www.samajalive.in
Monday, December 8, 2025
27.1 C
Bhubaneswar

ବିଦ୍ୟୁତ୍ ତାର ସଂସ୍ପର୍ଶରେ କଣ୍ଟେନରରେ ନିଆଁ ଲାଗିଲା, ଡ୍ରାଇଭର ଗୁରୁତର

ରେଙ୍ଗାଲିକ୍ୟାମ୍ପ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ କଣ୍ଟେନରରେ ନିଆଁ ଲାଗିଯାଇଛି। ଅତାବିରା ବ୍ଲକ୍ ଗୋଡଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା-ତୁରୁମ୍ ୫୪ନଂ ରାଜ୍ୟ ରାଜପଥ ପାର୍ଶ୍ବରେ ଥିବା ଇଣ୍ଡିଆନ ପେଟ୍ରୋଲ ପମ୍ପ ସମ୍ମୁଖରେ ଏହି ଘଟଣା ଘଟିଛି। ୧୧ କେଭି ତାର ଲାଗି କଣ୍ଟେନର୍ (ନଂ-ଡବ୍ଲୁବି ୫୯ବି ୮୪୪୩)ର ଟାୟାର ଜଳି ଉଠିଥିବା ବେଳେ ଘଟଣା ସ୍ଥଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ପେଟ୍ରୋଲ ପମ୍ପ କର୍ମଚାରୀମାନଙ୍କ ଦ୍ଵାରା ନିଆଁ ଲିଭା ଯନ୍ତ୍ର ସାହାଯ୍ୟରେ ନିଆଁକୁ ଆୟତ୍ତ କରାଯିବା ସହିତ ଡ୍ରାଇଭରକୁ ଉଦ୍ଧାର କରି ବୁର୍ଲା ବଡ ମେଡିକାଲକୁ ପଠାଇ ଦିଆଯାଇଛି। ଖବର ପାଇ ସ୍ଥାନୀୟ ପୁଲିସ ଏବଂ ବିଦ୍ୟୁତ ବିଭାଗ କର୍ମଚାରୀ ପହଞ୍ଚି ବିଦ୍ୟୁତ କାଟିବା ସହିତ କଣ୍ଟେନରକୁ ସେଠାରେ ବାହାର କରିଥିଲେ।

ଅନ୍ୟପଟେ ରାସ୍ତାରେ ଅଳ୍ପ ଉଚ୍ଚତାରେ ୧୧ କେଭି ତାର ଯାଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନିକଟରେ ପେଟ୍ରୋଲ ପମ୍ପ ରହିଥିବାରୁ ନିଆଁ ଲାଗିବା ପରେ ବଡ଼ ଧରଣର ଅଘଟଣ ଆଶଙ୍କା ରହିଥିଲା। ଲୋକେ ଭୟଭୀତ ହୋଇପଡ଼ିଥିଲେ। କିନ୍ତୁ ଠିକ୍‌‌ ସମୟରେ ନିଆଁକୁ ଆୟତ୍ତ କରାଯିବାରୁ ଅଘଟଣ ଟଳି ଯାଇଥିଲା।

- Advertisement -

 

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories