www.samajalive.in
Tuesday, December 9, 2025
16.1 C
Bhubaneswar

ସୂର୍ଯ୍ୟମନ୍ଦିରରୁ ଉଭାନ ହେଉଛି ସୂକ୍ଷ୍ମ କାରୁକାର୍ଯ୍ୟ, ଦୃଷ୍ଟି ଦେଉନି ପ୍ରତ୍ନତତ୍ତ୍ବ ବିଭାଗ

କୋଣାର୍କ : ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରକୁ ନେଇ ଦେଶ ଗର୍ବ ଅନୁଭବ କରୁଥିବାବେଳେ ଦିନକୁ ଦିନ ଏହାର ସୂକ୍ଷ୍ମ କାରୁକାର୍ଯ୍ୟ ଉଭାନ ହେବାରେ ଲାଗିଛି। ଭାରତୀୟ ସର୍ବେକ୍ଷଣ ସଂସ୍ଥା ଏଏସ୍‌ଆଇ କାରୁକାର୍ଯ୍ୟ ସମ୍ପନ୍ନ ପଥରକୁ ହଟାଇ ସାଦା ପଥର ବସାଉ ଥିବାବେଳେ ମନ୍ଦିରରୁ ବହୁ କାରୁକାର୍ଯ୍ୟ ଗାଏବ ହେବାରେ ଲାଗିଛି। ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏନେଇ ଅସନ୍ତୋଷ ଦେଖାଦେଇଛି।

ସୂର୍ଯ୍ୟ ମନ୍ଦିର ସୁରକ୍ଷା ଓ ସଂରକ୍ଷଣ ଦିଗରେ ଭାରତୀୟ ସର୍ବେକ୍ଷଣ ସଂସ୍ଥା ସଠିକ୍‌ ଭାବେ ଦାୟିତ୍ୱ ନିର୍ବାହ କରୁନଥିବା ଯୋଗୁଁ ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି। ବିଭିନ୍ନ ସମୟରେ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଆସି ମନ୍ଦିର ଯାଞ୍ଚ କରୁଥିବାବେଳେ ସୁରକ୍ଷା ଦିଗରେ ଧ୍ୟାନ ଦିଆଯାଉନଥିବା କରାଯାଉନଥିବା ଅଭିଯୋଗ ହେଉଛି। ଦୁଇବର୍ଷ ତଳେ ଭାରତୀୟ କୋଠାବାଡ଼ି ନିୟନ୍ତ୍ରଣ ସଂସ୍ଥା ପକ୍ଷରୁ ଲେଜର ସର୍ବେକ୍ଷଣ କରାଯାଇଥିଲା। ଗତବର୍ଷ ବାଲି କାଢ଼ିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଦୀର୍ଘ ୬ ମାସ ଧରି ଏହି କାର୍ଯ୍ୟ ବନ୍ଦ ରହିଛି। ଗୋଟିଏ ପଟେ ମନ୍ଦିର ସୁରକ୍ଷିତ ଅଛି କି ନାହିଁ ସେ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଉନାହିଁ। ଅପରପକ୍ଷେ ରାତି ଅଧିଆ ମନ୍ଦିରରୁ ନଷ୍ଟ ହୋଇଯାଇଥିବା କାରୁକାର୍ଯ୍ୟ ସମ୍ପନ୍ନ ପଥରକୁ କଢ଼ାଯାଇ ସାଦା ପଥର ବସାଯାଉଥିବା ଅଭିଯୋଗ ହେଉଛି। ଏନେଇ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏହା ଉପରେ ରାଜ୍ୟ ସରକାର ଦୃଷ୍ଟି ଦେବାକୁ କୋଣାର୍କର ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories