www.samajalive.in
Saturday, December 6, 2025
15.1 C
Bhubaneswar

ବିମାନରେ ଆସୁଛି ୪୫ ଭାରତୀୟଙ୍କ ମୃତଦେହ

ସମାଜ ଡିଜିଟାଲ ଡେସ୍କ: କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ମୃତହେଦକୁ ଧରି ଭାରତ ଫେରିଛି ବାୟୁସେନା ବିମାନ। ବିମାନଟି ଶୁକ୍ରବାର ପୂର୍ବାହ୍ନରେ କେରଳର କୋଚିରେ ଅବତରଣ କରିବ ବୋଲି ସୂଚନା ମିଳିଛି। ବିମାନରେ ବୈଦେଶିକ ବ୍ୟାପାର ସ୍ୱରାଷ୍ଟ୍ରମନ୍ତ୍ରୀ କିର୍ତ୍ତୀବର୍ଦ୍ଧନ ସିଂହ ମଧ୍ୟ ଆସିଛନ୍ତି। କୁଏତରୁ ମୃତଦେହ ଆଣିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ଘଟଣା ପରେ ସେ ଗତ ଗୁରୁବାର କୁଏତ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ।

ଅନ୍ୟପଟେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କୋଚି ଗସ୍ତ କରିଛନ୍ତି। ବିମାନ କୋଚିରେ ପହଞ୍ଚିବା ପରେ ମୃତଦେହଗୁଡ଼ିକୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ।

- Advertisement -

ଦକ୍ଷିଣ କୁଏତର ମନଗଫ ଅଞ୍ଚଳରେ ଥିବା ଏକ କୋଠାରେ ଅଗ୍ନିକାଣ୍ଡ ଘଟି ୪୫ ଭାରତୀୟଙ୍କ ସମେତ ୪୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଦକ୍ଷିଣ ଅହମଦୀ ପ୍ରଦେଶ ଅନ୍ତର୍ଗତ ମନଗଫ ଅଞ୍ଚଳରେ ଏହି ଅଘଟଣ ଘଟିଥିଲା। ମୃତ ଭାରତୀୟଙ୍କ ମଧ୍ୟରେ ୨୪ ଜଣ କେରଳର ଶ୍ରମିକ ଥିଲେ। ଏହା ସହିତ ଓଡ଼ିଶାର ଦୁଇ ଜଣ କର୍ମଚାରୀ ରହିଥିଲେ। ଏମାନେ ସେଠାକାର ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। କମ୍ପାନୀ ପକ୍ଷରୁ ଦିଆଯାଇଥିବା ୬ମହଲା କୋଠାରେ ସେମାନେ ରହୁଥିଲେ। ନାଇଟ୍‌‌ ଡ୍ୟୁଟି ସାରି କର୍ମଚାରୀମାନେ ଶୋଇଥିବାବେଳେ ତଳ ମହଲାରେ ଥିବା ରୋଷେଇ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ତାହା ଧୀରେ ଧୀରେ ଅନ୍ୟ ସମସ୍ତ କୋଠାକୁ ବ୍ୟାପିଯାଇଥିଲା। ଶୋଇଥିବା କାରଣରୁ କର୍ମଚାରୀମାନେ ବାହାରକୁ ବାହାରିପାରି ନ ଥିଲେ। ଫଳରେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ। ଏହି ଘଟଣାରେ ଅନ୍ୟ ୫୦ ଜଣ ଆହତ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories