www.samajalive.in
Saturday, December 6, 2025
23.1 C
Bhubaneswar

ନାଗପୁରରେ ଚାଞ୍ଚଲ୍ୟ: ବାପାକୁ କାର ଚଢାଇ ହତ୍ୟା, ୩୦୦କୋଟିର ସମ୍ପତ୍ତି ପାଇଁ ବୋହୂ ଦେଇଥିଲା ସୁପାରୀ

ନାଗପୁର: ବର୍ତ୍ତମାନ ଯୁଗରେ ସମ୍ପତ୍ତି ଲୋଭ ମଣିଷକୁ ଏଭଳି ଭାବେ ଅନ୍ଧ କରିଛି ଯେ ମଣିଷ ନିଜର ହିତାହିତ ଜ୍ଞାନ ଭୁଲିଯାଉଛି। ସମ୍ପତ୍ତି ପାଇଁ ସବୁ ସମ୍ପର୍କ ଭୁଲି ଜଣେ ବୋହୂ କିଭଳି ପିଶାଚିନୀ ପାଲଟିଛି ତାହା ନାଗପୁର ହିଟ୍‌‌ ଆଣ୍ଡ ରନ୍‌‌ ମାମଲାରୁ ସ୍ପଷ୍ଟ ହୋଇଛି। ବାପା ସମାନ ଶ୍ୱଶୁରକୁ ୩୦୦କୋଟିର ସମ୍ପତ୍ତି ପାଇବା ପାଇଁ ଜୀବନରୁ ମାରି ଦେବାକୁ ପଛାଇନଥିଲା ବୋହୂ। କିଭଳି ଭାବେ ଏହି ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେଇଥିଲା ବୋହୂ ତାହାର ପର୍ଦ୍ଦାଫାଶ କରିଛି ନାଗପୁର କ୍ରାଇମବ୍ରାଞ୍ଚ। ଏହି ଘଟଣାର ପର୍ଦ୍ଦାଫାଶ ହେବା ପରେ ମହାରାଷ୍ଟ୍ର ନାଗପୁରରେ ହଇଚଇ ସୃଷ୍ଟି ହୋଇଛି। ନାଗପୁର ହିଟ୍‌‌ ଆଣ୍ଡ ରନ୍‌‌ ମାମଲାରେ ୮୨ବର୍ଷୀୟ ପୁରୁଷୋତ୍ତମ ପୁଟ୍ଟେୱାରଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟଣାର ଖୋଳତାଡ କରି ରହସ୍ୟ ଉନ୍ମୋଚିତ କରିଛି କ୍ରାଇମବ୍ରାଞ୍ଚ ଟିମ୍‌‌। ୨୨ ମେ ରେ ପୁରୁଷୋତ୍ତମଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନେଇ ମାମଲା ରୁଜୁ ହୋଇଥିଲା। ଘଟଣାର ଖୋଳତାଡ ପୁଲିସ କରିବା ସହ ସିସିଟିଭି ଯାଞ୍ଚ ବେଳେ ସତ୍ୟ ପଦାକୁ ଆସିଛି। ବୋହୂ ଅର୍ଚ୍ଚନା ମନିଷ ପୁଟ୍ଟେୱାର ଟାଉନ ପ୍ଲାନିଂ ବିଭାଗର ସହକାରୀ ନିର୍ଦ୍ଦେଶିକା ଭାବେ ଚିକିରି କରି ମଧ୍ୟ ୩ଶହ କୋଟିର ପାରିବାରିକ ସମ୍ପତ୍ତିକୁ ହାତେଇବା ପାଇଁ ଏଭଳି ଯୋଜନା କରିଥିଲା। ଏହି ଘଟଣାରେ ପୁଲିସ ଗତ ୯ତାରିଖ ଦିନ ୫୫ବର୍ଷୀୟ ବୋହୂ ଅର୍ଚ୍ଚନାଙ୍କୁ ଗିରଫ କରିଛି।
ପୁଲିସ ସୂଚନା ଅନୁସାରେ କାର ଧକ୍କାରେ ପୁରୁଷୋତ୍ତମଙ୍କୁ ହତ୍ୟା କରିବା ପାଇଁ ବୋହୂ ଯୋଜନା କରିଥିଲା। ଏହି ହତ୍ୟାକାଣ୍ଡକୁ ପରେ ଦୁର୍ଘଟଣା ରୂପ ଦେବାକୁ ଏକ ବ୍ୟବହୃତ କାର କିଣିବାକୁ ଟଙ୍କା ମଧ୍ୟ ଦେଇଥିଲା। ଅର୍ଚ୍ଚନା ତାଙ୍କ ସ୍ୱାମୀଙ୍କ ଡ୍ରାଇଭର ବାଗଡେ ଓ ଅନ୍ୟ ଦୁଇ ଅଭିଯୁକ୍ତ ନୀରଜ ନିମଜେ ଓ ସଚିନ ଧାର୍ମିକଙ୍କ ସହ ମିଶି ହତ୍ୟାକାଣ୍ଡ ପାଇଁ ଷଡଯନ୍ତ୍ର କରିଥିଲେ। ଯୋଜନା ଅନୁସାରେ ଶ୍ୱଶୁରଙ୍କୁ ଜୀବନରୁ ମାରିବାରେ ସଫଳ ମଧ୍ୟ ହୋଇଥିଲେ। ଗତ ମେ ୨୨ ତାରିଖରେ ବାଲାଜୀ ନଗରରେ କାର ଧକ୍କା ହେବା ପରେ ପୁରୁଷୋତ୍ତମ ପୁଟ୍ଟେୱାରଙ୍କ ମୃତ୍ୟୁ ହୋଇଥିଲା। ହେଲେ ପୁଲିସ ଘଟଣାର ଯାଂଚ କରିବା ବେଳେ ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ସବୁ ସତକୁ ସାମ୍ନାକୁ ଆଣିଛି।
ପୁଲିସ ଅଭିଯୁକ୍ତଙ୍କୁ ଗରିଫ କରିବା ସହ ସେମାନଙ୍କଠାରୁ ୨ଟି କାର, ସୁନା ଅଳଙ୍କାର ଓ ମୋବାଇଲ ଜବତ କରିଛି। ଘଟଣା ଦିନ ପୁରୁଷୋତ୍ତମ ନିଜର ପତ୍ନୀ ଶକୁନ୍ତଳାଙ୍କୁ ଭେଟିବାକୁ ମେଡିକାଲ ଯାଇଥିଲେ। ଫେରିବା ବାଟରେ ଏକ କାର ତାଙ୍କୁ ଧକ୍କା ଦେଇଥିଲା।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories