ଡେସ୍କ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ ପୂର୍ଣ୍ଣ ହେବା ଅବସରରେ ସମସ୍ତ ସ୍ୱୟଂସେବକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଗୌରବମୟ ସ୍ଥାପନାର ଶତାବ୍ଦୀ ବର୍ଷ ପୂର୍ଣ୍ଣ ହେବା ପରେ ମା’ ଭାରତୀଙ୍କ ସେବାକୁ ପରମ ଧ୍ୟେୟ ବୋଲି ମାନି କାର୍ଯ୍ୟ କରୁଥିବା କୋଟି କୋଟି ସ୍ୱୟଂସେବକଙ୍କୁ ଶୁଭେଚ୍ଛା।
ସେ କହିଛନ୍ତି, ଗତ ୧୦୦ ବର୍ଷ ଧରି ସଂଘ କେବଳ ଭାରତୀୟ ସମାଜର ଉତ୍ଥାନ ଓ ସଶକ୍ତିକରଣରେ ଅଭୂତପୂର୍ବ ପ୍ରୟାସ କରିନାହିଁ ବରଂ ଦେଶର ଏକତା, ଅଖଣ୍ଡତା ଓ ସମୃଦ୍ଧି ପାଇଁ ମଧ୍ୟ ଅମୂଲ୍ୟ ଅବଦାନ ରଖିଛି। ପ୍ରତ୍ୟେକ ସ୍ୱୟଂସେବକ ନିଜର ନିଷ୍ଠା, ସଙ୍କଳ୍ପ ଓ କର୍ତ୍ତବ୍ୟନିଷ୍ଠା ସହିତ ଭାରତୀୟ ସଂସ୍କୃତି, ଗୌରବ ଓ ରାଷ୍ଟ୍ର ସେବାରେ ଅବିରତ କାର୍ଯ୍ୟ କରିଆସୁଛନ୍ତି। ସଂଘର ଏହି ଶତାବ୍ଦୀ ବର୍ଷ, ସଫଳତାର ଉତ୍ସବ ସହିତ ଭବିଷ୍ୟତ ପାଇଁ ପ୍ରେରଣା ଓ ମାର୍ଗଦର୍ଶନର ସୁଯୋଗ ଦେଇଛି।



