁ ଦଳ ୨୪୦ ଆସନରେ ବିଜୟୀ ହେଲା, କିନ୍ତୁ ସଂଖ୍ୟା ଗରିଷ୍ଠତା ପାଇଲା ନାହିଁ। ସେହିପରି ଇଣ୍ଡି ମେଣ୍ଟଙ୍କୁ ଲକ୍ଷ୍ୟ କରି କହିଥିଲେ ଯେ, ଯେଉଁମାନଙ୍କର ଶ୍ରୀରାମଙ୍କ ଉପରେ ଭରସା ନ ଥିଲା ସେମାନେ ଏକାଠି ହୋଇ ବି ୨୩୪ ଆସନ ପାଇଲେ। ଏହା ହେଉଛି ଗଣତନ୍ତ୍ରରେ ରାମ ରାଜ୍ୟର ବିଧାନ। ବିଜେପି ସବୁଠୁ ବଡ଼ ଦଳ ଭାବେ ସର୍ବାଧିକ ଆସନ ପାଇଲା, କିନ୍ତୁ ଅହଂକାରୀ ମନୋଭାବ ଯୋଗୁ ଭଗବାନ ସମ୍ପୂର୍ଣ୍ଣ କ୍ଷମତା ଦେଲେ ନାହିଁ। ଯେଉଁମାନେ ରାମଙ୍କୁ ବିରୋଧ କରୁଥିଲେ ସେମାନଙ୍କୁ ଆଦୌ କ୍ଷମତା ମିଳିଲା ନାହିଁ।

- Advertisement -

ଇନ୍ଦ୍ରେଶ ଆହୁରି କହିଥିଲେ ଯେ, ଯେଉଁମାନେ ଶ୍ରୀରାମଙ୍କୁ ପୂଜା କରନ୍ତି ସେମାନେ ଅତ୍ୟନ୍ତ ବିନମ୍ର ହେବା ଉଚିତ। ଯେଉଁମାନେ ଶ୍ରରାମଙ୍କୁ ବିରୋଧ କରନ୍ତି, ସେମାନଙ୍କ ସହିତ ନିଜେ ଭଗବାନ ଲଢ଼ିଥାନ୍ତି। ଭଗବାନ ଶ୍ରୀରାମଙ୍କ ନିରପେକ୍ଷତାର ଉଦାହରଣ ଦେଇ ଇନ୍ଦ୍ରେଶ କହିଥିଲେ, ସେ କେବେ ଭେଦଭାବ କରନ୍ତି ନାହିଁ କି ଦଣ୍ଡ ବି ଦିଅନ୍ତି ନାହିଁ। ସେ କେବଳ ସମସ୍ତଙ୍କୁ ନ୍ୟାୟ ଦେଇଥାନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories