www.samajalive.in
Saturday, December 6, 2025
16.1 C
Bhubaneswar

କୋଇଲାରୁ ଆମୋନିଆ ନାଇଟ୍ରେଟ ପ୍ରକଳ୍ପ ପାଇଁ ପ୍ରକ୍ରିୟା ଆରମ୍ଭ

ସମ୍ବଲପୁର : କୋଇଲାରୁ ନାଇଟ୍ରେଟ ଗ୍ୟାସ ଉତ୍ପାଦନ ସକା​‌ଶେ ଭାରତର ପ୍ରଥମ କାରଖାନା ପଶ୍ଚିମ ଓଡ଼ିଶାରେ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି କେନ୍ଦ୍ର ସରକାରଙ୍କ ଦୁଇ ସଂସ୍ଥା କୋଲ ଇଣ୍ଡିଆ ଲିମିଟେଡ(ସିଆଇଏଲ) ଭାରତ ହେଭି ଇଲେକ୍ଟ୍ରିକାଲ ଲିମିଟେଡ (ଭେଲ) ମିଳିତ ଉଦ୍ୟମରେ ଏକ ନୂତନ ଉଦ୍ୟୋଗଭାରତ କୋଲ୍ ଗ୍ୟାସିଫିକେସନ ଆଣ୍ଡ କେମିକାଲ୍ସ ଲିମିଟେଡ (ବିପିଜିସିଏଲ) ଗଠନ କରାଯାଇଛି ଏହି ଉଦ୍ୟୋଗ ଗତ ୩୦ ତାରିଖ ଲଖନପୁର ଖଣିକ୍ଷେତ୍ରରେଆମୋନିୟମ୍ ନାଇଟ୍ରେଟ୍ ଉତ୍ପାଦନ ପ୍ରକଳ୍ପ ପାଇଁ ଏଲଏସଟିକେ କଣ୍ଟ୍ରାକ୍ଟର ମନୋନୟନ ପାଇଁ ଟେଣ୍ଡର ଆହ୍ବାନ କରିଛି ଝାରସୁଗୁଡ଼ା ଜିଲାର ଲଖନପୁର ଖଣି କ୍ଷେତ୍ର ବନ୍ଧବାହାଲ କଲୋନୀ ସମ୍ମୁଖରେ ଏହାର ପଞ୍ଜୀକୃତ ଦପ୍ତର ଖୋଲିଛି ଏହି କମ୍ପାନୀରେ ୫ଜଣ ନିର୍ଦେଶକ ନିଯୁକ୍ତ ହୋଇଥିବାବେଳେ ସିଆଇଏଲ ପକ୍ଷରୁ ୩ଜଣ ବରିଷ୍ଠ ଅଧିକାରୀଙ୍କୁ ମନୋନୀତ କରାଯାଇଛି ଏହି ନୂତନ କମ୍ପାନୀ ବିସିଜିସିଏଲରେ ସିଆଇଏଲର ୫୧ ପ୍ରତିଶତ ଭେଲର ୪୯ ପ୍ରତିଶତ ଭାଗିଦାରୀ ରହିଥିବା ସିଆଇଏଲ ପକ୍ଷରୁ ଜାରି ଏକ ନିର୍ଦେଶନାମାରେ ଉଲ୍ଲେଖ କରାଯାଇଛି

ସିଆଇଏଲ ଭେଲ୍ କମ୍ପାନୀ ମିଳିତ ଭାବେ କୋଇଲାରୁ ଗ୍ୟାସ ଉତ୍ପାଦନ ପ୍ରକଳ୍ପ ସ୍ଥାପନ ସକାଶେ ଗତ ମେ ମାସ ଶେଷ ସପ୍ତାହରେ ଚୁକ୍ତିବଦ୍ଧ ହୋଇଥିଲେ ଚୁକ୍ତିନାମା ଅନୁଯାୟୀ, କାରଖାନା ସ୍ବଦେଶ ବିକଶିତ କୋଇଲା ଗ୍ୟାସିଫିକେସନ୍ ଟେକ୍ନୋଲୋଜି ଉପରେ ଆଧାରିତ ହେବ ଯାହାକି ଲଖନପୁର ଖଣି କ୍ଷେତ୍ରରୁ ଅଧିକ ପାଉଁଶ ସୃଷ୍ଟିକାରୀ କୋଇଲା ବ୍ୟବହାର କରି ବାର୍ଷିକ .୬୬ ନିୟୁତ ମେଟ୍ରିକ୍ ଟନ୍ (ଏମଏମଟିପିଏ) ବୈଷୟିକ ଗ୍ରେଡ୍ ଆମୋନିୟମ୍ ନାଇଟ୍ରେଟ୍ ଉତ୍ପାଦନ କରିବ ଏହାର ସମୁଦାୟ ପ୍ରକଳ୍ପ ମୂଲ୍ୟ ୧୧ହଜାର ୭୮୨ କୋଟି ଟଙ୍କା ଆକଳନ କରାଯାଇଛି ଏହି ଅଗ୍ରଗାମୀ ପ୍ରକଳ୍ପ ସ୍ୱଦେଶୀ ପ୍ରଯୁକ୍ତିକୁ ବ୍ୟବହାର କରିବା ସହ ରଣନୀତିକ ଶକ୍ତି ଏବଂ ଶିଳ୍ପ ନୀତି ସହିତ ମଧ୍ୟ ସମାନ୍ତରାଳ ହୋଇ ଖଣି କାର୍ଯ୍ୟରେ ବ୍ୟବହୃତ ହେବ ଏହି ନୂତନ ଉଦ୍ୟୋଗ ନୂତନ ରୋଜଗାର ସୃଷ୍ଟି କରିବା ସହିତ ଆର୍ଥିକ ଅଭିବୃଦ୍ଧିରେ ସହଯୋଗ ହେବ ବୋଲି ଆଶା କରାଯାଉଛି

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories