www.samajalive.in
Monday, December 15, 2025
26.1 C
Bhubaneswar

ସଂଘର ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଡେସ୍କ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠା ଦିବସ ଅବସରରେ ସ୍ୱୟଂସେବକ ମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଂଘର ଉଜ୍ଜ୍ୱଳ ପରମ୍ପରାକୁ ଆଗାମୀ ଶତାବ୍ଦୀ ପର୍ଯ୍ୟନ୍ତ ଜାରି ରଖିବା ଏବଂ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ନିମନ୍ତେ ସଂକଳ୍ପ ନେବା ପାଇଁ ଆହ୍ୱାନ ଦେଇଛନ୍ତି। ନିଜ ସାମାଜିକ ଗଣମାଧ୍ୟମ ପୋଷ୍ଟ ପୋଷ୍ଟରେ ଶ୍ରୀ ମଝି କହିଛନ୍ତି, ବ୍ୟକ୍ତି ନିର୍ମାଣ ମାଧ୍ୟମରେ ହିଁ ରାଷ୍ଟ୍ର ନିର୍ମାଣର ଦୂରଦୃଷ୍ଟି ସହିତ ୧୯୨୫ ମସିହା ବିଜୟାଦଶମୀର ଶୁଭ ଅବସରରେ ପରମ ପୂଜ୍ୟ ଡକ୍ଟର ହେଡଗେୱାର ଜୀଙ୍କ ଦ୍ୱାରା ନାଗପୁରରେ ଆରମ୍ଭ ହୋଇଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, କେବଳ ଏକ ସଙ୍ଗଠନ ନୁହେଁ, ବରଂ ଏକ ଶାଶ୍ୱତ ରାଷ୍ଟ୍ରୀୟ ଚେତନାର ପୁନଃ-ଜାଗରଣ ଥିଲା। ସଂଘର ସ୍ୱୟଂସେବକମାନେ ଦେଶର ସ୍ୱାଧୀନତା ସଂଗ୍ରାମ ସମେତ ଅନେକ ଜାତୀୟ ସଙ୍କଟ ସମୟରେ ରାଷ୍ଟ୍ରଯଜ୍ଞରେ ଆହୁତି ଦେଇ ତ୍ୟାଗର ପରମ୍ପରାକୁ ବଜାୟ ରଖିଛନ୍ତି। ଏହି ଶହେ ବର୍ଷର କାର୍ଯ୍ୟଧାରା ପ୍ରମାଣ କରେ ଯେ, ସଂଘର ଏକମାତ୍ର ମନ୍ତ୍ର ହେଉଛି ’ଏକ ଭାରତ, ଶ୍ରେଷ୍ଠ ଭାରତ’। ଶାଖା ମାଧ୍ୟମରେ ସଂଘର ସ୍ୱୟଂସେବକମାନେ ଯେଉଁ ନିଷ୍ଠା, ସମର୍ପଣ ଓ ନିଃସ୍ୱାର୍ଥପରତା ଶିଖିଛନ୍ତି, ତାହାକୁ ସମାଜର ପ୍ରତ୍ୟେକ କ୍ଷେତ୍ରରେ ପ୍ରୟୋଗ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ଶହେ ବର୍ଷ ଧରି ସଂଘ ଅନୁଶାସନ, ସେବା ଏବଂ ରାଷ୍ଟ୍ରଭକ୍ତିର ଏକ ଅଦ୍ୱିତୀୟ ଉଦାହରଣ ସୃଷ୍ଟି କରିଛି। ସଂଘର କାର୍ଯ୍ୟ ସାମାଜିକ ସମରସତା ଏବଂ ନିଃସ୍ୱାର୍ଥ ତ୍ୟାଗର ଭାବନାକୁ ସଶକ୍ତ କରିଛି। ଆଜି, ଯେତେବେଳେ ଭାରତ ବିଶ୍ୱଗୁରୁ ହେବାର ସଂକଳ୍ପ ନେଇ ଆଗକୁ ବଢ଼ୁଛି, ସଂଘର ’ପଞ୍ଚ ପରିବର୍ତ୍ତନ’ର ଆଦର୍ଶ ସାମାଜିକ ସମରସତା, କୁଟୁମ୍ବ ପ୍ରବୋଧନ, ପର୍ଯ୍ୟାବରଣ ସଂରକ୍ଷଣ, ନାଗରିକ କର୍ତ୍ତବ୍ୟ ଏବଂ ସ୍ୱଦେଶୀ ଆମ ସମସ୍ତଙ୍କ ପାଇଁ ମାର୍ଗଦର୍ଶକ ସାଜିଛି। ଆଜି ସଂଘର ଆଦର୍ଶରେ ଗଢ଼ା ଯୁବପିଢ଼ି ନିଜ ଚରିତ୍ର, ସଂସ୍କାର ଏବଂ ସମର୍ପଣ ଦ୍ୱାରା ଦେଶକୁ ଆଗକୁ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ସଂଘର ଶୃଙ୍ଖଳା ଏବଂ ସାମୂହିକତାର ଭାବନା ଆମ ଜାତୀୟ ଜୀବନର ମୂଳଦୁଆକୁ ଆହୁରି ମଜବୁତ କରୁଛି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠା ଦିବସ ଅବସରରେ ଆସନ୍ତୁ ଆମେ ସମସ୍ତେ ସଂଘର ଉଜ୍ଜ୍ୱଳ ପରମ୍ପରାକୁ ଆଗାମୀ ଶତାବ୍ଦୀ ପର୍ଯ୍ୟନ୍ତ ଜାରି ରଖିବା ଏବଂ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ନିମନ୍ତେ ସଂକଳ୍ପ ନେବାକୁ ସେ ଆହ୍ୱାନ ଦେଇଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories