www.samajalive.in
Monday, December 8, 2025
17.1 C
Bhubaneswar

କାଶୀପୁରରେ ଅଜଣା ରୋଗ ନେଲା ଆଉ ଏକ ଜୀବନ: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ରାୟଗଡା: କାଶୀପୁରରେ ଅଜଣା ରୋଗରେ ଗଲା ଆଉ ଏକ ଜୀବନ। ଆଜି ବ୍ରହ୍ମପୁର ଏମକେସିଜିରେ ଚିକିତ୍ସିତ ଅବସ୍ଥାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ରାତିରେ ଜଣେ ୧୩ ବର୍ଷ ଝିଅର ମୃତ୍ୟୁ ହୋଇଥିବା ବେଳେ ଆଜି ଜଣେ ୧୦ ବର୍ଷ ନାବାଳକର ମୃତ୍ୟୁ ହୋଇଛି। ମୃତକ ପଲାସୀ ମାଝି। ଭୁବନେଶ୍ୱରରୁ କାଶୀପୁର ଯାଇଥିବା ଦୁଇ ଜଣିଆ ସ୍ୱତନ୍ତ୍ର ଟିମ୍‌‌ ଓ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ୪ଜଣିଆ ଟିମ ଏବଂ ରାୟଗଡା ଜିଲାର ୨ଜଣିଆ ଡାକ୍ତରୀ ଟିମ୍‌‌ ମୁନୁଷପଦର ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ରାୟଗଡା ଜିଲା କାଶୀପୁରୁ ବ୍ଲକ ଡ଼ଙ୍ଗାସିଲ ପଞ୍ଚୟତର ମୁନୁଷପଦର ଗ୍ରାମରେ ଗତ ଏକ ସପ୍ତାହ ହେଲା ଅଜଣା ରୋଗର ଆତଙ୍କ ଦେଖାଦେଇଛି । ଅଜଣା ରୋଗରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ହୋଇଥିବାରୁ ଚିନ୍ତାରେ ଗ୍ରାମବାସୀ ଓ ସ୍ୱାସ୍ଥ୍ୟ ବିଭାଗ। ଏଯାବତ ଗାଁରେ ଥିବା ଆହୁରି ଦୁଇ ଆକ୍ରାନ୍ତ ଶିଶୁଙ୍କୁ ଉଦ୍ଧାର କରି ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁବାରଠାରୁ ସେହି ଗାଁରେ ଡାକ୍ତରୀ ଟିମ ପଂହଁଚି ଚିକିତ୍ସା ଆରମ୍ଭ କରିଛନ୍ତି । ରାୟଗଡା ଅତିରିକ୍ତ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମମତା ଚୌଧୁରୀ, କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ନେତ୍ରାନନ୍ଦ ନାୟକ, ଡଙ୍ଗାସିଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମିତ କୁମାର ବିଷୋୟୀ, ରାୟଗଡା ମାଇକ୍ରୋ ବାୟୋଲୋଜିଷ୍ଟ ଗାଁରେ ପହଞ୍ଚି ଏହି ରୋଗ କିପରି ହେଲା, ପ୍ରଥମେ କାହାକୁ ହେଲା, ଏହା କିପରି ଜଣକ ପରେ ଜଣେ ଶିଶୁଙ୍କୁ ବ୍ୟାପିଲା ତାହାର ଅନୁଧ୍ୟାନ କରୁଛନ୍ତି। ଏହି ଡାକ୍ତରୀ ଟିମ୍ ଶିଶୁମାନଙ୍କୁ ଟିକାକରଣ କରୁଛନ୍ତି । ୫ ଜଣଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି ।

ଆଜି ପହିଲି ରଜ: ଉତ୍ସବମୁଖର ଗାଁଠୁ ସହର

- Advertisement -

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories