ଡେସ୍କ: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ବାଲେଶ୍ୱର ଜିଲ୍ଲାର ବାହାନଗାରେ ସର୍ବାଧିକ ୧୦୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱରରେ ୯୩.୬, ସୋରୋରେ ୯୦.୦, ନିଳଗିରିରେ ୮୫.୦, ଭୋଗରାଇରେ ୭୯.୦ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦରେ ୭୯.୦ ମି.ମି., କେନ୍ଦୁଝର ଜିଲ୍ଲାର ହାଟଡ଼ିହିରେ ୭୫.୨ ମି.ମି., ଯାଜପୁର ଜିଲ୍ଲାର ଯାଜପୁରରେ ୭୦.୦ ମି.ମି., ଭଦ୍ରକ ଜିଲ୍ଲାର ତିହିଡ଼ିରେ ୬୩.୦ ମି.ମି., ଯାଜପୁର ଜିଲ୍ଲାର ବିଞ୍ଝାରପୁରରେ ୬୨.୦ ମି.ମି. ଏବଂ କଟକ ଜିଲ୍ଲାର ବାଙ୍କୀରେ ୬୦.୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି।
Popular Categories



