ଶୁକ୍ରବାର ରାଶିଫଳ: ଏମିତି କଟିବ ରଜ, ଏହି ରାଶିର ଲୋକଙ୍କ ପାଇଁ ଶୁଭ

ମେଷ- ଆଜି ରଜପର୍ବରେ ପୋଡ ପିଠାର ମଜା ଉଠାଇପାରନ୍ତି । ଯୁବ ସମ୍ପ୍ରଦାୟ ବାଗୁଡି ଆଦି ଖେଳ ଓ ବଣ ଭୋଜିରେ ଖୁସି ମନାଇ ପାରନ୍ତି । ମହିଳାମାନେ ପାନ ଖାଇ ଦୋଳିରେ ଝୁଲି ଖୁସି ମନାଇବେ ।

ବୃଷ- ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରୁଛି । କର୍ମକ୍ଷେତ୍ରରେ ପଦୋନ୍ନତି ମିଳିଥିବାରୁ ରଜ ମଉଜରେ ସମୟ ବିତାଇବେ । ମହିଳାମାନେ ପାନପ୍ରିୟ ହୋଇ ଦୋଳିରେ ଝୁଲିବେ ।

ମିଥୁନ- ସୁସ୍ଥ ଓ ନିରାମୟ ରହିବେ । ଯୁବ ସମ୍ପ୍ରଦାୟ ରଜ ମଉଜ ସ୍ବରୂପ ନାନା କ୍ରୀଡା ଉତ୍ସବରେ ଯୋଗ ଦେବା ସହିତ ମନୋରଞ୍ଜନରେ ବ୍ୟସ୍ତ ରହିବେ । ମହିଳାମାନେ ପାନ ଓ ଦୋଳିକୁ ପ୍ରାଧାନ୍ୟ ଦେବେ ।

କର୍କଟ- ବ୍ୟବସାୟୀମାନେ ଆଜି ବିଭିନ୍ନ ମନୋହରି ସାମଗ୍ରୀ ନେଇ ରଜ ବଜାରରେ ପସରା ମେଲି ଭଲ ରୋଜଗାରରେ ମାତିବେ । ମନୋହରି ସାମଗ୍ରୀ କିଣିବାରେ ମହିଳାମାନେ ବିଶେଷ ଆଗ୍ରହୀ ହେବେ ।

ସିଂହ- ରଜ ପାଳନ ପୂର୍ବକ ମହିଳାଙ୍କୁ ଦୋଳି ଖେଳର ସୁବିଧା ଯୋଗାଇ ଦେଇ ରଙ୍ଗୀନ ପୋଷାକରେ ସଜାଇ ସେମାନଙ୍କ ମନ ଖୁସି କରାଇ ପାରନ୍ତି । ପିଲାଙ୍କୁ ଝୁଲଣ ବ୍ୟବସ୍ଥା ଓ ମହିଳାଙ୍କୁ ଦୋଳି ଖେଳ ସୁବିଧା ଦେବେ ।

କନ୍ୟା- ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରଜ ମଉଜରୁ ସ୍ବାସ୍ଥ୍ୟ ହାନି ଜନିତ କାର୍ଯ୍ୟରୁ ବିରତ ରହିବେ । ପରିବାରର ମହିଳା ଓ କନିଷ୍ଠମାନଙ୍କୁ ଦୋଳି ଖେଳ ଓ ନାନା ସୌଖୀନ ଦ୍ରବ୍ୟ ଦେଇ ସେମାନଙ୍କ ମନ ଖୁସି ରଖିପାରନ୍ତି ।

ତୁଳା- ସୁସ୍ଥ ଓ ନିରାମୟ ରହିବେ । ବ୍ୟବସାୟ ଲାଭପ୍ରଦ ହେବ । ରଜ ବଜାରର ବାହ୍ୟ ଖର୍ଚ୍ଚ ପାଇଁ ପରିବାରର ମହିଳା ଓ ପିଲାଙ୍କ ମନ ଖୁସି କରିବା ପାଇଁ ଦୋଳି ଯୋଗାଇ ଦେବା ସହ ମିଷ୍ଟାନ୍ନ ଖାଦ୍ୟ ଯୋଗାଇ ଦେବେ ।

ବିଛା- ବ୍ୟବସାୟ ଅତ୍ୟନ୍ତ ଲାଭପ୍ରଦ ହେବ । ରଜ ବଜାରର ପରିଧାନ ବସ୍ତ୍ର ଯୋଗାଇ ଦେଇ ନିଜେ ଲାଭବାନ ହେବା ସହ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମହିଳାମାନଙ୍କ ମନରେ ପ୍ରଫୁଲ୍ଲିତ ଭାବ ଆଣିପାରନ୍ତି ।

ଧନୁ- ମହିଳାମାନେ ଶିକ୍ଷା ଓ ବୈଷୟିକ ତାଲିମ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବାରୁ ରଜ ମଉଜକୁ ଦୋଳି ଖେଳ, ବିଡିଆ ପାନ ନିଜେ ଖାଇ ସାଙ୍ଗସାଥୀଙ୍କୁ ଖୁଆଇ ହସ ଖୁସିରେ ସମୟ ବିତାଇବେ ।

ମକର- କର୍ମକ୍ଷେତ୍ରରେ ଢେର ଉନ୍ନତି ଓ ବାଣିଜ୍ୟ କ୍ଷେତ୍ରରେ ପ୍ରଭୂତ ଉନ୍ନତି ଘଟାଇ ଆର୍ଥିକ ସ୍ଥିତିକୁ ଦୃଢ କରି ପରିବାରର ମହିଳାଙ୍କୁ ରଜ ମଉଜ ପାଇଁ ଆର୍ଥିକ ସହାୟତା ଦେବେ । ପିଲାଙ୍କୁ ମିଷ୍ଟାନ ବଣ୍ଟନ କରିବେ ।

କୁମ୍ଭ- ବ୍ୟବସାୟ ଓ କର୍ମକ୍ଷେତ୍ରରେ ସମ୍ମାନିତ ହେବାର ସୁଯୋଗ ସୃଷ୍ଟି ହୋଇଛି । ଆର୍ଥିକ କ୍ଷେତ୍ରରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ମହିଳାମାନେ ରକ୍ଷଣଶୀଳ ପୂର୍ବକ ସେବା କାର୍ଯ୍ୟରେ ଅଂଶଗ୍ରହଣ କରିବେ ।

ମୀନ- ପରିବାରର ମହିଳା ଓ ବିଦ୍ୟାର୍ଥୀମାନେ କ୍ରୀଡା କ୍ଷେତ୍ରରେ କୃତିତ୍ବ ଅର୍ଜନ କରି ପରିବାରର ମାନ, ମର୍ଯ୍ୟାଦାର ଟେକ ରଖିବେ । ପରିବାରର ମୁଖିଆମାନେ ମହିଳାଙ୍କୁ ରଜ ସାମଗ୍ରୀ ଯୋଗାଇ ଦେବେ ।

Comments are closed.