www.samajalive.in
Friday, December 12, 2025
27.1 C
Bhubaneswar

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ

ଆଠଗଡ:ଆଠଗଡ ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ସଂଘ ଆନୁକୂଲ୍ୟରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ସଙ୍ଘର ସଭାପତି ଇଂ ଶିବ ପ୍ରସାଦ ପଣ୍ଡା ଏଥିରେ ପୌରୋହିତ୍ୟ କରି ବରିଷ୍ଠ ନାଗରିକମାନେ ଉତ୍ତରପିଢି ପାଇଁ ଦିଗଦର୍ଶକ ଓ ପଥପ୍ରଦର୍ଶକ ଏବଂ ସେମାନେ ସମାଜ ପାଇଁ ସମ୍ପଦ ବୋଲି ମତପ୍ରକାଶ କରିଥିଲେ। ସେଥିପାଇଁ ଆନ୍ତର୍ଜାତିକ ସ୍ତରରେ ୧୯୯୧ ମସିହାରୁ ଅକ୍ଟୋବର ୧ ତାରିଖକୁ ବରିଷ୍ଠ ନାଗରିକମାନଙ୍କ ଉଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଛି ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ। ସଙ୍ଘର ସଭ୍ୟ ଶ୍ରୁତିଧର ପ୍ରଧାନ ନିଜର ବକ୍ତବ୍ୟରେ ବର୍ତ୍ତମାନ ବରିଷ୍ଠ ନାଗରିକ ମାନଙ୍କୁ ବହୁ ସଂସ୍ଥା ଓ ସରକାରୀ ସ୍ତରରେ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ଏବଂ ସେ ନିଜେ ଏହାର ସୁଫଳ ପାଇଥିବା ସୂଚନା ଦେଇଥିଲେ। ସଙ୍ଘର ବରିଷ୍ଠ ସଭ୍ୟା ପୁଲିନ ମିଶ୍ର ବରିଷ୍ଠ ନାଗରିକମାନଙ୍କର ବିବିଧ ସମସ୍ୟା ସମ୍ପର୍କରେ ନିଜର ମତ ରଖିଥିଲେ। ଏଥିସହ ବିଭିନ୍ନ ଜରାଶ୍ରମରେ ବରିଷ୍ଠ ନାଗରିକମାନେ କିପରି ରହୁଛନ୍ତି ଓ ସେଠାରେ ସେମାନଙ୍କ ଦୈନନ୍ଦିନ ଚଳଣି ଉପରେ ସମ୍ୟକ ସୂଚନା ଦେବା ସହ ସେଠାକୁ ଯାଇ ସଙ୍ଘର ସାଧ୍ୟ ମତେ ସାହାଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ସଙ୍ଘର ସାଧାରଣ ସମ୍ପାଦକ ଗିରୀଶ କୁମାର ମିଶ୍ର ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

Related Articles

Popular Categories